न्यूज़रूम ओडिशा
ब्रेकिंग
ओडिया समाचार

ଭୋଟର ସଚେତନତା ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ

କୋରାପୁଟ – ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେଇ ନିଜର ମତାଧିକାର ସାବ୍ୟସ୍ତ କରିବା ପ୍ରତି ସଚେତନ ନାଗରିକର କର୍ତ୍ତବ୍ୟ। ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ଭୋଟ୍ ଦେଇ ଜନ ପ୍ରତିନିଧିଙ୍କ ବାଛିବା ଅଧିକାର ସମ୍ବିଧାନ ପ୍ରଦତ୍ତ । ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟ୍ ଦେବା ସବୁ ନାଗରିକଙ୍କ ପରମ କର୍ତ୍ତବ୍ୟ। ସଚେତନ ନାଗରିକଙ୍କ ଉଦାସୀନତା ଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟା ବି ପ୍ରଭାବିତ ହୋଇଥାଏ । ତେଣୁ ଭୋଟର ସଚେତନତା ପାଇଁ ପ୍ରଶାସନର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ। [...]

Admin•16 अप्रैल 2024
Share Article:
ଭୋଟର ସଚେତନତା ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ

କୋରାପୁଟ – ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେଇ ନିଜର ମତାଧିକାର ସାବ୍ୟସ୍ତ କରିବା ପ୍ରତି ସଚେତନ ନାଗରିକର କର୍ତ୍ତବ୍ୟ। ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ଭୋଟ୍ ଦେଇ ଜନ ପ୍ରତିନିଧିଙ୍କ ବାଛିବା ଅଧିକାର ସମ୍ବିଧାନ ପ୍ରଦତ୍ତ । ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟ୍ ଦେବା ସବୁ ନାଗରିକଙ୍କ ପରମ କର୍ତ୍ତବ୍ୟ। ସଚେତନ ନାଗରିକଙ୍କ ଉଦାସୀନତା ଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟା ବି ପ୍ରଭାବିତ ହୋଇଥାଏ । ତେଣୁ ଭୋଟର ସଚେତନତା ପାଇଁ ପ୍ରଶାସନର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ। ଭୋଟର ସଚେତନତା ପାଇଁ ପ୍ରତ୍ୟେକ ସ୍ତରରେ ଉଦ୍ୟମ ହୋଇଆସୁଛି। ନିର୍ବାଚନ କମିଶନ ଭୋଟିଂ ପ୍ରତିଶତ ଅଧିକରୁ ଅଧିକ ଯେପରି ହେବ, ସେ ନେଇ ଅଭିନବ ଉଦ୍ୟମ କରିଆସୁଛନ୍ତି।

ଭୋଟର ସଚେତନତା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ଉଦ୍ୟମ କରାଯାଇଛି । ରାଜ୍ୟର ସର୍ବୋଚ୍ଚ ପର୍ବତଶୃଙ୍ଗ ଦେଓମାଳିକୁ ଏକ ଟ୍ରେକିଂ ଅଭିଯାନ ଆୟୋଜନ କରିଥିଲେ କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି. କୀର୍ତ୍ତି ଭାସନ । ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ମତଦାନ ପ୍ରତିଶତ ବୃଦ୍ଧି ସହ ଭୋଟରଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିବା ଥିଲା ଏଭଳି ଏକ ଉଦ୍ୟମର ଉଦ୍ଦେଶ୍ୟ। ଦେଓମାଳି ପର୍ବତକୁ ଏହି ଟ୍ରେକିଂ ଅଭିଯାନରେ ୫ ଶହରୁ ଅଧିକ ଲୋକ ଭାଗ ନେଇଥିଲେ । ସକାଳ ୬ଟାରୁ ଆରମ୍ଭ ହୋଇଥିଲା ଟ୍ରେକିଂ । କଲେଜ ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ, ସୁରକ୍ଷାକର୍ମୀ ଓ ସାଧାରଣ ଲୋକ ଏହି ଅଭିନବ ଭୋଟର ସଚେତନତା ଅଭିଯାନରେ ଭାଗ ନେଇଥିଲେ। ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମ ବେଶ୍ ପ୍ରଶଂସିତ ହୋଇଛି।

#Odia#Odisha#News
Share Article:

Related Articles