न्यूज़रूम ओडिशा
ब्रेकिंग
ओडिया समाचार

ଆଜି କେନ୍ଦୁଝର ଓ ଭଦ୍ରକ ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ହେବାକୁ ଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଜି କେନ୍ଦୁଝର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ଲୋକସଭା କ୍ଷେତ୍ରର ତିନିଟି ନିର୍ବାଚନମଣ୍ଡଳୀରେ ନବୀନ ପ୍ରଚାର କରିବେ । ପ୍ରଥମେ ସକାଳ ୧୦ଟାରେ କେନ୍ଦୁଝର ନିର୍ବାଚନମଣ୍ଡଳିରେ ମୁଖ୍ଯମନ୍ତ୍ରୀ ପହଞ୍ଚି ପ୍ରଚାର କରିବେ।ଏକ ଜନସଭାରେ ଉଦବୋଧନ [...]

Admin•19 मई 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ହେବାକୁ ଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ରାଜନୈତିକ ଦଳ ।

ଆଜି କେନ୍ଦୁଝର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ଲୋକସଭା କ୍ଷେତ୍ରର ତିନିଟି ନିର୍ବାଚନମଣ୍ଡଳୀରେ ନବୀନ ପ୍ରଚାର କରିବେ । ପ୍ରଥମେ ସକାଳ ୧୦ଟାରେ କେନ୍ଦୁଝର ନିର୍ବାଚନମଣ୍ଡଳିରେ ମୁଖ୍ଯମନ୍ତ୍ରୀ ପହଞ୍ଚି ପ୍ରଚାର କରିବେ।ଏକ ଜନସଭାରେ ଉଦବୋଧନ ଦେବେ ।

ଏହାପରେ ଆନନ୍ଦପୁର ନିର୍ବାଚନମଣ୍ଡଳୀକୁ ଯାଇ ଶଙ୍ଖ ଚିହ୍ନରେ ଆଶୀର୍ବାଦ ଭିକ୍ଷା କରିବେ।

ପରେ ଭଦ୍ରକ ଜିଲ୍ଲା ଲୋକସଭା କ୍ଷେତ୍ରର ଭଣ୍ଡାରିପୋଖରୀକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ମୁଖ୍ଯମନ୍ତ୍ରୀ। ନବୀନଙ୍କ ପ୍ରଚାର ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ଲୋକସଭା ପ୍ରାର୍ଥୀଙ୍କ ସହ ଅନ୍ତର୍ଗତ ସମସ୍ତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ରହିବେ।

#Odia#Odisha#News
Share Article:

Related Articles