ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ମାଓ ଅଧ୍ୟୁଷିତ ଅଞ୍ଚଳରେ କଡ଼ା ନଜର
ଭୁବନେଶ୍ୱର – ଆସନ୍ତାକାଲି ଓଡିଶାରେ ଦ୍ଵିତୀୟ ପର୍ଯ୍ୟlୟ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବା। ଏହି ପର୍ଯ୍ୟାୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବ ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ଵରସ୍ଥିତ ପୋଲିସ ସେବା ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛନ୍ତି l ରାଜ୍ୟର କୌଣସି ସ୍ଥାନରେ ପ୍ରାକ ନିର୍ବାଚନୀ [...]
ଭୁବନେଶ୍ୱର – ଆସନ୍ତାକାଲି ଓଡିଶାରେ ଦ୍ଵିତୀୟ ପର୍ଯ୍ୟlୟ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବା। ଏହି ପର୍ଯ୍ୟାୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବ ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ଵରସ୍ଥିତ ପୋଲିସ ସେବା ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛନ୍ତି l ରାଜ୍ୟର କୌଣସି ସ୍ଥାନରେ ପ୍ରାକ ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ ଏବଂ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି କହିଛନ୍ତି। ଏହାସହ ରାଜନୈତିକ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ତଦନ୍ତ କରାଯାଇ ତୁରନ୍ତ ଚାର୍ଜସିଟ ପ୍ରସ୍ତୁତ କରାଯିବା ସହ ଦୋଷୀ ସାବ୍ୟସ୍ତ କରିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଛନ୍ତି । ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ରାଜ୍ୟ ପୋଲିସ ବାହିନୀ ସବୁବେଳେ ପ୍ରସ୍ତୁତ ରହିଛନ୍ତି ବୋଲି ଡିଜିପି ଅରୁଣ ଷଡଙ୍ଗୀ କହିଥିଲେ I ରାଜନୈତିକ ହିଂସାକାଣ୍ଡ ସମ୍ପର୍କରେ କୌଣସି ଆଭାସ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।
ଏହି ଅବସରରେ ଡିଜିପି କହିଥିଲେ ଯେ ଦ୍ଵିତୀୟ ପର୍ଯ୍ୟାୟ ମତଗ୍ରହଣ ପାଇଁ ୧୧ ପୋଲିସ ଜିଲ୍ଲାରେ ୭୩୩୯ ସ୍ଥାନରେ ୯୧୬୨ ମତଦାନ କେନ୍ଦ୍ର ମଧ୍ୟରୁ ୫୫୬ଟି ବୁଥ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ରହିଛି । ନିର୍ବାଚନ ପରିଚାଳନାର ସୁରକ୍ଷା ଲାଗି ବିଭିନ୍ନ ପାହ୍ୟାର ୩୩ ହଜାର ପୋଲିସ କର୍ମଚାରୀଙ୍କ ମୁତୟନ କରାଯାଇଛି ଯେଉଁଥିରେ ୧୦୨ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ, ୬୬ ପ୍ଲାଟୁନ ଆର୍ମଡ଼ ପୋଲିସ ଫୋର୍ସ ଅଛନ୍ତି । ୪୭ ଜଣ ଅତିରିକ୍ତ ଏସପି, ୮୮ ଡିଏସପି, ୨୩୬ ଇନ୍ସପେକ୍ଟର, ୨୦୦୦ ଏସଆଇ/ ଏଏସଆଇ ସହ ୧୧୮୦୦ କନଷ୍ଟେବଳ/ ହାବିଲଦାର, ୫୮୦୦ ଗୃହରକ୍ଷୀ ଓ ଗ୍ରାମରକ୍ଷୀ ନିର୍ବାଚନ ପରିଚାଳନାରେ ନିଯୋଜିତ ହୋଇଛନ୍ତି । ସେହିପରି ୬୫୫ ମୋବାଇଲ ପାଟ୍ରୋଲିଂ ପାର୍ଟି ମଧ୍ୟ ନିର୍ବାଚନକୁ ତତ୍ତ୍ବାବଧାନ କରିବେ ବୋଲି ଡିଜିପି କହିଛନ୍ତି ।
