ଶତ ପ୍ରତିଶତ ଭିଭିପାଟ୍ ଯାଞ୍ଚ୍ ନେଇ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ନିର୍ବାଚନରେ ସମସ୍ତ ‘ଭିଭିପାଟ୍’ ସ୍ଲିପର ଶତ ପ୍ରତିଶତ ଯାଞ୍ଚ୍ କରିବାକୁ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସମ୍ପ୍ରତି ଭିଭିପାଟ୍ ସ୍ଲିପ୍ ମାଧ୍ୟମରେ କେବଳ ପାଞ୍ଚଟି ମନୋନୀତ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍)ର ଯାଞ୍ଚ କରାଯାଉଛି । ‘ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍’ (ଭିଭିପିଏଟି) ହେଉଛି ଏକ ଭୋଟ୍ ଯାଞ୍ଚ୍ ପ୍ରଣାଳୀ ।ଏହାଦ୍ବାରା ଜଣେ ଭୋଟର ତାଙ୍କ ଭୋଟ୍ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ଜାଣିପାରିବେ । ଭିଭିପାଟ୍ [...]
ନୂଆଦିଲ୍ଲୀ: ନିର୍ବାଚନରେ ସମସ୍ତ ‘ଭିଭିପାଟ୍’ ସ୍ଲିପର ଶତ ପ୍ରତିଶତ ଯାଞ୍ଚ୍ କରିବାକୁ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସମ୍ପ୍ରତି ଭିଭିପାଟ୍ ସ୍ଲିପ୍ ମାଧ୍ୟମରେ କେବଳ ପାଞ୍ଚଟି ମନୋନୀତ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍)ର ଯାଞ୍ଚ କରାଯାଉଛି ।
‘ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍’ (ଭିଭିପିଏଟି) ହେଉଛି ଏକ ଭୋଟ୍ ଯାଞ୍ଚ୍ ପ୍ରଣାଳୀ ।ଏହାଦ୍ବାରା ଜଣେ ଭୋଟର ତାଙ୍କ ଭୋଟ୍ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ଜାଣିପାରିବେ ।
ଭିଭିପାଟ୍ ମାଧ୍ୟମରେ ମେସିନରୁ ଏକ କାଗଜ ସ୍ଲିପ୍ ବାହାରିଥାଏ, ଯାହାକୁ ଭୋଟର ଦେଖିପାରିବେ । ଏହି ସ୍ଲିପ୍ ଏକ ସିଲ୍ ବକ୍ସରେ ରଖାଯାଇଥାଏ । ବିବାଦ ହେଲେ ଏହା ଖୋଲାଯାଇପାରେ |
ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ନାମକ ଏନଜିଓ ଓ ସାମାଜିକ କର୍ମୀ ଅରୁଣ କୁମାର ଅଗ୍ରୱାଲଙ୍କ ଦ୍ବାରା ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏପ୍ରିଲ ୧ରେ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଥିଲେ।
ଏହି ଆବେଦନରେ କୁହାଯାଇଛି ଯେ, ସରକାର ୨୪ ଲକ୍ଷ ଭିଭିପାଟ୍ ମେସିନ୍ କିଣିବା ପାଇଁ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ ବର୍ତ୍ତମାନ ପ୍ରାୟ ୨୦,୦୦୦ ଭିଭିପାଟ୍ ସ୍ଲିପ୍ ହିଁ ଯାଞ୍ଚ କରାଯାଉଛି। କ୍ରମାନ୍ୱୟରେ ଭିଭିପାଟ୍ ଗଣିବା ନେଇ ନିର୍ବାଚନ କମିଶନଙ୍କ ନୀତିକୁ ମଧ୍ୟ ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି। ଏହାଦ୍ବାରା ଅଯଥା ବିଳମ୍ବ ହେବ ବୋଲି ଆବେଦନକାରୀ କହିଛନ୍ତି । ଯଦି ଏକାସାଙ୍ଗରେ ସମସ୍ତ ଭିଭପାଟ୍ ଗଣିବାକୁ ଅନୁମତି ଦିଆଯାଏ ଓ ଗଣନା ପାଇଁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଅଧିକ ଅଧିକାରୀ ନିଯୁକ୍ତ ହୁଅନ୍ତି, ତେବେ ସମସ୍ତ ଭିଭିପାଟ୍ ସ୍ଲିପର ଗଣନା ମାତ୍ର ୫-୬ ଘଣ୍ଟା ମଧ୍ୟରେ ହୋଇପାରିବ ବୋଲି ଆବେଦନରେ କୁହାଯାଇଛି।
ଗତି କିଛି ନିର୍ବାଚନରେ ଭିଭପାଟ୍ ଗଣନା ଏବଂ ଇଭିଏମ୍ ଫଳାଫଳ ମଧ୍ୟରେ ଅସଙ୍ଗତି ରହିଥିବା ଅଭିଯୋଗ ହୋଇଥିଲା । ଅତଏବ ଭିଭିପାଟ୍ ସ୍ଲିପ ଗୁଡ଼ିକର ଶତ ପ୍ରତିଶତ ଗଣନା କରାଯାଇ ଭୋଟରଙ୍କୁ ତାଙ୍କ ଭୋଟ୍ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ନିଶ୍ଚିତ କରିବାକୁ ସୁଯୋଗ ଦିଆଯିବା ଉଚିତ | ଏଥିପାଇଁ ଭୋଟରମାନଙ୍କୁ ଭିଭିପାଟ୍ ସ୍ଲିପକୁ ନିଜେ ବକ୍ସରେ ରଖିବାକୁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତିି ।
ବର୍ତ୍ତମାନ ଭୋଟର କେବଳ ୭ ସେକେଣ୍ଡ ପାଇଁ ଭିଭିପାଟ୍ ସ୍ଲିପ୍ ଦେଖିପାରୁଛନ୍ତି । ଇଭିଏମରେ ଭୋଟ୍ ଦିଆଯିବା ପରେ ମେସିନ୍ ଭିତରେ ଦେଖାଯାଉଥିବା ଭିଭିପାଟ୍ ସ୍ଲିପ୍ ୱିଣ୍ଡୋକୁ ଦେଖି ଭୋଟରମାନେ ନିଜ ଭୋଟ୍ ନିଶ୍ଚିତ କରିପାରୁଛନ୍ତି | ୭ ସେକେଣ୍ଡ ପରେ ଭିଭିପାଟ୍ ସ୍ଲିପ୍ ଆପେ ଆପେ ତଳେ ଥିବା ବକ୍ସରେ ପଡ଼ିବ ।
ଭୋଟର ସଚେତନତା ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ
Next ArticleElections 2024: BJP Names Candidates for 21 Assembly Seats in Odisha
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
