न्यूज़रूम ओडिशा
ब्रेकिंग
ओडिया समाचार

ବେଙ୍ଗାଲୁରୁ କାଫେରେ ହୋଇଥିଲା ବୋମା ବିସ୍ଫୋରଣ, ସ୍ପଷ୍ଟ କଲେ କର୍ଣ୍ଣାଟକ ଡିଜି

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଲୋକପ୍ରିୟ ରେଷ୍ଟୁରାଣ୍ଟ ରାମେଶ୍ୱରମ୍ କାଫେରେ ଶୁକ୍ରବାର ହୋଇଥିବା ବିସ୍ଫୋରଣ ‘ବୋମା ବିସ୍ଫୋରଣ’ ଥିଲା ବୋଲି କର୍ଣ୍ଣାଟକର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଆଲୋକ ମୋହନ ସ୍ପଷ୍ଟ କରିଛନ୍ତି। ପ୍ରଥମେ ଏହା ସିଲିଣ୍ଡର ଜନିତ ବୋଲି ଅନୁମାନ କରାଯାଉଥିଲା। ହେଲେ ସିସିଟିଭି ଫୁଟେଜ୍ ଓ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣରୁ ଏହା ଏକ ବୋମା ବିସ୍ଫୋରଣ ବୋଲି ସ୍ପଷ୍ଟ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି ଓ ଏଥିରେ ସମ୍ପୃକ୍ତ ଲୋକଙ୍କୁ ଖୋଜି ବାହାର କରିବୁ [...]

Admin•1 मार्च 2024
Share Article:

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଲୋକପ୍ରିୟ ରେଷ୍ଟୁରାଣ୍ଟ ରାମେଶ୍ୱରମ୍ କାଫେରେ ଶୁକ୍ରବାର ହୋଇଥିବା ବିସ୍ଫୋରଣ ‘ବୋମା ବିସ୍ଫୋରଣ’ ଥିଲା ବୋଲି କର୍ଣ୍ଣାଟକର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଆଲୋକ ମୋହନ ସ୍ପଷ୍ଟ କରିଛନ୍ତି। ପ୍ରଥମେ ଏହା ସିଲିଣ୍ଡର ଜନିତ ବୋଲି ଅନୁମାନ କରାଯାଉଥିଲା। ହେଲେ ସିସିଟିଭି ଫୁଟେଜ୍ ଓ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣରୁ ଏହା ଏକ ବୋମା ବିସ୍ଫୋରଣ ବୋଲି ସ୍ପଷ୍ଟ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି ଓ ଏଥିରେ ସମ୍ପୃକ୍ତ ଲୋକଙ୍କୁ ଖୋଜି ବାହାର କରିବୁ ବୋଲି ସେ କହିଛନ୍ତିି ।

ଡିଜି ଘଟଣାସ୍ଥଳ ପରିଦର୍ଶନ କରି କହିଛନ୍ତି, “ଅପରାହ୍ନ ପ୍ରାୟ ୧ଟାରେ କାଫେରେ ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି । କେହି ବି ଗୁରୁତର ଆହତ ହୋଇନାହାଁନ୍ତି | ଆମେ ତଦନ୍ତ କରୁଛୁ। ଏଫ୍ଏସ୍ଏଲ୍ (ଫରେନସିକ୍ ସାଇନ୍ସ ଲାବୋରେଟୋରୀ) ଟିମ୍ ପହଞ୍ଚି ଯାଞ୍ଚ୍ କରୁଛନ୍ତି | ସିଟି ପୋଲିସ କମିଶନର ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ଅଛନ୍ତି। ଏହା କିଏ କରିଛି ଆମେ ନିଶ୍ଚିତ ଜାଣିବା ବୋଲି ସେ କହିଛନ୍ତିି ।

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ କାଫେ କର୍ମଚାରୀ ସହ ଗ୍ରାହକ ଅଛନ୍ତି। ଏହି ବିସ୍ଫୋରଣରେ ଆଇଡି ବ୍ୟବହୃତ ହୋଇଛି କି ନାହିଁ ପ୍ରଶ୍ନରେ ସେ କହିଛନ୍ତି, ଆମେ ଏନେଇ ତଦନ୍ତ କରୁଛୁ।

ଡିଜି କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଗୃହମନ୍ତ୍ରୀ ଜି.ପରମେଶ୍ବରଙ୍କୁ ଭେଟି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ମୋହନ ଆହୁରି କହିଛନ୍ତି ଯେ ଏହି ଘଟଣାର ସମ୍ପର୍କରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)କୁ ବି ସୂଚନା ଦିଆଯାଇଛି।

#Odia#Odisha#News
Share Article:

Related Articles