न्यूज़रूम ओडिशा
ब्रेकिंग
ओडिया समाचार

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାଲିଛି ଷଡ଼ଯନ୍ତ୍ର: ଆତିଶୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ର କରୁଛନ୍ତି। ଏଭଳି ଅଭିଯୋଗ କରିଛନ୍ତି ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶୀ । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଆତିଶୀ ଦାବି କରିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଏଭଳି ଅନେକ ଘଟଣା ଘଟିଛି ଯାହା ଏହି ଆଶଙ୍କାକୁ ଦୃଢ଼ୀଭୂତ କରୁଛି। ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ତାଙ୍କ ସରକାରକୁ ହଟାଇବା [...]

Admin•12 अप्रैल 2024
Share Article:

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ର କରୁଛନ୍ତି। ଏଭଳି ଅଭିଯୋଗ କରିଛନ୍ତି ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶୀ ।

ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଆତିଶୀ ଦାବି କରିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଏଭଳି ଅନେକ ଘଟଣା ଘଟିଛି ଯାହା ଏହି ଆଶଙ୍କାକୁ ଦୃଢ଼ୀଭୂତ କରୁଛି।

ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ତାଙ୍କ ସରକାରକୁ ହଟାଇବା ପାଇଁ ଏକ ରାଜନୈତିକ ଷଡ଼ଯନ୍ତ୍ର। ଆମେ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଛୁ ଯେ ଆଗାମୀ ଦିନରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବ। କିନ୍ତୁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ବେଆଇନ ଏବଂ ଜନାଦେଶ ବିରୁଦ୍ଧ ହେବ।

ଆତିଶୀ କହିଛନ୍ତି, ଗତ କିଛି ମାସ ହେବ ଦିଲ୍ଲୀରେ କୌଣସି ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ନିୟୋଜିତ କରାଯାଇ ନାହିଁ। ଅନେକ ବିଭାଗରେ ବହୁ ପଦ ଖାଲି ପଡ଼ିଥିଲେ ମଧ୍ୟ ଏଗୁଡ଼ିକ ପୂରଣ କରାଯାଉ ନାହିଁ। ଆଦର୍ଶ ଆଚରଣ ସଂହିତା ଆଳ ଦେଖାଇ ମନ୍ତ୍ରୀଙ୍କ ଦ୍ୱାରା ଆହୂତ ବୈଠକକୁ ଅମଲାତନ୍ତ୍ରୀମାନେ ଆସିବା ବନ୍ଦ କରିଦେଇଛନ୍ତି। ଦିଲ୍ଲୀ ସରକାରଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଉପରାଜ୍ୟପାଳ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖୁଛନ୍ତି।

#Odia#Odisha#News
Share Article:

Related Articles