न्यूज़रूम ओडिशा
ब्रेकिंग
ओडिया समाचार

ଅସହ୍ୟ ଗ୍ରୀଷ୍ମ ପ୍ରକୋପ : ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁ‌ବନେଶ୍ବର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ସାଢେ ୨ଟା ସୁଦ୍ଧା କେନ୍ଦୁଝରରେ ତାପମାତ୍ରା ୪୨.୭, ଚାନ୍ଦବାଲିରେ ୪୨.୨, ବାଲେଶ୍ବରରେ ୪୧.୪, ରାଉରକେଲାରେ ୪୦.୬, ଝାରସୁଗୁଡ଼ାରେ ୩୯.୯ ଓ ସମ୍ବଲପୁରରେ ୩୯.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଆସନ୍ତା ୨୪ [...]

Admin•28 अप्रैल 2024
Share Article:

ଭୁ‌ବନେଶ୍ବର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ସାଢେ ୨ଟା ସୁଦ୍ଧା କେନ୍ଦୁଝରରେ ତାପମାତ୍ରା ୪୨.୭, ଚାନ୍ଦବାଲିରେ ୪୨.୨, ବାଲେଶ୍ବରରେ ୪୧.୪, ରାଉରକେଲାରେ ୪୦.୬, ଝାରସୁଗୁଡ଼ାରେ ୩୯.୯ ଓ ସମ୍ବଲପୁରରେ ୩୯.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

ଆସନ୍ତା ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।

#Odia#Odisha#News
Share Article:

Related Articles