न्यूज़रूम ओडिशा
ब्रेकिंग
ओडिया समाचार

ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଏନ୍ଆଇଏକୁ ବଡ଼ ସଫଳତା, ଦୁଇ ଫେରାର ଅଭିଯୁକ୍ତ କୋଲକାତାରୁ ଗିରଫ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଏନଆଇଏକୁ ମିଳିଛି ବଡ଼ ସଫଳତା । ଫେରାର ଥିବା ଦୁଇ ଅଭିଯୁକ୍ତ ଅବଦୁଲ ମାଥିନ ତାହା ଓ ମୁସାବୀର ହୁସେନ୍ ଶାଜିବଙ୍କୁ ଏନଆଇଏ ଟିମ୍ ଶୁକ୍ରବାର କୋଲକାତାରୁ ଗିରଫ କରିଛି। ମୁସାବିର ହୁସେନ୍ ଶାଜିବ ରାମେଶ୍ଵରମ କାଫେରେ ଆଇଇଡି ବୋମା ରଖିଥିଲା । ଅବଦୁଲ ମାଥିନ ଏହି ବିସ୍ଫୋରଣ ପାଇଁ ସମସ୍ତ ସହାୟତା ଯୋଗାଇଥିଲା। ଆଜି ସକାଳେ ଏନଆଇଏ ଟିମ୍ କୋଲକାତା ନିକଟରେ ଫେରାର ଦୁଇ ଅଭିଯୁକ୍ତଙ୍କୁ ଠାବ [...]

Admin•12 अप्रैल 2024
Share Article:

ନୂଆଦିଲ୍ଲୀ: ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଏନଆଇଏକୁ ମିଳିଛି ବଡ଼ ସଫଳତା । ଫେରାର ଥିବା ଦୁଇ ଅଭିଯୁକ୍ତ ଅବଦୁଲ ମାଥିନ ତାହା ଓ ମୁସାବୀର ହୁସେନ୍ ଶାଜିବଙ୍କୁ ଏନଆଇଏ ଟିମ୍ ଶୁକ୍ରବାର କୋଲକାତାରୁ ଗିରଫ କରିଛି।

ମୁସାବିର ହୁସେନ୍ ଶାଜିବ ରାମେଶ୍ଵରମ କାଫେରେ ଆଇଇଡି ବୋମା ରଖିଥିଲା । ଅବଦୁଲ ମାଥିନ ଏହି ବିସ୍ଫୋରଣ ପାଇଁ ସମସ୍ତ ସହାୟତା ଯୋଗାଇଥିଲା।

ଆଜି ସକାଳେ ଏନଆଇଏ ଟିମ୍ କୋଲକାତା ନିକଟରେ ଫେରାର ଦୁଇ ଅଭିଯୁକ୍ତଙ୍କୁ ଠାବ କରିଥିଲା। ଉଭୟ ନକଲି ପରିଚୟ ଦେଇ ସେଠାରେ ରହୁଥିଲେ। କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସହ ପଶ୍ଚିମବଙ୍ଗ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ କେରଳ ରାଜ୍ୟ ପୋଲିସ ସହାୟତାରେ ଏନଆଇଏ ତାହା ଓ ଶାଜିବଙ୍କୁ ଧରିବାରେ ସଫଳ ହୋଇଛି।

ଏହା ପୂର୍ବରୁ ଏନ୍ଆଇଏ ରାମେଶ୍ଵରମ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମୁଜାମିଲ ସରିଫକୁ ଗିରଫ କରିଥିଲା।

ମାର୍ଚ୍ଚ ୧ରେ ବେଙ୍ଗାଲୁରୁ ବ୍ରୁକଫିଲ୍ଡ ଅଞ୍ଚଳରେ ଥିବା ଲୋକପ୍ରିୟ ରାମେଶ୍ବରମ କାଫେରେ ଆଇଇଡି ବିସ୍ଫୋରଣ ହୋଇଥିଲା । ଉକ୍ତ ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିଲେ । ଏନଆଇଏ ମାର୍ଚ୍ଚ ୩ରେ ଏହି ମାମଲାର ତଦନ୍ତ ହାତକୁ ନେଇଥିଲା। ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ଏନ୍ଆଇଏ।

#Odia#Odisha#News
Share Article:

Related Articles