न्यूज़रूम ओडिशा
ब्रेकिंग
ओडिया समाचार

ରାଜନୈତିକ ରାଲିରେ ଯୋଗ ଦେଇ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ଭୁବନେଶ୍ୱର – ରାଜନୈତିକ ଦଳର ନିର୍ବାଚନୀ ରାଲିରେ ଯୋଗ ଦେବା ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଛି । ନିଲମ୍ବିତ ହୋଇଛନ୍ତି ସଂପୃକ୍ତ ଶିକ୍ଷୟିତ୍ରୀ । ନିର୍ବାଚନ ଆଚରଣ ବିଧି ଜାରି ରହିଥିବା ବେଳେ ଏକ ରାଜନୈତିକ ଦଳର ରାଲିରେ ଯୋଗ ଦେଇଥିବା ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ।ଦୁଇ ଦିନ ତଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲଶପାଟ ଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ [...]

Admin•13 अप्रैल 2024
Share Article:

ଭୁବନେଶ୍ୱର – ରାଜନୈତିକ ଦଳର ନିର୍ବାଚନୀ ରାଲିରେ ଯୋଗ ଦେବା ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଛି । ନିଲମ୍ବିତ ହୋଇଛନ୍ତି ସଂପୃକ୍ତ ଶିକ୍ଷୟିତ୍ରୀ । ନିର୍ବାଚନ ଆଚରଣ ବିଧି ଜାରି ରହିଥିବା ବେଳେ ଏକ ରାଜନୈତିକ ଦଳର ରାଲିରେ ଯୋଗ ଦେଇଥିବା ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ।ଦୁଇ ଦିନ ତଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲଶପାଟ ଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବାଇକ୍ ରାଲି ହୋଇଥିଲା । ଏହି ରାଲିରେ ଶିକ୍ଷୟତ୍ରୀ ସଂଘମିତ୍ରା ମଲ୍ଲିକ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସଂଘମିତ୍ରାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ।

#Odia#Odisha#News
Share Article:

Related Articles