न्यूज़रूम ओडिशा
ब्रेकिंग
ओडिया समाचार

ଏପ୍ରିଲ ୧୭ରୁ ୨୦ ମଧ୍ୟରେ ପ୍ରଚଣ୍ଡ ତାତି ନେଇ ପୂର୍ବାନୁମାନ

ଭୁବନେଶ୍ବର – ରାଜ୍ୟବାସୀଙ୍କୁ ପୁଣି କଲବଲ କରିବ ତାତି। ବିଭିନ୍ନ ସ୍ଥାନରେ ପୁଣି ବଢିବ ଗ୍ରୀଷ୍ମ ପ୍ରକୋପ । ଆଜିଠାରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା। ପଶ୍ଚିମା ଝଡ଼ ପ୍ରଭାବ ଅପସରି [...]

Admin•13 अप्रैल 2024
Share Article:

ଭୁବନେଶ୍ବର – ରାଜ୍ୟବାସୀଙ୍କୁ ପୁଣି କଲବଲ କରିବ ତାତି। ବିଭିନ୍ନ ସ୍ଥାନରେ ପୁଣି ବଢିବ ଗ୍ରୀଷ୍ମ ପ୍ରକୋପ । ଆଜିଠାରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା। ପଶ୍ଚିମା ଝଡ଼ ପ୍ରଭାବ ଅପସରି ଯାଇଥିବାବେଳେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ।

#Odia#Odisha#News
Share Article:

Related Articles