ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : ଲୋକଙ୍କୁ ପ୍ରଶ୍ନ, ବିକାଶ ପାଇଁ ବିଜେପି କରିଛି କ’ଣ ?
ଭୁବନେଶ୍ୱର -ବାଲେଶ୍ୱରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରି ବିଜେପିକୁ ବିକାଶ ପ୍ରସଙ୍ଗରେ ଘେରିଛନ୍ତି । ବିଜେପି ବାଲେଶ୍ଵରବାସୀଙ୍କ ବିକାଶ ପାଇଁ କ’ଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ବାଲେଶ୍ୱରରେ ବିଜେପି ନେତା ମିଛ କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ । ବି.ଏସ୍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, କାଳିଆ, ୫-ଟି ସ୍କୁଲ ରୂପାନ୍ତରଣ, [...]
ଭୁବନେଶ୍ୱର -ବାଲେଶ୍ୱରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରି ବିଜେପିକୁ ବିକାଶ ପ୍ରସଙ୍ଗରେ ଘେରିଛନ୍ତି । ବିଜେପି ବାଲେଶ୍ଵରବାସୀଙ୍କ ବିକାଶ ପାଇଁ କ’ଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ବାଲେଶ୍ୱରରେ ବିଜେପି ନେତା ମିଛ କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ । ବି.ଏସ୍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, କାଳିଆ, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, ମଧୁବାବୁ ପେନ୍ସନ ଯୋଜନା, ଚାଉଳ କାର୍ଡ, ପୁରୀ ମନ୍ଦିର କାମ, ସବୁପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକେ କହିଥିଲେ ବହୁତ ଭଲ ।
ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରି କହିଥିଲେ। ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବ, ଆପଣମାନେ ଖୁସି ତ ? ଆନନ୍ଦ ଉଲ୍ଲାସ ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ ।
ନବୀନ ପଟ୍ଟନାୟକ ଭଲ କି ? ପ୍ରଶ୍ନରେ ଭାବବିହ୍ୱଳ ହୋଇ ଉପସ୍ଥିତ ଜନତା ବହୁତ ଭଲ ବୋଲି କହିଥିଲେ । ଆପଣମାନଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସଭାରେ ଭାଷଣ ଦେଇ କହିଥିଲେ।
ନୂଆ ଓଡ଼ିଶା ଗଠନରେ ବାଲେଶ୍ୱରର ବହୁତ ବଡ଼ ଅବଦାନ ରହିବ । ବିଜେଡିର ଘୋଷଣାପତ୍ର ଅନୁଯାୟୀ ବାଲେଶ୍ୱର, ବାରିପଦାକୁ ନେଇ ଶିଳ୍ପ କ୍ଳଷ୍ଟର କରାଯିବ ।
ବହୁତ ବଡ଼ ବଡ଼ ଇଣ୍ଡଷ୍ଟ୍ରି ଆସିବ । ନିଯୁକ୍ତି ସୃଷ୍ଟି ହେବ ଓସରୋଜଗାର ବଢ଼ିବ ବୋଲି ପାଣ୍ଡିଆନ କହିଥିଲେ।
ବାଲେଶ୍ୱରରେ ଫକୀରମୋହନ ମେଡିକାଲ କଲେଜ କିଏ କରିଛନ୍ତି ? ବିଭିନ୍ନ ମନ୍ଦିର, ମଠ ଓ ମସଜିଦର ବିକାଶ କିଏ କରିଛନ୍ତି, ଚାନ୍ଦିପୁର ଓ ଉଦୟପୁର ବେଳାଭୂମିର ବିକାଶ କିଏ କରିଛନ୍ତି ? ସମସ୍ତ ପ୍ରଶ୍ନର ଗୋଟିଏ ଉତ୍ତର ଆସିଥିଲା ଜନତାଙ୍କ ପାଖରୁ – ନବୀନ ପଟ୍ଟନାୟକ ।
ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା କହୁଛି, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ପାଇଁ ବିଜୁଳି ବିଲ୍ ଛାଡ଼ । ଦ୍ୱିତୀୟ ଦସ୍ତଖତ ହେବ ବି,ଏସ୍.କେ.ୱାଇରେ ସମସ୍ତେ ସାମିଲ ହେବେ, ସମସ୍ତଙ୍କୁ କାର୍ଡ ମିଳିବ । ତୃତୀୟରେ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍ସନ୍ ସୁବିଧା ।
ଏ ସବୁ ଶୁଣି ବିରୋଧୀଙ୍କ ନିଦ ହଜିଗଲାଣି ବୋଲି ପାଣ୍ଡିଆନ କହିଥିଲେ। ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର କହିଲେ ଯେ, ରାଜନୀତିରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଅନେକ ରାଜନୈତିକ ଦଳ କହିଥିଲେ, କିନ୍ତୁ ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଏହାକୁ କାମରେ କରି ଦେଖାଇଲା । ବାଲେଶ୍ୱରେ ୩୩ ନୁହେଁ, ୫୦ ପ୍ରତିଶତ ସ୍ଥାନରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ହିଁ ସୁଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ ଚିର ଋଣୀ ।
ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣର ଲକ୍ଷ୍ୟକୁ ପୂରଣ କରିବା ପାଇଁ କାର୍ତ୍ତିକ ପାଣ୍ଡିଆନ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି ବୋଲି ଲେଖାଶ୍ରୀ କହିଥିଲେ।
What Has BJP MP Done for People of Balasore? Asks Naveen
Next Articleତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଓଡ଼ିଶା ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ବିଭିନ୍ନ ପାହ୍ୟାର ୩୫ ହଜାର ପୋଲିସ କର୍ମଚାରୀ ମୁତୟନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
