ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଓଡ଼ିଶା ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ବିଭିନ୍ନ ପାହ୍ୟାର ୩୫ ହଜାର ପୋଲିସ କର୍ମଚାରୀ ମୁତୟନ
ଭୁବନେଶ୍ୱର – ମେ’ ୨୫ ତାରିଖ ( ଶନିବାର ) ଓଡିଶାରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟାୟକୁ ଶାନ୍ତି ଶୃଙ୍ଖଳା , ଅବାଧ , ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବ ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ବରସ୍ଥିତ ପୋଲିସ ସେବା ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । [...]
ଭୁବନେଶ୍ୱର – ମେ’ ୨୫ ତାରିଖ ( ଶନିବାର ) ଓଡିଶାରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟାୟକୁ ଶାନ୍ତି ଶୃଙ୍ଖଳା , ଅବାଧ , ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବ ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ବରସ୍ଥିତ ପୋଲିସ ସେବା ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପୂର୍ବ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ନକ୍ସଲ ପ୍ରଭାବିତ ସ୍ଥାନଗୁଡିକରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହୋଇଛି ବୋଲି ଡିଜିପି କହିଛନ୍ତି । ଦୀର୍ଘ ୨୬ ବର୍ଷ ପରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହୋଇଛି । ପୂର୍ବ ନିର୍ବାଚନ ଗୁଡିକରେ ନକ୍ସଲ ପ୍ରଭାବିତ ସ୍ଥାନରେ ଛୋଟବଡ ହିଂସାକାଣ୍ଡ ଘଟୁଥିଲା ଯାହାକି ଚଳିତ ନିର୍ବାଚନରେ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୧୯୯୮ ମସିହାରେ ଲୋକସଭା ନିର୍ବାଚନ ସମୟରେ ନକ୍ସଲମାନେ ଏକ ମୋବାଇଲ ପାର୍ଟି ଉପରେ ଆକ୍ରମଣ କରିଥିଲେ । ଏହା ବ୍ୟତୀତ ବିଭିନ୍ନ ସମୟରେ ମାଓବାଦୀମାନେ ପୋଲିଂ ପାର୍ଟି , ପୋଲିସ ଫୋର୍ସ ଉପରେ ଆକ୍ରମଣ, ଇଭିଏମ ଭଙ୍ଗାରୁଜା , ବୋମା ବିସ୍ଫୋରଣ ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗ୍ରାମବାସୀଙ୍କୁ ଭୋଟଦାନରୁ ବିରତ ରଖିବା ଭଳି କାର୍ଯ୍ୟକଳାପ ଘଟାଇ ଆସୁଥିଲେ । କିନ୍ତୁ ଚଳିତବର୍ଷ ନକ୍ସଲ ପ୍ରଭାବିତ ଅଞ୍ଚଳ ଗୁଡିକରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ସମାପ୍ତ ହୋଇଛି ବୋଲି ଡିଜିପି କହିଛନ୍ତି । ଏଥିପାଇଁ ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସକୁ ଧନ୍ୟବାଦ ଜଣାଇଥିଲେ । ଏହାସହ ରାଜ୍ୟର ଯେକୌଣସି ସ୍ଥାନରେ ପ୍ରାକ ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ ଏବଂ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଅରୁଣ ଷଡ଼ଙ୍ଗୀ ଚେତାବନୀ ଦେଇଛନ୍ତି । ଏହାସହ ରାଜନୈତିକ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ ଚାର୍ଜସିଟ ପ୍ରସ୍ତୁତ କରାଯିବା ସହ ଦୋଷୀ ସାବ୍ୟସ୍ତ କରିବାକୁ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଛନ୍ତି । ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ରାଜ୍ୟ ପୋଲିସ ବାହିନୀ ସବୁବେଳେ ପ୍ରସ୍ତୁତ ରହିଛନ୍ତି ବୋଲି ଡିଜିପି କହିଥିଲେ ।
ରାଜନୈତିକ ହିଂସାକାଣ୍ଡ ସମ୍ପର୍କରେ କୌଣସି ଆଭାସ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ରାଜ୍ୟରେ ଘଟୁଥିବା ନିର୍ବାଚନୀ ହିଂସା ଗୁଡିକର ତୁରନ୍ତ ମାମଲା ପଞ୍ଜୀକରଣ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ସେ କହିଥିଲେ I ଏହି ଅବସରରେ ଡିଜିପି ଶ୍ରୀ ଷଡଙ୍ଗୀ କହିଥିଲେ ଯେ ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ କରାଯିବ । ସେଥିପାଇଁ ୧୨ ପୋଲିସ ଜିଲ୍ଲାରେ ୭୬୪୬ ସ୍ଥାନରେ ୧୦୫୫୧ ମତଦାନ କେନ୍ଦ୍ର ମଧ୍ୟରୁ ପାଖାପାଖୁ ୨୦ ପ୍ରତିଶତ ବୁଥ ସମ୍ବେଦନଶୀଳ ।
