न्यूज़रूम ओडिशा
ब्रेकिंग
ओडिया समाचार

ଜୀବିତ ଅଛନ୍ତି ପୁନମ୍ ପାଣ୍ଡେ, ପବ୍ଲିସିଟି ଷ୍ଟଣ୍ଟ୍ ଥିଲା ମୃତ୍ୟୁ ଖବର

ମୁମ୍ବାଇ: ମଡେଲ ପୁନମ୍ ପାଣ୍ଡେ ଜୀବିତ ଅଛନ୍ତି। ଏହି ଅଭିନେତ୍ରୀ ଶନିବାର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜ ମୃତ୍ୟୁ ଖବର ନେଇ ସ୍ପଷ୍ଟୀକରଣ ରଖିଛନ୍ତି । ଗର୍ଭାଶୟ କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ତାଙ୍କ ମୃତ୍ୟୁ ଗୁଜବ ଏକ ପବ୍ଲିସିଟି ଷ୍ଟଣ୍ଟ୍ ଥିଲା ବୋଲି ସେ କହିଛନ୍ତି। ଗର୍ଭାଶୟ କର୍କଟରେ ପୁନମ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ନେଇ ଶୁକ୍ରବାର ଖବର ପ୍ରଚାରିତ ହୋଇଥିଲା। ଖୋଦ୍ ଏହି ୩୨ ବର୍ଷୀୟା ମଡେଲଙ୍କ ଟିମ୍ [...]

Admin•3 फ़रवरी 2024
Share Article:

ମୁମ୍ବାଇ: ମଡେଲ ପୁନମ୍ ପାଣ୍ଡେ ଜୀବିତ ଅଛନ୍ତି। ଏହି ଅଭିନେତ୍ରୀ ଶନିବାର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜ ମୃତ୍ୟୁ ଖବର ନେଇ ସ୍ପଷ୍ଟୀକରଣ ରଖିଛନ୍ତି । ଗର୍ଭାଶୟ କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ତାଙ୍କ ମୃତ୍ୟୁ ଗୁଜବ ଏକ ପବ୍ଲିସିଟି ଷ୍ଟଣ୍ଟ୍ ଥିଲା ବୋଲି ସେ କହିଛନ୍ତି।

ଗର୍ଭାଶୟ କର୍କଟରେ ପୁନମ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ନେଇ ଶୁକ୍ରବାର ଖବର ପ୍ରଚାରିତ ହୋଇଥିଲା। ଖୋଦ୍ ଏହି ୩୨ ବର୍ଷୀୟା ମଡେଲଙ୍କ ଟିମ୍ ସୋସିଆଲ ମିଡ଼ିଆ ପୋଷ୍ଟରେ ଏପରି ଦାବି କରିଥିଲେ । ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ସମଗ୍ର ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ କିଛି ୟୁଜର ଏହା ଏକ ପବ୍ଲିସିଟି ଷ୍ଟଣ୍ଟ୍ ବୋଲି କହି ତାଙ୍କ ମୃତ୍ୟୁ ଖବରକୁ ବିଶ୍ବାସ କରିନଥିଲେ ।

#Odia#Odisha#News
Share Article:

Related Articles