ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, କଡ଼ା ସୁରକ୍ଷା
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି ଠାରୁ ଭଞ୍ଜନଗର ଓ ଛତ୍ରପୁରର ଡିସପୋଜାଲ୍ ସେଣ୍ଟରରୁ ଦୂରବର୍ତ୍ତୀ ଓ ଦୁର୍ଗମ ଗ୍ରାମାଞ୍ଚଳ ବୁଥ୍ ଗୁଡ଼ିକ ପାଇଁ ପୋଲିଂ ଅଫିସରଙ୍କୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବଳକା ବୁଥଗୁଡିକୁ ରବିବାର ସକାଳୁ ପୋଲିଂ ଷ୍ଟାଫଙ୍କୁ ପଠାଯିବ। ୧୯୩୭ ବୁଥ୍ କରାଯାଇଛି। ସେଥିରୁ ୪୨୦ ବୁଥକୁ ସମ୍ବେଦନଶୀଳ ବୋଲି ଘୋଷଣା [...]
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି ଠାରୁ ଭଞ୍ଜନଗର ଓ ଛତ୍ରପୁରର ଡିସପୋଜାଲ୍ ସେଣ୍ଟରରୁ ଦୂରବର୍ତ୍ତୀ ଓ ଦୁର୍ଗମ ଗ୍ରାମାଞ୍ଚଳ ବୁଥ୍ ଗୁଡ଼ିକ ପାଇଁ ପୋଲିଂ ଅଫିସରଙ୍କୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବଳକା ବୁଥଗୁଡିକୁ ରବିବାର ସକାଳୁ ପୋଲିଂ ଷ୍ଟାଫଙ୍କୁ ପଠାଯିବ। ୧୯୩୭ ବୁଥ୍ କରାଯାଇଛି। ସେଥିରୁ ୪୨୦ ବୁଥକୁ ସମ୍ବେଦନଶୀଳ ବୋଲି ଘୋଷଣା କରାଯାଇଛି। ଏଥର ଭୋଟଗ୍ରହଣ ବେଳେ ୬୦% ବୁଥରେ ଓ୍ବେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ନିର୍ବାଚନ ଅଧିକ ସ୍ବଚ୍ଛ ଓ ନିରପେକ୍ଷ ହୋଇପାରିବ। ପ୍ରକାଶ ଥାଉକି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଓ୍ବେବକାଷ୍ଟିଂ ଯୋଗୁଁ ୪ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀଙ୍କ ଅନିୟମିତତା ଧରା ପଡି ଯାଇଥିଲା ଓ ନିଲମ୍ବିତ ହୋଇଥିଲେ।
ଏଥର ଆସିକା ଲୋକସଭା ଆସନ ଓ ଏଥି ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନମଣ୍ଡଳୀ ଓ କନ୍ଧମାଳ ଲୋକସଭା ଆସନ ଓ ଏଥି ଅନ୍ତର୍ଗତ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ହେବ। ଏଥିପାଇଁ ପୂର୍ବରୁ ନିୟୋଜିତ ପୋଲିସ ବାହିନୀ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ବ୍ୟତୀତ ଆଉ ୨୦ କମ୍ପାନୀ ଫୋର୍ସ ମୁତୟନ ହୋଇଛନ୍ତି। ୧୦ରୁ ୧୨ଟି ବୁଥ୍ ପାଇଁ ଗୋଟିଏ ଲେଖାଏଁ ମୋବାଇଲ୍ ପାର୍ଟି ବ୍ୟବସ୍ଥା କରାଯାଇଛି। କିଛି ଅଭିଯୋଗ ହେଲେ ସେଠାରେ ତୁରନ୍ତ ମୋବାଇଲ୍ ପାର୍ଟି ପହଞ୍ଚିବେ। ସେହିପରି ଆଇନଶୃଙ୍ଖଳା ରକ୍ଷା ତଥା ଅଘଟଣ ଏଡ଼ାଇବା ଦୃଷ୍ଟିରୁ ଗୋଟିଏ ଗୋଟିଏ ବିଧାନସଭା ଆସନ ପାଇଁ ଜଣେ ଏଏସପି ଓ ୨ ଜଣ ଡିଏସପି ନିୟୋଜିତ ହୋଇଛନ୍ତି। ଏଥିସହ ପ୍ରଚାରର ଶେଷ ଦିନରେ ମଧ୍ୟ ବିଭିନ୍ନ ସ୍ଥାନରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି।
ସତ୍ୟବାଦୀ କଣାସରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: କହିଲେ ନବୀନ ପୁଣି ହେବେ ମୁଖ୍ୟମନ୍ତ୍ରୀ, ବିଜୁଳି ବିଲ୍ ହେବ ଛାଡ
Next Articleପିପିଲି, ଡେଲାଙ୍ଗରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
