ନିର୍ବାଚନୀ ବଣ୍ଡରୁ ବିଜେପି ପାଇଛି ୬୯୮୬.୫ କୋଟି, ଡିଏମକେକୁ ସର୍ବାଧିକ ଚାନ୍ଦା ଦେଇଛି ଫ୍ୟୁଚର ଗେମିଙ୍ଗ୍
ନୂଆଦିଲ୍ଲୀ: ନିର୍ବାଚନ କମିଶନ ରବିବାର ନିଜ ୱେବସାଇଟରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତାଜା ତଥ୍ୟ ସାର୍ବଜନୀନ କରିଛନ୍ତିି । ୨୦୧୮ରୁ କାର୍ଯ୍ୟକାରୀ ହେବା ପରଠାରୁ ନିର୍ବାଚନୀ ବଣ୍ଡ୍ ଯୋଜନା ମାଧ୍ୟମରେ ବିଜେପି ସର୍ବାଧିକ ୬୯୮୬.୫ କୋଟି ଟଙ୍କା ଚାନ୍ଦା ପାଇଛି । ତା’ପରେ ଏହି ତାଲିକାରେ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (୧,୩୯୭ କୋଟି ଟଙ୍କା), କଂଗ୍ରେସ (୧,୩୩୩ କୋଟି) ଏବଂ ବିଆରଏସ (୧,୩୨୨ କୋଟି) ରହିଛନ୍ତି। ନିର୍ବାଚନୀ ବଣ୍ଡ୍ ଜରିଆରେ ଫ୍ୟୁଚର ଗେମିଙ୍ଗ୍ ଆଣ୍ଡ୍ [...]
ନୂଆଦିଲ୍ଲୀ: ନିର୍ବାଚନ କମିଶନ ରବିବାର ନିଜ ୱେବସାଇଟରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତାଜା ତଥ୍ୟ ସାର୍ବଜନୀନ କରିଛନ୍ତିି । ୨୦୧୮ରୁ କାର୍ଯ୍ୟକାରୀ ହେବା ପରଠାରୁ ନିର୍ବାଚନୀ ବଣ୍ଡ୍ ଯୋଜନା ମାଧ୍ୟମରେ ବିଜେପି ସର୍ବାଧିକ ୬୯୮୬.୫ କୋଟି ଟଙ୍କା ଚାନ୍ଦା ପାଇଛି । ତା’ପରେ ଏହି ତାଲିକାରେ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (୧,୩୯୭ କୋଟି ଟଙ୍କା), କଂଗ୍ରେସ (୧,୩୩୩ କୋଟି) ଏବଂ ବିଆରଏସ (୧,୩୨୨ କୋଟି) ରହିଛନ୍ତି। ନିର୍ବାଚନୀ ବଣ୍ଡ୍ ଜରିଆରେ ଫ୍ୟୁଚର ଗେମିଙ୍ଗ୍ ଆଣ୍ଡ୍ ହୋଟେଲ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ ନାମକ କମ୍ପାନୀ ତାମିଲନାଡୁର ଶାସକ ଦଳ ଡିଏମକେକୁ ୫୦୯ କୋଟି ଟଙ୍କା ଦାନ କରିଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି।
ତଥ୍ୟ ଅନୁଯାୟୀ, ବିଜେଡି ୯୪୪.୫ କୋଟି ଚାନ୍ଦା ପାଇଛି। ବିଜେଡ଼ି ତଳକୁ ଡିଏମକେ ଷଷ୍ଠ ସ୍ଥାନରେ ରହିଛି । ଏହି ଦଳ ୬୫୬.୫ କୋଟି ପାଇଥିବା ବେଳେ ଆନ୍ଧ୍ର ପ୍ରଦେଶର ଶାସକ ଦଳ ଓ୍ବାଇଏସ୍ଆର୍ କଂଗ୍ରେସକୁ ନିର୍ବାଚନୀ ବଣ୍ଡ୍ ଜରିଆରେ ପ୍ରାୟ ୪୪୨.୮ କୋଟି ମିଳିଛି। ଜେଡି (ଏସ୍) ୮୯.୭୫ କୋଟି ଟଙ୍କା ମୂଲ୍ୟର ବଣ୍ଡ ଗ୍ରହଣ କରିଛି, ଯେଉଁଥିରୁ ଦଳ ମେଘା ଇଞ୍ଜିନିୟରିଂରୁ ୫୦ କୋଟି ଟଙ୍କା ଚାନ୍ଦା ପାଇଛି।
