ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆରଡିସି: ଗଞ୍ଜାମରେ ୩୦୭୭ ବୁଥ୍
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମୋଟ ୩୦୭୭ଟି ଭୋଟ ଗ୍ରହଣ ବୁଥ୍ ସ୍ଥାପନ କରାଯିବ। ଅତିରିକ୍ତ ୧୦ଟି ବୁଥ୍ ମଧ୍ୟ ଖୋଲାଯିବ। ସହରାଞ୍ଚଳରେ ୪୧୫ଟି ଏବଂ ଗ୍ରାମାଞ୍ଚଳରେ ୨୬୬୨ଟି ବୁଥ୍ ଖୋଲିବ। ଜିଲ୍ଲାରେ ସମୁଦାୟ ୩୯୮ଟି ମହିଳା ବୁଥ୍, ୨୬ଟି ଯୁବ ଭୋଟରଙ୍କ ସକାଶେ ଉଦ୍ଦିଷ୍ଟ ସଖି ବୁଥ୍, ୧୩ଟି ଭିନ୍ନକ୍ଷମ ବୁଥ୍, ୩୯ଟି ପୁରୁଷ ପରିଚାଳନା ବୁଥ୍, ୧୩ଟି ଇକୋ ଫ୍ରେଣ୍ଡଲୀ ବୁଥ୍, ୧୨୬ଟି ଅନ୍ୟ ମଡେଲ ବୁଥ୍ ତଥା ମୋଟରେ ୬୧୫ଟି ଅତ୍ୟାଧୁନିକ ବୁଥ୍ ବ୍ୟବସ୍ଥା [...]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମୋଟ ୩୦୭୭ଟି ଭୋଟ ଗ୍ରହଣ ବୁଥ୍ ସ୍ଥାପନ କରାଯିବ। ଅତିରିକ୍ତ ୧୦ଟି ବୁଥ୍ ମଧ୍ୟ ଖୋଲାଯିବ। ସହରାଞ୍ଚଳରେ ୪୧୫ଟି ଏବଂ ଗ୍ରାମାଞ୍ଚଳରେ ୨୬୬୨ଟି ବୁଥ୍ ଖୋଲିବ। ଜିଲ୍ଲାରେ ସମୁଦାୟ ୩୯୮ଟି ମହିଳା ବୁଥ୍, ୨୬ଟି ଯୁବ ଭୋଟରଙ୍କ ସକାଶେ ଉଦ୍ଦିଷ୍ଟ ସଖି ବୁଥ୍, ୧୩ଟି ଭିନ୍ନକ୍ଷମ ବୁଥ୍, ୩୯ଟି ପୁରୁଷ ପରିଚାଳନା ବୁଥ୍, ୧୩ଟି ଇକୋ ଫ୍ରେଣ୍ଡଲୀ ବୁଥ୍, ୧୨୬ଟି ଅନ୍ୟ ମଡେଲ ବୁଥ୍ ତଥା ମୋଟରେ ୬୧୫ଟି ଅତ୍ୟାଧୁନିକ ବୁଥ୍ ବ୍ୟବସ୍ଥା କରାଯିବ। ସମସ୍ତ ବୁଥରେ ନିର୍ବାଚନ ଯେଭଳି ଶାନ୍ତିଶୃଙ୍ଖଳା ରକ୍ଷା କରି ପରିଚାଳିତ ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆରଡିସି ରଞ୍ଜନ କୁମାର ଦାସ। ସାଧାରଣ ନିର୍ବାଚନ ଯେଭଳି ଅବାଧ ରୂପେ ସମ୍ପନ୍ନ ହେବ ସେହି ଦିଗରେ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରିବା ତଥା ମତଦାତାଗଣ ବିନା ଦ୍ବିଧାରେ ଶାନ୍ତିଶୃଙ୍ଖଳାର ସହିତ ନିଜର ବହୁମୂଲ୍ୟ ମତଦାନ ଅଧିକାର ସାବ୍ୟସ୍ତ କରିବେ ସେହି ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ସେ।
ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ହୋଇଥିବା ସମୀକ୍ଷା ବୈଠକରେ ଆରଡିସି ଅଧ୍ୟକ୍ଷତା କରିଥିଲେ। ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତଗିର ମଞ୍ଚାସୀନ ଥିଲେ। ଗଞ୍ଜାମ ଜିଲ୍ଲାର ସମସ୍ତ ୧୩ଟି ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ସମେତ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ। ୨୦୨୧ ଜନଗଣନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଜନସଂଖ୍ୟା ୩୫,୨୯,୦୩୧ ଥିବା ବେଳେ ୨୦୨୪ ଅନୁସାରେ ତାହା ୩୯,୪୮,୩୬୦କୁ ବୃଦ୍ଧି ପାଇଛି। ଗତ ଜାନୁଆରୀ ମାସରେ ପ୍ରକାଶିତ ତାଲିକା ଅନୁଯାୟୀ ଜିଲ୍ଲାରେ ସମୁଦାୟ ୨୮,୪୬,୦୧୬ ଭୋଟର ଅଛନ୍ତି। ତନ୍ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧୫,୨୦,୧୨୯ ଏବଂ ମହିଳାଙ୍କ ସଂଖ୍ୟା ୧୪,୨୫,୬୧୪ ତଥା ତୃତୀୟ ଲିଙ୍ଗ ଭୋଟର ୨୭୩ ଜଣ ଅଛନ୍ତି। ଗୋଟିଏ ଭୋଟ୍ ଗ୍ରହଣ କେନ୍ଦ୍ରରେ ପ୍ରାୟ ୯୪୩ ଜଣ ମତଦାତା ଭୋଟ ଦେବାର ବ୍ୟବସ୍ଥା କରାଯାଇଛି।
ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପରିଚାଳନା ନିମନ୍ତେ ୮ ଜଣ ନିର୍ବାଚନ ଅଧିକାରୀ, ୨୬ ଜଣ ସହକାରୀ ନିର୍ବାଚନ ଅଧିକାରୀ, ୧୩ ଜଣ ଅତିରିକ୍ତ ନିର୍ବାଚନ ଅଧିକାରୀ, ୭୫ ଜଣ ସହାୟକ ଅତିରିକ୍ତ ନିର୍ବାଚନ ଅଧିକାରୀ, ୧୬ ଜଣ ଜିଲ୍ଲା ନୋଡାଲ୍ ଅଧିକାରୀ, ୩୭୯ ଜଣ ସେକ୍ଟର୍ ଅଧିକାରୀ, ୧୪୫ ଜଣ ମାଇକ୍ରୋ ଅବଜର୍ଭର୍, ୩୬୯୨ ଜଣ ପ୍ରିଜାଇଡିଂ ଅଧିକାରୀ, ୧୮୪୬୦ ଜଣ ପୋଲିଂ ଅଧିକାରୀ ଏବଂ ୩୦୭୭ ଜଣ ବୁଥସ୍ତରୀୟ ଅଧିକାରୀ ସମ୍ପୂର୍ଣ୍ଣ ନିର୍ବାଚନ ପରିଚାଳନା ସକାଶେ ପ୍ରସ୍ତୁତ ଥିବା ଜଣାପଡିଛି।
ଶଙ୍ଖ ଫୁଙ୍କିଲେ ହାତ ଛାଡ଼ିଥିବା କେନ୍ଦ୍ରାପଡ଼ାର ବରିଷ୍ଠ ନେତା ଗଣେଶ୍ୱର ବେହେରା
Next Articleଗଜପତି ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ପରିଚାଳନା ବୈଠକ: ଅଂଶୁଘାତ ଚିକିତ୍ସା ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
