କାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ୮ ରାଜ୍ୟର ୪୯ ଆସନରେ ହେବ ମତଦାନ, ମଇଦାନରେ ୯ କେନ୍ଦ୍ରମନ୍ତ୍ରୀଙ୍କ ସହ ୬୯୫ ପ୍ରାର୍ଥୀ
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ସୋମବାର (ମେ ୨୦) ୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୪୯ ଆସନରେ ମତଦାନ ହେବ। ପଞ୍ଚମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗ ୭, ଓଡ଼ିଶାର ୫, ବିହାର ୫, ଝାଡ଼ଖଣ୍ଡ ୩, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଗୋଟିଏ ଲେଖାଏଁ ଆସନରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶାର ୫ ସଂସଦୀୟ କ୍ଷେତ୍ର ଅଧୀନ ୩୪ ବିଧାନସଭା ଆସନ ପାଇଁ ମଧ୍ୟ [...]
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ସୋମବାର (ମେ ୨୦) ୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୪୯ ଆସନରେ ମତଦାନ ହେବ। ପଞ୍ଚମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗ ୭, ଓଡ଼ିଶାର ୫, ବିହାର ୫, ଝାଡ଼ଖଣ୍ଡ ୩, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଗୋଟିଏ ଲେଖାଏଁ ଆସନରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶାର ୫ ସଂସଦୀୟ କ୍ଷେତ୍ର ଅଧୀନ ୩୪ ବିଧାନସଭା ଆସନ ପାଇଁ ମଧ୍ୟ ସୋମବାର ମତଦାନ ଅନୁଷ୍ଠିତ ହେବ।
ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ରାଜନାଥ ସିଂହ, ସ୍ମୃତି ଇରାନୀ ଏବଂ ପୀୟୁଷ ଗୋୟଲଙ୍କ ସହ ୯ ଜଣ କେନ୍ଦ୍ରମନ୍ତ୍ରୀ ମଇଦାନରେ ଅଛନ୍ତି। ଏହାଛଡ଼ା ରାଏବରେଲିରୁ ଲଢ଼ୁଥିବା ରାହୁଲ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ଏହି ପର୍ଯ୍ୟାୟରେ ହେବ ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ପଞ୍ଚମ ପର୍ଯ୍ୟାୟରେ ସର୍ବମୋଟ ୬୯୫ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୬୧୩ ଜଣ ପୁରୁଷ ଏବଂ ୮୨ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।
ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ମୁତାବକ, ଏହି ପର୍ଯ୍ୟାୟରେ ୨୩% ଅର୍ଥାତ୍ ୧୫୯ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୨୨୭ ଜଣ ଅର୍ଥାତ୍ ୩୩% ପ୍ରାର୍ଥୀ କୋଟିପତି। କେବଳ ଜଣେ ପ୍ରାର୍ଥୀ ତାଙ୍କର କୌଣସି ସମ୍ପତ୍ତି ନାହିଁ ବୋଲି ଘୋଷଣା କରିଛନ୍ତି।
ଏହି ପର୍ଯ୍ୟାୟରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ୟୁପିର ଝାନସୀ ଆସନରୁ ବିଜେପି ପ୍ରାର୍ଥୀ ଅନୁରାଗ ଶର୍ମା। ସେ ୨୧୨ କୋଟି ସମ୍ପତ୍ତିର ମାଲିକ।
ପଞ୍ଚମ ପର୍ଯ୍ୟାୟରେ ଯେଉଁ ୪୯ ଆସନରେ ମତଦାନ ହେବ ସେଥିମଧ୍ୟରୁ ୨୦୧୯ରେ ବିଜେପି ସର୍ବାଧିକ ୩୨ଟି ଆସନ ଜିତିଥିବା ବେଳେ ଶିବସେନା ୭ ଏବଂ ଟିଏମସି ୪ଟିରେ ବିଜୟୀ ହୋଇଥିଲା । କଂଗ୍ରେସ କେବଳ ୟୁପିର ରାଏବରେଲି ଆସନ ଜିତିଥିଲା । ଅନ୍ୟମାନେ ୫ଟି ସିଟ୍ ପାଇଥିଲେ।
୫୪୩ ଲୋକସଭା ଆସନ ମଧ୍ୟରୁ ଚତୁର୍ଥ ପର୍ଯ୍ୟାୟ ସୁଦ୍ଧା ୩୮୦ଟି ଆସନରେ ମତଦାନ ହୋଇସାରିଛି। ମେ ୨୦ରେ ପଞ୍ଚମ ପର୍ଯ୍ୟାୟ ପରେ ୪୨୯ ଆସନରେ ଭୋଟିଂ ପ୍ରକ୍ରିୟା ଶେଷ ହେବ। ଅବଶିଷ୍ଟ ୨ଟି ପର୍ଯ୍ୟାୟରେ ୧୧୪ ଆସନରେ ହେବ ଭୋଟ୍ ଗ୍ରହଣ।
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ମାଓ ଅଧ୍ୟୁଷିତ ଅଞ୍ଚଳରେ କଡ଼ା ନଜର
Next Articleସମ୍ବଲପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ସମାବେଶ ପରେ ରୋଡ ସୋ ରେ ଶଂଖମୟ ପରିବେଶ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
