न्यूज़रूम ओडिशा
ब्रेकिंग
ओडिया समाचार

ଆଜି ଶ୍ରୀ ମନ୍ଦିରରେ ଦୁଧ ମେଲାଣ ନୀତି

ପୁରୀ: ନବାଙ୍କର ପୂର୍ବଦିନ ଶ୍ରୀ ମନ୍ଦିରରେ ଦୁଧ ମେଲାଣ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉ ମାନଙ୍କ ସନ୍ଧ୍ୟା ଆଳତୀ ସନ୍ଧ୍ୟା ଧୂପ ବଢିବା ପରେ ଚନ୍ଦନଲାଗି ବଢେ। ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥାଏ।ଭଦ୍ରାସନ ଉପରେ ମୁରୁଜ ପଡି ତିନିଗୋଟି ବାଉଁଶିଆ ରେ ଚାଉଳ ପୁରାଇ ରଖାଯାଏ।ତାହାପରେ ସେଥିରେ ଫୁଲ ଚନ୍ଦନ ଚେମେଡିପତନୀ ଦିଆଯାଇ ଅଧିବାସ କରାଯିବା ପରେ ଦୁଆର ମାନ ମୁଦ ଦିଆଯାଏ। ଆଜ୍ଞାମାଳ ପାଇ ଶ୍ରୀ ରାମକୃଷ୍ଣ ଜଗନ୍ନାଥ ବଲ୍ଲଭ [...]

Admin•13 जनवरी 2024
Share Article:

ପୁରୀ: ନବାଙ୍କର ପୂର୍ବଦିନ ଶ୍ରୀ ମନ୍ଦିରରେ ଦୁଧ ମେଲାଣ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉ ମାନଙ୍କ ସନ୍ଧ୍ୟା ଆଳତୀ ସନ୍ଧ୍ୟା ଧୂପ ବଢିବା ପରେ ଚନ୍ଦନଲାଗି ବଢେ। ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥାଏ।ଭଦ୍ରାସନ ଉପରେ ମୁରୁଜ ପଡି ତିନିଗୋଟି ବାଉଁଶିଆ ରେ ଚାଉଳ ପୁରାଇ ରଖାଯାଏ।ତାହାପରେ ସେଥିରେ ଫୁଲ ଚନ୍ଦନ ଚେମେଡିପତନୀ ଦିଆଯାଇ ଅଧିବାସ କରାଯିବା ପରେ ଦୁଆର ମାନ ମୁଦ ଦିଆଯାଏ। ଆଜ୍ଞାମାଳ ପାଇ ଶ୍ରୀ ରାମକୃଷ୍ଣ ଜଗନ୍ନାଥ ବଲ୍ଲଭ ମଠ କୁ ବିଜେ କରନ୍ତି।ପୂର୍ବରୁ ସେଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗାଈ ଵ୍ୟଵସ୍ଥା କରାଯାଇ ଥାଏ। ଭିତରଛୁ ମହାପାତ୍ର ବନ୍ଧାପନା ନୀତି ଶେଷ କରି ଉକ୍ତ ଗାଈ କୁ ଦୋହନ କରି କିଛି ଦୁଗ୍ଧ ଶ୍ରୀମନ୍ଦିର କୁ ପଠାଇବା ସହିତ ଶ୍ରୀ ରାମକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି। ଏହାପରେ ବନ୍ଦାପନା ନୀତି କରି ଉକ୍ତ ଚଳନ୍ତି ପ୍ରତିମା ବାହୁଡା ବିଜେ କରିଥାନ୍ତି।

#Odia#Odisha#News
Share Article:

Related Articles