न्यूज़रूम ओडिशा
ब्रेकिंग
ओडिया समाचार

ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇକୁ ବିଦା‌ କରି ପ୍ଲେ ଅଫରେ ଆରସିବି

ବେଙ୍ଗାଲୁରୁ: ଆଇପିଏଲରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ୨୭ ରନରେ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ଲେ ଅଫରେ ପ୍ରବେଶ କରିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡ ସୁଦ୍ଧା ୮ଟି ମ୍ୟାଚରୁ ୭ଟି ହାରି ଏକଦା ପଏଣ୍ଟ ଟେବୁଲର ଶେଷରେ ଥିବା ଆରସିବି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଲଗାତାର ୬ଟି ମ୍ୟାଚ୍ ଜିତି ଅପ୍ରତ୍ୟାଶିତ ଭାବେ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି। ଆରସିବି ନବମ ଥର [...]

Admin•19 मई 2024
Share Article:

ବେଙ୍ଗାଲୁରୁ: ଆଇପିଏଲରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ୨୭ ରନରେ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ଲେ ଅଫରେ ପ୍ରବେଶ କରିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡ ସୁଦ୍ଧା ୮ଟି ମ୍ୟାଚରୁ ୭ଟି ହାରି ଏକଦା ପଏଣ୍ଟ ଟେବୁଲର ଶେଷରେ ଥିବା ଆରସିବି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଲଗାତାର ୬ଟି ମ୍ୟାଚ୍ ଜିତି ଅପ୍ରତ୍ୟାଶିତ ଭାବେ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି। ଆରସିବି ନବମ ଥର ପାଇଁ ପ୍ଲେ ଅଫରେ ଖେଳିବ। ଅନ୍ୟପକ୍ଷରେ ଏହି ପରାଜୟ ସହିତ ଚେନ୍ନାଇର ଅଭିଯାନ ଶେଷ ହୋଇଛି ।

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୫ ୱିକେଟ୍ ହରାଇ ୨୧୮ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା। ଚେନ୍ନାଇକୁ ପ୍ଲେ ଅଫରେ ସ୍ଥାନ ନିଶ୍ଚିତ କରିବାକୁ ୨୦୧ ରନ୍ କରିବା ଆବଶ୍ୟକ ହେଉଥିଲା। ହେଲେ ଚେନ୍ନାଇ ୭ ୱିକେଟ୍ ବିନିମୟରେ ମାତ୍ର ୧୯୧ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଉଭୟ ଦଳ ସମାନ ୧୪ ପଏଣ୍ଟ ସହ ଲିଗ୍ ଅଭିଯାନ ଶେଷ କରିଛନ୍ତିି। ତେବେ ଚେନ୍ନାଇ ଅପେକ୍ଷା ଉନ୍ନତ ରନ୍ ରେଟ୍ ଆଧାରରେ ଆରସିବି ପ୍ଲେ ଅଫରେ ସ୍ଥାନ ପାଇଛି । ଚେନ୍ନାଇର ନେଟ୍ ରନ୍ ରେଟକୁ ଟପି ପ୍ଲେ ଅଫ୍ ଯୋଗ୍ୟତା ହାସଲ କରିବାକୁ ଆରସିବି ଏହି ମ୍ୟାଚକୁ ୧୮ ରନରେ ଜିତିବା ଆବଶ୍ୟକ ହେଉଥିଲା । ଦଳ କିନ୍ତୁ ୨୭ରେ ଜିତି ଟପ୍-୪ରେ ସ୍ଥାନ ପକ୍କା କରିଛି। ପୂର୍ବରୁ କେକେଆର୍, ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ ଅଫ୍ ଯୋଗ୍ୟତା ହାସଲ କରିଥିଲେ। ଆରସିବି ମେ ୨୨ରେ ପ୍ଲେ ଅଫର ଏଲିମିନେଟର ଖେଳିବ | ଏଲିମିନେଟର ମ୍ୟାଚରେ ଆରସିବି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଥିବା ଦଳକୁ ଭେଟିବ।

#Odia#Odisha#News
Share Article:

Related Articles