‘ଲଟେରୀ କିଙ୍ଗ’ ସାଣ୍ଟିଆଗୋ ମାର୍ଟିନଙ୍କ କମ୍ପାନୀ ଫ୍ୟୁଚର ଗେମିଙ୍ଗ ସର୍ବାଧିକ ୧,୩୬୮ କୋଟି ଟଙ୍କା ଚାନ୍ଦା ଦେଇଛି । ସେଥିମଧ୍ୟରୁ କମ୍ପାନୀ ପ୍ରାୟ ୩୭ ପ୍ରତିଶତ ଚାନ୍ଦା ଡିଏମକେକୁ ଦେଇଛି । ଡିଏମକର ଅନ୍ୟ ପ୍ରମୁଖ ଚାନ୍ଦା ଦାତା ହେଉଛି ମେଘା ଇଞ୍ଜିନିୟରିଂ । ଏହି କମ୍ପାନୀ ଡିଏମକେକୁ ୧୦୫ କୋଟି ଟଙ୍କା ଦେଇଥିବା ବେଳେ ଇଣ୍ଡିଆ ସିମେଣ୍ଟ ୧୪ କୋଟି ଟଙ୍କା ଏବଂ ସନ୍ ଟିଭି ୧୦୦ କୋଟି ଟଙ୍କା ଚାନ୍ଦା ତାମିଲନାଡୁର ଶାସକ ଦଳକୁ ଦେଇଛନ୍ତି ।
ବିଜେପି ପରେ ନିର୍ବାଚନୀ ବଣ୍ଡ୍ ଜରିଆରେ ତୃଣମୂଳ କଂଗ୍ରେସ ଦ୍ବିତୀୟ ସର୍ବାଧିକ ୧,୩୯୭ କୋଟି ଟଙ୍କା ଚାନ୍ଦା ପାଇଛି |
ଦାତାମାନଙ୍କ ପରିଚୟ ପ୍ରକାଶ କରିଥିବା ଅଳ୍ପ କିଛି ଦଳ ଗୁଡ଼ିକ ମଧ୍ୟରୁ ଡିଏମକେ ଅନ୍ୟତମ । ଅନ୍ୟପକ୍ଷରେ ବିଜେପି, କଂଗ୍ରେସ, ତୃଣମୂଳ ଏବଂ ଆପ୍ ଭଳି ପ୍ରମୁଖ ଦଳ ନିର୍ବାଚନ କମିଶନଙ୍କୁ ସେମାନଙ୍କ ଚାନ୍ଦା ଦାତାଙ୍କ ସମ୍ପର୍କରେ ତଥ୍ୟ ପ୍ରକାଶ କରିନାହାଁନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ କମିଶନ ବର୍ତ୍ତମାନ ନିର୍ବାଚନୀ ବଣ୍ଡ୍ ସମ୍ବନ୍ଧୀୟ ସୂଚନା ସାର୍ବଜନୀନ କରିଛନ୍ତି।
ଟିଡିପି ୧୮୧.୩୫ କୋଟି, ଶିବସେନା ୬୦.୪ କୋଟି, ଆରଜେଡି ୫୬ କୋଟି, ସମାଜବାଦୀ ପାର୍ଟି ୧୪.୦୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ପାଇଛନ୍ତି । ନିର୍ବାଚନ କମିଶନ ପ୍ରଦତ୍ତ ତଥ୍ୟ ମୁତାବକ ଯେ ଅକାଳୀ ଦଳ ୭.୨୬ କୋଟି, ଏଆଇଏଡିଏମକେ ୬.୦୫ କୋଟି ଏବଂ ନ୍ୟାସନାଲ କନଫରେନ୍ସ ୫୦ ଲକ୍ଷ ଟଙ୍କା ଚାନ୍ଦା ନିର୍ବାଚନୀ ବଣ୍ଡ୍ ଜରିଆରେ ପାଇଛନ୍ତି ।
ସିପିଆଇ (ଏମ୍) ଘୋଷଣା କରିଥିଲା ଯେ ଦଳ ନିର୍ବାଚନୀ ବଣ୍ଡ୍ ଜରିଆରେ କୌଣସି ଚାନ୍ଦା ଗ୍ରହଣ କରିବ ନାହିଁ । ଏଆଇଏମ୍ଆଇଏମ୍ ଏବଂ ବିଏସପି ବଣ୍ଡ୍ ଜରିଆରେ କୌଣସି ଚାନ୍ଦା ପାଇନଥିବା କହିଛନ୍ତି ।
ନିର୍ବାଚନ ଆଚରଣ ବିଧି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
Next ArticleElections 2024: Ganjam Collector Urges Political Parties to Strictly Follow MCC
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