ଆସନ୍ତାକାଲି ନିର୍ବାଚନ ହେଉଥିବା ୧୧ ପୋଲିସ ଜିଲ୍ଲା ମଧ୍ୟରୁ ୪ ଜିଲ୍ଲାରେ ମାଓ ଗତିବିଧି ରହିଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୁଇନ୍ଦା ବ୍ୟବସ୍ଥାକୁ ସକ୍ରିୟ କରାଯିବା ସହ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ଡିଜିପି କହିଥିଲେ । ଗତ ୪ ମାସ ମଧ୍ୟରେ ୪ ଟି ଜିଲ୍ଲାରେ ୫୪୯ଟି ନକ୍ସଲ ବିରୋଧୀ ଅଭିଯାନ କରାଯାଇଛି । ନିର୍ବାଚନ ଲାଗି ସିଏପିଏଫର ୧୧୭ଟି ଅପରେସନ ପାର୍ଟି ଓ ୩୮ ୟୁନିଟ ଏସଓଜି ଓ ଡିଭିଏଫ ଜଙ୍ଗଲରେ ମାଓ ଅପରେସନ ଚଳାଇଛନ୍ତି । ଛତିଶଗଡ଼ର ୪ଟି ସୀମାବର୍ତ୍ତୀ ସ୍ଥାନରେ ଅପରେସନ ଚାଲିଛି । ମାଓ ଇଲାକାରେ ନିର୍ବାଚନ ଥିବା ସ୍ଥାନରେ ଅତିରିକ୍ତ ଡିଜି ଅପରେସନ ଦେବଦତ୍ତ ସିଂ ଅବସ୍ଥାନ କରି ସ୍ଵତନ୍ତ୍ର ନଜର ରଖିଛନ୍ତି ବୋଲି ଡିଜିପି କହିଥିଲେ ।
ସେହିପରି ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୧୧ ପୋଲିସ ଜିଲ୍ଲାରେ ୧୪୧ ଟି ଚେକପୋଷ୍ଟ ରହିଛି । ସୀମାଗୁଡିକୁ ସିଲ କରାଯାଇ କଡାକଡି ଭାବେ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ କରାଯାଇଛି । ନିର୍ବାଚନ ହେବାକୁ ଥିବା ୧୧ ଜିଲ୍ଲାରେ ୨୫୭ ଟି ଫ୍ଲାଇଅ ସ୍କ୍ୱାଡ୍ ରହିଛନ୍ତି । ଏହାବ୍ୟତୀତ ୨୫୧ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି । ଏହି ୧୧ଟି ଜିଲ୍ଲାରେ ୧୮ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନିର୍ବାଚନ ପରେ ସେଠାରେ ଇଭିଏମଗୁଡିକ ରଖାଯିବ । ଏହି ଇଭିଏମ ସୁରକ୍ଷା ଲାଗି ଦୁଇସ୍ତରରେ ସୁରକ୍ଷା ଦାୟିତ୍ଵ ବିଭକ୍ତ କରାଯାଇଛି ବୋଲି ଡିଜିପି କହିଛନ୍ତି ।
ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଆର.ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା), ସଞ୍ଜୟ କୁମାର, ଆଇ.ଜି.ପି (ପ୍ରୋଭିଜନିଙ୍ଗ) ୟତିନ୍ଦ୍ର କୋୟଲ, ଆଇ.ଜି.ପି (ବିପିଏସପିଏ) ଏସ. ସାଇନୀ, ଆଇ.ଜି.ପି (କ୍ରାଇମ ବ୍ରାଞ୍ଚ) ସଫିନ ଅହମ୍ମଦ, ଏଆଇଜିପି (ମୁଖ୍ୟାଳୟ) ବାତୁଳା ଗଙ୍ଗାଧର ଉପସ୍ଥିତ ରହିଥିଲେ ।
ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
Next Articleକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ୮ ରାଜ୍ୟର ୪୯ ଆସନରେ ହେବ ମତଦାନ, ମଇଦାନରେ ୯ କେନ୍ଦ୍ରମନ୍ତ୍ରୀଙ୍କ ସହ ୬୯୫ ପ୍ରାର୍ଥୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
