न्यूज़रूम ओडिशा
ब्रेकिंग
ओडिया समाचार

ବସ୍ ଚଳାଉଥିବା ବେଳେ ଡ୍ରାଇଭରକୁ ହେଲା ହୃଦଘାତ, ହେଲେ ବଞ୍ଚାଇ ଦେଲେ ଯାତ୍ରୀଙ୍କ ଜୀବନ

ବାଲେଶ୍ଵର – ପର୍ଯ୍ୟଟକଙ୍କୁ ନେଇ ଆଗେଇ ଗଡ଼ି ଚାଲିଥିଲା ବସ୍ । କୋଲକାତାରୁ ପର୍ଯ୍ୟଟକମାନେ ନୀଳଗିରିର ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସୁଥିଲେ। ପଞ୍ଚଲିଙ୍ଗେଶ୍ଵର ନିକଟରେ ବସ୍ ଡ୍ରାଇଭର ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କଲେ ‌ । ତାଙ୍କୁ ହୃଦଘାତ ଆସିଥିଲା । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ପାଖାପାଖି ୫୦ ଯାତ୍ରୀ ଥିବା ବସକୁ ନିୟନ୍ତ୍ରଣକୁ ଆଣି ସୁରକ୍ଷିତ ଜାଗାରେ ରଖିଥିଲେ । ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ବସ୍ ଯାତ୍ରୀ । ବସକୁ ସୁରକ୍ଷିତ [...]

Admin•30 जनवरी 2024
Share Article:

ବାଲେଶ୍ଵର – ପର୍ଯ୍ୟଟକଙ୍କୁ ନେଇ ଆଗେଇ ଗଡ଼ି ଚାଲିଥିଲା ବସ୍ । କୋଲକାତାରୁ ପର୍ଯ୍ୟଟକମାନେ ନୀଳଗିରିର ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସୁଥିଲେ। ପଞ୍ଚଲିଙ୍ଗେଶ୍ଵର ନିକଟରେ ବସ୍ ଡ୍ରାଇଭର ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କଲେ ‌ । ତାଙ୍କୁ ହୃଦଘାତ ଆସିଥିଲା । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ପାଖାପାଖି ୫୦ ଯାତ୍ରୀ ଥିବା ବସକୁ ନିୟନ୍ତ୍ରଣକୁ ଆଣି ସୁରକ୍ଷିତ ଜାଗାରେ ରଖିଥିଲେ । ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ବସ୍ ଯାତ୍ରୀ । ବସକୁ ସୁରକ୍ଷିତ ଭାବେ ଛିଡା କରିବା ପରେ ନିଜ ସିଟରେ ଟଳି ପଡ଼ିଥିଲେ ଡ୍ରାଇଭର । ଏହାଦେଖି ବସ୍‌ରେ ଥିବା ପର୍ଯ୍ୟଟକ ଆଖପାଖ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ। ସ୍ଥାନୀୟ ଯୁବକ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଅଚେତ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ନିକଟତର ସତ୍ତ୍ବେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ୫୦ ବସ୍ ଯାତ୍ରୀଙ୍କୁ ଜୀବନ ବଞ୍ଚାଇ ପାରିଛନ୍ତି ଡ୍ରାଇଭର ।

#Odia#Odisha#News
Share Article:

Related Articles