न्यूज़रूम ओडिशा
ब्रेकिंग
ओडिया समाचार

ନିର୍ବାଚନ ଆଚରଣ ବିଧି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଛତ୍ରପୁର – ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ନିର୍ବାଚନ ଆଚରଣ ବିଧି କଡାକଡି ଭାବେ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ଏ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆଲୋଚନା କରିଛନ୍ତି । ନିର୍ବାଚନ କିଭଳି ଅବାଧ ଓ ନିରପେକ୍ଷ ହେବ ସେ ନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ଜିଲ୍ଲାପାଳ । ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ନିର୍ବାଚନ [...]

Admin•17 मार्च 2024
Share Article:

ଛତ୍ରପୁର – ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ନିର୍ବାଚନ ଆଚରଣ ବିଧି କଡାକଡି ଭାବେ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ଏ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆଲୋଚନା କରିଛନ୍ତି । ନିର୍ବାଚନ କିଭଳି ଅବାଧ ଓ ନିରପେକ୍ଷ ହେବ ସେ ନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ଜିଲ୍ଲାପାଳ । ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଥିବାରୁ ଜିଲ୍ଲାର ସମସ୍ତ ସ୍ଥାନରୁ ୪୮ ଘଣ୍ଟା ମଧ୍ୟରେ ବ୍ୟାନର, ପୋଷ୍ଟର, ହୋର୍ଡିଙ୍ଗ ବାହାର କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟ ରେ ୧୩ ବିଧାନସଭା ଆସନ ଏବଂ ବ୍ରହ୍ମପୁର ଓ ଆସ୍କା ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଜିଲ୍ଲାରେ ୨୯ ଲକ୍ଷ ୭୧ ହଜାର ମତଦାତା ରହିଛନ୍ତି। ସେଥିରୁ ୧୫ ଲକ୍ଷ ୩୧ ହଜାର ୬୬୦ ପୁରୁଷ ଓ ୧୪ ଲକ୍ଷ ୩୯ ହଜାର ୨୮୬ ମହିଳା ଭୋଟର ଅଛନ୍ତି। ୨୮୧ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ଯୁବ ଭୋଟରଙ୍କ ସଂଖ୍ୟା ରହିଛି ୬ ଲକ୍ଷ ୫ ହଜାର ୮୦ । ମତଦାନ ଲାଗି ୩ ହଜାର ୭୭ଟି ବୁଥ ସ୍ଥାପନ ହୋଇଛି। ୪୨୪ ସଖି ବୁଥ କରାଯାଇଛି । ୩୬ ମହିଳା ଲିଡ ବୁଥ, ୩୯ ଯୁବ ବୁଥ ଏବଂ ୧୩ଟି ଦିବ୍ଯାଙ୍ଗମାନଙ୍କ ପାଇଁ ବୁଥ କରାଯାଇଛି। ପ୍ରାର୍ଥୀମାନେ ‘ସୁବିଧା’ ନାମକ ଡିଜିଟାଲ ଆପ୍ ଜରିଆରେ ପ୍ରାର୍ଥୀପତ୍ର ଦାଖଲ, ସଭା ସମିତି ଅନୁମତି ପାଇବାର ବ୍ୟବସ୍ଥା କରାଯାଇଛି। ୮୫ବର୍ଷରୁ ଉର୍ଦ୍ଧ୍ଵ ଭୋଟର ସ୍ବତନ୍ତ୍ର ଭାବେ ଘରେ ରହି ଭୋଟଦାନ ବ୍ଯବସ୍ଥା ରହିଛି। ଭୋଟ ଗ୍ରହଣ ପାଇଁ ୨୨ ହଜାର ୧୫୨ ପୋଲିଂ ଅଫିସର ନିଯୁକ୍ତ ପାଇଛନ୍ତି । ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଖର୍ଚ୍ଚ ମନିଟରିଙ୍ଗ ଟିମ ଗଠନ ହୋଇଛି । ଏଥିପାଇଁ ୪୩ ଫ୍ଲାଇଙ୍ଗ ସ୍କ୍ୱାଡ୍, ୪୨ ଷ୍ଟାଟିକ ଓ ୩୯ ଭିଡିଓ ସର୍ଭେଲାନ୍ସ ଟିମ, ୧୯ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛିl

#Odia#Odisha#News
Share Article:

Related Articles