ଭୁବନେଶ୍ବରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର : କିଛି କାମ କରିନଥିବାରୁ ସାଂସଦଙ୍କୁ ଟାର୍ଗେଟ
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱରରେ ଦଳ ପାଇଁ ପ୍ରଚାର କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ଏକମାତ୍ର ରାଜନୈତିକ ଦଳ ଯିଏ କି ନିର୍ବାଚନ ଇସ୍ତାହାରରେ ମଧ୍ୟବିତ୍ତ ଲୋକମାନଙ୍କ ଉନ୍ନତିକୁ ସ୍ଥାନ ଦେଇଛି । ସମସ୍ତଙ୍କୁ ବିଏସକେୱଇରେ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବ ଦଳ । ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ପାଇଁ ଏଭଳି ସୁବିଧା ଆଉ କେଉଁଠି ନାହିଁ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଂ ଲୋନ୍ [...]
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱରରେ ଦଳ ପାଇଁ ପ୍ରଚାର କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ଏକମାତ୍ର ରାଜନୈତିକ ଦଳ ଯିଏ କି ନିର୍ବାଚନ ଇସ୍ତାହାରରେ ମଧ୍ୟବିତ୍ତ ଲୋକମାନଙ୍କ ଉନ୍ନତିକୁ ସ୍ଥାନ ଦେଇଛି । ସମସ୍ତଙ୍କୁ ବିଏସକେୱଇରେ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବ ଦଳ । ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ପାଇଁ ଏଭଳି ସୁବିଧା ଆଉ କେଉଁଠି ନାହିଁ ।
୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଂ ଲୋନ୍ ପାଇଁ ସୁଧ ହାର କମ୍ ରହିବ । ଏହା ମଧ୍ୟ କେଉଁଠି ନାହିଁ ବୋଲି ପାଣ୍ଡିଆନ କହିଛନ୍ତି। ଶିକ୍ଷା ଋଣରେ
ମଧ୍ୟ ସୁଧ ହାର କମ୍ ରହିବ । ସମସ୍ତ ସରକାରୀ ପରିବହନରେ ମଧ୍ୟବିତ୍ତ ମାନଙ୍କ ପାଇଁ ରହାତି ଦର ରହିବ ।
ପୁଅଙ୍କୁ ୧୨ ହଜାର ଓ ଝିଅଙ୍କୁ ୧୪ ହଜାର ଟଙ୍କାର ଛାତ୍ରବୃତ୍ତି ମିଳିବ ।
ମଧ୍ୟବିତ୍ତ ଲୋକଙ୍କ ମୁଣ୍ଡ ଉପରୁ ବୋଝ ହାଲକା କରିବା ପାଇଁ ଓ ସେମାନଙ୍କ ଖର୍ଚ୍ଚ କମାଇବା ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏସବୁ ପଦକ୍ଷେପ ନେଇଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।
ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ପୁଣିଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଛାଡ ହେବ, ବସ୍ତିବାସିନ୍ଦାଙ୍କ ପାଖକୁ ଆଉ ବିଜୁଳି ବିଲ୍ ଆସିବ ନାହିଁ । ମଧ୍ୟବିତ୍ତ,ଗରିବ, ଚାଷୀ, ଯୁବପୀଢିଙ୍କ ସାଥି ହେଉଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ଏକାଠି ନେଇ ନୂଆ ଓଡିଶା ଗଠନର ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ୨୦୧୪ରେ କହିଥିଲା କ୍ଷମତାକୁ ଆସିଲେ ଡାଲି, ଖାଇବା ତେଲ, ପେଟ୍ରୋଲ ଡିଜେଲ ଦର କମାଇବେ, କିଛି କମିଲା କି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।
ଭୁବନେଶ୍ୱର ସାଂସଦଙ୍କ କର୍ତ୍ତବ୍ୟ କଣ ବୋଲି ପ୍ରଶ୍ନ କରି ପାଣ୍ଡିଆନ କହିଛନ୍ତି ଯେ, ବଡ ବଡ ପ୍ରକଳ୍ପ ଆଣିବାର ଥିଲା, ରୋଜଗାର ବଢାଇବା ପାଇଁ ସ୍କିମ ଆଣିବାର ଥିଲା । ହେଲେ ସାଂସଦ କିଛି କଲେ ନାହିଁ ବୋଲି ପାଣ୍ଡିଆନ କହିଛନ୍ତି।
ବାଙ୍ଗାଲୋର ଓ ଭୋପାଳର ବିଜେପି ସାଂସଦ ସେମାନଙ୍କ କ୍ଷେତ୍ର ପାଇଁ ୪୦/୫୦ ହଜାର କୋଟି ଟଙ୍କାର ପ୍ରକାଳ୍ପ ଆଣିଛନ୍ତି । ଆମ ସାଂସଦ କିଛି ଆଣିଲେନି ବୋଲି ପାଣ୍ଡିଆନ କହିଛନ୍ତି।
କ୍ୟାପିଟାଲ ରିଂ ରୋଡ୍ Capital ଆଣିବାର ଥିଲା । ରିଙ୍ଗ ରୋଡ ହେଲେ, ଭୁବନେଶ୍ବରର ସଂପ୍ରସାରଣ ହୋଇଥାନ୍ତା । ଏଇଟା କେନ୍ଦ୍ର ସରକାରଙ୍କ କାମ । ହେଲେ ଖଣ୍ଡେ ଇଟା ବି ପଡିଲା ନାହିଁ ବୋଲି ପାଣ୍ଡିଆନ କହିବା ସହ ସାଂସଦ ଭୁବନେଶ୍ବରକୁ ପଛକୁ ନେଇଗଲେ ବୋଲି ପ୍ରକାଶ କରିଛନ୍ତି।
ନିର୍ବାଚନ ଆଗରୁ ସାଂସଦ ମନ୍ଦିର ମନ୍ଦିର ବୁଲି ୱାଟର କୁଲର ବାଣ୍ଟୁଛନ୍ତି । ଭୁବନେଶ୍ବର ବାସିନ୍ଦାଙ୍କ କୌଣସି ଆଶା ପୂରଣ କଲେ ନାହିଁ । ଆମ ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚକୋଟୀର ଚିନ୍ତାଧାରା ରହିଛି, କଳିଙ୍ଗ ଷ୍ଟାଡିଅମରେ ବିଶ୍ବ କପ୍ ହକି ପଡିଆ କରିଛନ୍ତି । ଭୁବନେଶ୍ବରକୁ ମେଟ୍ରୋ ଆଣୁଛନ୍ତି । ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ କରୁଛନ୍ତି ।
ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ପାଣ୍ଡିଆନ।
ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ
Next Articleମେ’ ୨୩ରେ କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ହେବ ସାନି ମତଦାନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
