न्यूज़रूम ओडिशा
ब्रेकिंग
ओडिया समाचार

ବାସ୍ତବ ରୂପ ନେଇଛି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ: ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଉତ୍ସବ ମୁଖର ହୋଇଛି ଶ୍ରୀକ୍ଷେତ୍ର । ରୂପାନ୍ତରିତ ହୋଇଛି ପୁରୀ ସହର । ଆଧ୍ୟାତ୍ମିକ ବାତାବରଣରେ ଭକ୍ତ ବିଭୋର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ୍ ପ୍ରୋଜେକ୍ଟ ବାସ୍ତବ ରୂପ ନେଇଛି । ଆସନ୍ତାକାଲି ପ୍ରକଳ୍ପ ଲୋକାର୍ପଣକୁ ଅପେକ୍ଷା । ଲୋକାର୍ପଣ ପୂର୍ବରୁ ଆରମ୍ଭ ହୋଇଥିବା ତ୍ରିଦିନାତ୍ମକ ମହାଯଜ୍ଞର ଆଜି ଦ୍ୱିତୀୟ ଦିନ। ମନ୍ତ୍ର ଧ୍ୱନିରେ ମୁଖରିତ ହେଉଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚାରି ଦ୍ବାରରେ ଚର୍ତୁବେଦ ପାଠ [...]

Admin•16 जनवरी 2024
Share Article:
ବାସ୍ତବ ରୂପ ନେଇଛି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ: ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଉତ୍ସବ ମୁଖର ହୋଇଛି ଶ୍ରୀକ୍ଷେତ୍ର । ରୂପାନ୍ତରିତ ହୋଇଛି ପୁରୀ ସହର । ଆଧ୍ୟାତ୍ମିକ ବାତାବରଣରେ ଭକ୍ତ ବିଭୋର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ୍ ପ୍ରୋଜେକ୍ଟ ବାସ୍ତବ ରୂପ ନେଇଛି । ଆସନ୍ତାକାଲି ପ୍ରକଳ୍ପ ଲୋକାର୍ପଣକୁ ଅପେକ୍ଷା । ଲୋକାର୍ପଣ ପୂର୍ବରୁ ଆରମ୍ଭ ହୋଇଥିବା ତ୍ରିଦିନାତ୍ମକ ମହାଯଜ୍ଞର ଆଜି ଦ୍ୱିତୀୟ ଦିନ। ମନ୍ତ୍ର ଧ୍ୱନିରେ ମୁଖରିତ ହେଉଛି ଶ୍ରୀକ୍ଷେତ୍ର।

ଶ୍ରୀମନ୍ଦିର ଚାରି ଦ୍ବାରରେ ଚର୍ତୁବେଦ ପାଠ କରାଯାଉଛି। ପୁରା ଖଣ୍ଡମଣ୍ଡଳ ମନ୍ତ୍ରପାଠ ଏବଂ ହୋମଯଜ୍ଞରେ ପ୍ରକମ୍ପିତ ହେଉଛି । ସୋମବାର ସୂର୍ଯ୍ୟଦୋୟରୁ ଅଖଣ୍ଡ ଦ୍ବୀପ ପ୍ରଜ୍ବଳନ ପୂର୍ବକ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା ।

ଶ୍ରୀମନ୍ଦିର ଐଶାନ୍ୟ କୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ରୋଶ ଶାଳାରୁ ବୈଷ୍ଣବାଗ୍ମୀ ସଂସ୍କାର ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗଜପତି ମହାରାଜାଙ୍କ ଦ୍ବାରା ବରଣ ହୋଇଥିବା ଆଚାର୍ଯ୍ୟ ବ୍ରାହ୍ମଣ ମାନେ ଘୃତାହୂତି ଦେଉଛନ୍ତି। ବୁଧବାର ଗଜପତି ମହାରାଜା ଯଜ୍ଞରେ ପୂର୍ଣ୍ଣାପୂତି ଦେବାର କାର୍ଯ୍ୟକ୍ରମ ରହିଛି। କାଲି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ।

#Odia#Odisha#News
Share Article:

Related Articles