न्यूज़रूम ओडिशा
ब्रेकिंग
ओडिया समाचार

ତୀରନ୍ଦାଜୀ ବିଶ୍ୱକପ୍: ଅଲିମ୍ପିକ୍ ଚାମ୍ପିୟନ କୋରିଆକୁ ହରାଇ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ସାଂଘାଇ: ଅଲିମ୍ପିକ୍ ଚାମ୍ପିୟନ୍ ଦକ୍ଷିଣ କୋରିଆକୁ ହରାଇ ୧୪ ବର୍ଷ ପରେ ଭାରତୀୟ ପୁରୁଷ ରିକର୍ଭ ଦଳ ରବିବାର ଏଠାରେ ତୀରନ୍ଦାଜୀ ବିଶ୍ୱକପ୍‌ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିଣିଛି । ବିଶ୍ୱକପ ଫାଇନାଲରେ ଏହା ଭାରତୀୟ ପୁରୁଷ ରିକର୍ଭ ଦଳର ପ୍ରଥମ ବିଜୟ । ଏହି ସଫଳତା ସହ ଆଗାମୀ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଦଳ ସ୍ଥାନ ପାଇବା ସମ୍ଭାବନା ବଢ଼ିଛି। ଧୀରଜ ବୋମ୍ମଦେଓରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବଙ୍କ ତିନି ଜଣିଆ ଭାରତୀୟ ଦଳ [...]

Admin•28 अप्रैल 2024
Share Article:

ସାଂଘାଇ: ଅଲିମ୍ପିକ୍ ଚାମ୍ପିୟନ୍ ଦକ୍ଷିଣ କୋରିଆକୁ ହରାଇ ୧୪ ବର୍ଷ ପରେ ଭାରତୀୟ ପୁରୁଷ ରିକର୍ଭ ଦଳ ରବିବାର ଏଠାରେ ତୀରନ୍ଦାଜୀ ବିଶ୍ୱକପ୍‌ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିଣିଛି ।

ବିଶ୍ୱକପ ଫାଇନାଲରେ ଏହା ଭାରତୀୟ ପୁରୁଷ ରିକର୍ଭ ଦଳର ପ୍ରଥମ ବିଜୟ । ଏହି ସଫଳତା ସହ ଆଗାମୀ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଦଳ ସ୍ଥାନ ପାଇବା ସମ୍ଭାବନା ବଢ଼ିଛି।

ଧୀରଜ ବୋମ୍ମଦେଓରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବଙ୍କ ତିନି ଜଣିଆ ଭାରତୀୟ ଦଳ ଗୋଟିଏ ବି ସେଟ୍ ନ ହରାଇ ଶକ୍ତିଶାଳୀ କୋରିଆ ଖେଳାଳିଙ୍କ ବିରୋଧରେ ଚମତ୍କାର ପ୍ରଦର୍ଶନ କରିଥିଲେ ।

ଇଭେଣ୍ଟର ଶ୍ରେଷ୍ଠ ଦୁଇ ସିଡ୍ ଦଳ ମଧ୍ୟରେ ମୁକାବିଲାରେ ଭାରତ ୫-୧ (୫୭-୫୭, ୫୭-୫୫, ୫୫-୫୩)ରେ ଜିତିଥିଲା | ଚଳିତ ବିଶ୍ୱକପ୍‌ରେ ଏହା ହେଉଛି ଭାରତର ପଞ୍ଚମ ସ୍ୱର୍ଣ୍ଣ ପଦକ।

ଏହି ଐତିହାସିକ ସଫଳତା ପରେ ଅଙ୍କିତା ଭକତ ଏବଂ ଧୀରଜଙ୍କ ରିକର୍ଭ ମିକ୍ସଡ ଦଳ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଭାରତୀୟ ଦଳର ଖୁସି ଦ୍ୱିଗୁଣିତ କରିଥିଲେ। ଭାରତୀୟ ଯୋଡି ମେକ୍ସିକୋର ଆଲେଜାଣ୍ଡ୍ରା ଭାଲେନ୍ସିୟା ଏବଂ ମାଟିୟାସ ଗ୍ରାଣ୍ଡେଙ୍କୁ ୬-୦ (୩୫-୩୧, ୩୮-୩୫, ୩୯-୩୭)ରେ ହରାଇଥିଲେ ।

#Odia#Odisha#News
Share Article:

Related Articles