न्यूज़रूम ओडिशा
ब्रेकिंग
ओडिया समाचार

ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଲେ ସୁନୀଲ ଛେତ୍ରୀ

କୋଲକାତା: ଭାରତୀୟ ଫୁଟବଲ ସୁପରଷ୍ଟାର ସୁନୀଲ ଛେତ୍ରୀ ଗୁରୁବାର ଅବସର ଘୋଷଣା କରିଛନ୍ତିି। କୋଲକାତାରେ କୁଏତ ବିପକ୍ଷ ଆଗାମୀ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପରେ ସେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ ବୋଲି କହିଛନ୍ତିି ଛେତ୍ରୀ। ଦୀର୍ଘ ଦିନ ଧରି ଜାତୀୟ ଦଳର ଅଧିନାୟକ ଥିବା ଛେତ୍ରୀ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ଅବସର ନିଷ୍ପତ୍ତି ଘୋଷଣା କରିଛନ୍ତି। ଭାରତ ୪ ପଏଣ୍ଟ ସହ ଗ୍ରୁପ୍ ଏରେ କତାର ପଛକୁ ଦ୍ୱିତୀୟ ସ୍ଥାନରେ [...]

Admin•16 मई 2024
Share Article:

କୋଲକାତା: ଭାରତୀୟ ଫୁଟବଲ ସୁପରଷ୍ଟାର ସୁନୀଲ ଛେତ୍ରୀ ଗୁରୁବାର ଅବସର ଘୋଷଣା କରିଛନ୍ତିି। କୋଲକାତାରେ କୁଏତ ବିପକ୍ଷ ଆଗାମୀ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପରେ ସେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ ବୋଲି କହିଛନ୍ତିି ଛେତ୍ରୀ। ଦୀର୍ଘ ଦିନ ଧରି ଜାତୀୟ ଦଳର ଅଧିନାୟକ ଥିବା ଛେତ୍ରୀ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ଅବସର ନିଷ୍ପତ୍ତି ଘୋଷଣା କରିଛନ୍ତି। ଭାରତ ୪ ପଏଣ୍ଟ ସହ ଗ୍ରୁପ୍ ଏରେ କତାର ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି।

୩୯ ବର୍ଷୀୟ ଛେତ୍ରୀ ଅବସର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବାବେଳେ କହିଛନ୍ତି – ଗତ ୧୯ ବର୍ଷର ତାଙ୍କ କ୍ୟାରିୟର କର୍ତ୍ତବ୍ୟ, ଚାପ ଏବଂ ଅପାର ଆନନ୍ଦର ଏକ ସୁନ୍ଦର ମିଶ୍ରଣ ।

“ଜାତୀୟ ଦଳ ସହିତ ପ୍ରତିଟି ଟ୍ରେନିଂରେ ମୁଁ କେବଳ ଉପଭୋଗ କରିବାକୁ ଚାହୁଁଛି। କୁଏତ ବିପକ୍ଷ ମ୍ୟାଚରେ ଚାପ ରହିବ । ପରବର୍ତ୍ତୀ ରାଉଣ୍ଡ ପାଇଁ ଯୋଗ୍ୟତା ସକାଶେ ଆମକୁ ୩ ପଏଣ୍ଟ ଆବଶ୍ୟକ । ଏହା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଅଧିନାୟକ ଛେତ୍ରୀ କହିଛନ୍ତି।

ଛେତ୍ରୀ କହିଛନ୍ତି ଯେ, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ମୁଁ କୌଣସି ଚାପ ଅନୁଭବ କରୁ ନାହିଁ, କାରଣ ଜାତୀୟ ଦଳ ସହ ଆଗାମୀ ୧୫-୨୦ ଦିନ ଏବଂ କୁଏତ ବିପକ୍ଷ ମ୍ୟାଚ୍ ମୋର କ୍ୟାରିୟରର ଶେଷ ସମୟ ।

ମାର୍ଚ୍ଚରେ ଛେତ୍ରୀ ଭାରତ ପାଇଁ ୧୫୦ ତମ ମ୍ୟାଚ୍ ଖେଳିଥିଲେ । ଗୁଆହାଟୀରେ ଆଫଗାନିସ୍ତାନ ବିପକ୍ଷ ଏହି ମ୍ୟାଚରେ ସେ ଏକ ଗୋଲ୍ ମଧ୍ୟ କରିଥିଲେ। ତେବେ ଭାରତ ସେହି ମ୍ୟାଚ୍ ୧-୨ରେ ହାରି ଯାଇଥିଲା ।

୨୦୦୫ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଛେତ୍ରୀ ଦେଶ ପାଇଁ ଏଯାବତ୍ ୯୪ଟି ଗୋଲ୍ ସ୍କୋର କରିଛନ୍ତି। ସେ ଭାରତର ସର୍ବକାଳୀନ ସର୍ବାଧିକ ଗୋଲ୍ ସ୍କୋରର ତଥା ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳି। କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନେଲ ମେସିଙ୍କ ପରେ ସକ୍ରିୟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଗୋଲ୍ ସ୍କୋରର ତାଲିକାରେ ଛେତ୍ରୀ ତୃତୀୟ ସ୍ଥାନରେ ଅଛନ୍ତି।

#Odia#Odisha#News
Share Article:

Related Articles