न्यूज़रूम ओडिशा
ब्रेकिंग
ओडिया समाचार

ଖଲ୍ଲିକୋଟ ପ୍ରାକ୍ ନିର୍ବାଚନୀ ହିଂସାକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଖଲ୍ଲିକୋଟ ଅଞ୍ଚଳରେ ପ୍ରାକ୍ ନିର୍ବାଚନୀ ହିଂସା ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖଲ୍ଲିକୋଟ ଅଞ୍ଚଳରେ ହିଂସା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ଗଣତନ୍ତ୍ର ଓ ନାଗରିକ ସମାଜରେ ଏଭଳି ହିଂସାର କୈାଣସି ସ୍ଥାନ ନାହିଁ ବୋଲି ଚିନ୍ତା ପ୍ରକଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ। ଖଲ୍ଲିକୋଟ ହିଂସାକୁ ସେ ଦୃଢ଼ ନିନ୍ଦା କରିଛନ୍ତି । ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତମାନଙ୍କ [...]

Admin•16 मई 2024
Share Article:

ଭୁବନେଶ୍ୱର – ଖଲ୍ଲିକୋଟ ଅଞ୍ଚଳରେ ପ୍ରାକ୍ ନିର୍ବାଚନୀ ହିଂସା ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖଲ୍ଲିକୋଟ ଅଞ୍ଚଳରେ ହିଂସା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ଗଣତନ୍ତ୍ର ଓ ନାଗରିକ ସମାଜରେ ଏଭଳି ହିଂସାର କୈାଣସି ସ୍ଥାନ ନାହିଁ ବୋଲି ଚିନ୍ତା ପ୍ରକଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ। ଖଲ୍ଲିକୋଟ ହିଂସାକୁ ସେ ଦୃଢ଼ ନିନ୍ଦା କରିଛନ୍ତି । ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅପରାଧରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଖଲ୍ଲିକୋଟ ଅଞ୍ଚଳରେ ନିର୍ବାଚନୀ ପୋଷ୍ଟର ମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି ଓ କିଛି ଆହତ ହୋଇଛନ୍ତି।

#Odia#Odisha#News
Share Article:

Related Articles