ନିର୍ବାଚନ ପରିଚାଳନାର ସୁରକ୍ଷା ଲାଗି ବିଭିନ୍ନ ପାହ୍ୟାର ୩୫ ହଜାର ପୋଲିସ କର୍ମଚାରୀଙ୍କ ମୁତୟନ କରାଯାଇଛି । ଯେଉଁଥିରେ ୧୨୧ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ , ୧୦୬ ପ୍ଲାଟୁନ ଆର୍ମଡ ପୋଲିସ ଫୋର୍ସ ଅଛନ୍ତି । ୪୩ ଜଣ ଅତିରିକ୍ତ ଏସପି , ୯୫ ଡିଏସପି , ୨୩୮ ଇନ୍ସପେକ୍ଟର , ୨୧୬୦ ଏସଆଇ / ଏଏସଆଇ ସହ ୧୦୨୧୨ କନଷ୍ଟେବଳ / ହାବିଲଦାର , ୭୧୧୭ ଗୃହରକ୍ଷୀ ଓ ଗ୍ରାମରକ୍ଷୀ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଛନ୍ତି । ସେହିପରି ୭୬୩ ମୋବାଇଲ ପାଟ୍ରୋଲିଂ ପାର୍ଟି ମଧ୍ଯ ନିର୍ବାଚନକୁ ତତ୍ତ୍ୱାବଧାନ କରିବେ ବୋଲି ଡିଜିପି କହିଛନ୍ତି ।
ସେହିପରି ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୧୨ ପୋଲିସ ଜିଲ୍ଲାରେ ୧୩୩ଟି ଚେକପୋଷ୍ଟ ରହିଛି । ସୀମାଗୁଡିକୁ ସିଲ କରାଯାଇ କଡାକଡି ଭାବେ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ କରାଯାଇଛି । ନିର୍ବାଚନ ହେବାକୁ ଥିବା ୧୨ ଜିଲ୍ଲାରେ ୩୩୧ ଟି ଫ୍ଲାଇଙ୍ଗ ସ୍କାର୍ଡ ଟିମ ରହିଛନ୍ତି । ଏହାବ୍ୟତୀତ ୩୪୩ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି । ଏହି ୧୨ଟି ଜିଲ୍ଲାରେ ୨୫ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନିର୍ବାଚନ ପରେ ସେଠାରେ ଇଭିଏମଗୁଡିକ ରଖାଯିବ । ଏହି ଇଭିଏମ ସୁରକ୍ଷା ଲାଗି ଦୁଇସ୍ତରରେ ସୁରକ୍ଷା ଦାୟିତ୍ବ ବିଭକ୍ତ କରାଯାଇଛି ବୋଲି ଡିଜିପି କହିଛନ୍ତି । ନିର୍ବାଚନ ପାଇଁ ସାରା ରାଜ୍ୟରେ ଜୋରଦାର ଚେକିଂ ଚାଲିଛି । ଜାନୁଆରୀ ପହିଲାରୁ ବର୍ତ୍ତମାନ ସୁଦ୍ଧା ୬.୦୩ କୋଟି ଟଙ୍କା ଜବତ କରାଯାଇଛି । ପ୍ରାୟ ୮୯.୩ କୋଟି ମୂଲ୍ୟର ପ୍ରଲୋଭନ ସାମଗ୍ରୀ ଧରାପଡିଛି । ୬ ଲକ୍ଷ ୭୮ ହଜାର ୫୪୭ ଲିଟର ମଦ ଜବତ କରା ଯାଇଥିବା ବେଳେ ୩୯୪୧ ବେପାରୀଙ୍କୁ ଗିରଫ କରାଯାଇଛି । ୧୧ ଜଣଙ୍କୁ ଏନଏସଏରେ ବୁକିଂ କରାଯାଇଛି । ୮୪୩.୨୩ କୁଇଣ୍ଟାଲ ଗଞ୍ଜେଇ , ୫ କେଜି ବ୍ରାଉନ ସୁଗର , ୪୫୦୭ ଲିଟର କଫ ସିରଫ ଜବତ କରାଯାଇଛି । ୧୧୮୯ ଟି ମାମଲା ପଞ୍ଜିକରଣ କରାଯାଇଥିବା ବେଳେ ୧୨୪୦ ଜଣଙ୍କୁ ଗିରଫ କରାଯାଇଛି । ଏହା ସହ କମିଶନରେଟ ପୋଲିସ ଅଞ୍ଚଳରୁ ୩ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ତଡିପାର କରାଯାଇଛି ବୋଲି ଡିଜିପି କହିଥିଲେ । ଏହି ଅବସରରେ କମିଶନର ପୋଲିସ ( ଭୁବନେଶ୍ବର – କଟକ ) ସଞ୍ଜୀବ ପଣ୍ଡା , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ମୁଖ୍ୟାଳୟ ) ଆର . କେ . ଶର୍ମା , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା ) ସଞ୍ଜୟ କୁମାର , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଅପରେସନ ) ଏସ . ଦେବଦତ୍ତ ସିଂ , ଆଇଜିପି ( ବିପିଏସପିଏ ) ଏସ , ସାଇନୀ , ଏଆଇଜିପି ( ମୁଖ୍ୟାଳୟ ) ବାତୁଳ ଗଙ୍ଗାଧର ଉପସ୍ଥିତ ଥିଲେ ।
ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : ଲୋକଙ୍କୁ ପ୍ରଶ୍ନ, ବିକାଶ ପାଇଁ ବିଜେପି କରିଛି କ’ଣ ?
Next ArticleNaveen Makes Marathon Campaign in Mayurbhanj, Balasore and Jajpur Lok Sabha Constituencies
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
