ଆଜି ପବିତ୍ର ପାପମୋଚନୀ ଏକାଦଶୀ, ଜାଣନ୍ତୁ କଣ ରହିଛି ଏହାର ମାହାତ୍ମ୍ୟ
ଦିନେ ଦେବଶ୍ରୀ ନାରଦ ଜଗତପିତା ବ୍ରହ୍ମାଙ୍କୁ କହିଲେ, ମହାରାଜ! ଆପଣ ମୋତେ ଚୈତ୍ର ମାସ କୃଷ୍ଣପକ୍ଷ ଏକାଦଶୀ ବିଧାନ କହନ୍ତୁ । ବ୍ରହ୍ମା କହିଲେ, ଏହିଦିନକୁ ପାପମୋଚନୀ ଏକାଦଶୀ ଭାବେ ପାଳନ କରାଯାଏ । ବ୍ରତଧାରୀ ଭଗବାନ ବିଷ୍ଣୁଙ୍କୁ ଉପାସନା କରନ୍ତି । ପ୍ରାଚୀନ କାଳରେ ଚୈତ୍ରରଥ ନାମକ ଏକ ସୁନ୍ଦର ବନ ଥିଲା । ଏହି ବନରେ ଦେବରାଜ ଇନ୍ଦ୍ର ଗନ୍ଧର୍ବ କନ୍ୟା ଓ ଦେବତାଙ୍କ ସହିତ ବିହାର କରୁଥିଲେ । ମେଧାବୀ ନାମକ ଋଷି [...]
ଦିନେ ଦେବଶ୍ରୀ ନାରଦ ଜଗତପିତା ବ୍ରହ୍ମାଙ୍କୁ କହିଲେ, ମହାରାଜ! ଆପଣ ମୋତେ ଚୈତ୍ର ମାସ କୃଷ୍ଣପକ୍ଷ ଏକାଦଶୀ ବିଧାନ କହନ୍ତୁ । ବ୍ରହ୍ମା କହିଲେ, ଏହିଦିନକୁ ପାପମୋଚନୀ ଏକାଦଶୀ ଭାବେ ପାଳନ କରାଯାଏ । ବ୍ରତଧାରୀ ଭଗବାନ ବିଷ୍ଣୁଙ୍କୁ ଉପାସନା କରନ୍ତି ।
ପ୍ରାଚୀନ କାଳରେ ଚୈତ୍ରରଥ ନାମକ ଏକ ସୁନ୍ଦର ବନ ଥିଲା । ଏହି ବନରେ ଦେବରାଜ ଇନ୍ଦ୍ର ଗନ୍ଧର୍ବ କନ୍ୟା ଓ ଦେବତାଙ୍କ ସହିତ ବିହାର କରୁଥିଲେ । ମେଧାବୀ ନାମକ ଋଷି ମଧ୍ୟ ଏହିଠାରେ ତପସ୍ୟା କରୁଥିଲେ । ଦିନେ କାମଦେବ ଋଷିଙ୍କ ତପ ଭଙ୍ଗ ପାଇଁ ମଞ୍ଜୁଘୋଷା ନାମକ ଅପ୍ସରାଙ୍କୁ ପଠାଇଲେ । ଯୁବାବସ୍ଥାରେ ଋଷି ଅପ୍ସରାଙ୍କ ହାବଭାବ, ନୃତ୍ୟ, ଗୀତ ତଥା କଟାକ୍ଷରେ କାମ ମୋହିତ ହୋଇଗଲେ ।
ରତି-କ୍ରୀଡ଼ାରେ ୫୭ ବର୍ଷ ବିତିଗଲା । ଦିନେ ମଞ୍ଜୁଘୋଷା ଦେବଲୋକ ଯିବାକୁ ଆଜ୍ଞା ମାଗିଲେ । ଏହାଶୁଣି ଋଷିଙ୍କର ଆତ୍ମଜ୍ଞାନ ଫେରିଆସିଲା । ସେ ରସାତଳଗାମୀ ହେବାର ଏକମାତ୍ର କାରଣ ଅପ୍ସରା ମଞ୍ଜୁଘୋଷା ବୋଲି ଜାଣିପାରିଲେ । ଋଷି କ୍ରୋଧରେ ମଞ୍ଜୁଘୋଷାକୁ ପିଶାଚିନୀ ହେବାକୁ ଅଭିଶାପ ଦେଲେ । ମଞ୍ଜୁଘୋଷା ଅଭିଶାପରୁ ମୁକ୍ତି ପାଇବା ପାଇଁ ଋଷିଙ୍କୁ ଅନୁରୋଧ କଲେ । ପାପ ମୋଚନୀ ଏକାଦଶୀ ଉପବାସ କରି ଅଭିଶାପରୁ ମୁକ୍ତ ହେବା ଲାଗି ଋଷି ମଞ୍ଜୁଘୋଷାକୁ କହିଲେ ।
ଏହି ବ୍ରତ କରିବା ପରେ ମଞ୍ଜୁଘୋଷା ଅପ୍ସରା ପିଶାଚିନୀରୁ ମୁକ୍ତି ହୋଇ ଦେବଲୋକ ଚାଲିଗଲେ । ଋଷି ମଧ୍ୟ ଏହି ବ୍ରତ କରି ପାପ ମୁକ୍ତ ହେଲେ । ଶେଷରେ ବ୍ରହ୍ମା କହିଲେ ହେ ନାରଦ! ଯେଉଁ ମନୁଷ୍ୟ ବିଧିପୂର୍ବକ ଏହି ବ୍ରତ କରିବ, ସେ ସମସ୍ତ ପାପରୁ ନିଶ୍ଚିତ ମୁକ୍ତି ପାଇବ । ଯିଏ ଏହି ବ୍ରତର ମାହାତ୍ମ୍ୟ ପଢ଼ିବ ଓ ଶୁଣିବ ତା’ର ସମସ୍ତ ସଙ୍କଟ ଦୂର ହୋଇଯିବ । ବ୍ରତଧାରୀମାନେ ହବିଷାନ୍ନ, ଜଳଖିଆ ଓ ଫଳମୂଳ ଖାଇ ଦିନଟିକୁ କଟାନ୍ତି ।
ଚୈତ୍ରମାସ କୃଷ୍ଣପକ୍ଷ ଏକାଦଶୀକୁ ପାପ ମୋଚନୀ ଏକାଦଶୀ ଭାବେ ପାଳନ କରାଯାଏ । ଏହିଦିନ ନିଷ୍ଠାର ସହିତ ଶ୍ରୀବିଷ୍ଣୁଙ୍କୁ ଆରାଧନା କଲେ ଜୀବନର ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
