न्यूज़रूम ओडिशा
ब्रेकिंग
ओडिया समाचार

ମେ’ ୨୩ରେ କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ହେବ ସାନି ମତଦାନ

ଭୁବନେଶ୍ୱର – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ସାନି ମତଦାନ ହେବ। ଭାରତୀୟ ନିର୍ବାଚନ କମିଶନଙ୍କ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖ ଦିନ ଏହି ନିର୍ବାଚନ ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ସାନି ମତଦାନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ ସୂଚନା ଜାରି କରିଛନ୍ତି। ମେ’ ୨୦ ତାରିଖରେ କନ୍ଧମାଳ ଲୋକସଭା ଆସଧ ଓ ଏହାର ଅଧୀନ ୭ଟି [...]

Admin•21 मई 2024
Share Article:

ଭୁବନେଶ୍ୱର – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ସାନି ମତଦାନ ହେବ। ଭାରତୀୟ ନିର୍ବାଚନ କମିଶନଙ୍କ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖ ଦିନ ଏହି ନିର୍ବାଚନ ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ସାନି ମତଦାନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ ସୂଚନା ଜାରି କରିଛନ୍ତି।

ମେ’ ୨୦ ତାରିଖରେ କନ୍ଧମାଳ ଲୋକସଭା ଆସଧ ଓ ଏହାର ଅଧୀନ ୭ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଥିଲା। କଣ୍ଟାମାଳ ବିଧାନସଭା ଆସନର ମହେଶ୍ବର ପଣ୍ଡା ସ୍କୁଲରେ କରାଯାଇଥିବା ୨୮ ନମ୍ବର ବୁଥ କ୍ୟାପଚର ହୋଇଥିବା ଅଭିଯୋଗ ହୋଇଥିଲା।ସେହିପରି ୨୬ ନମ୍ବର ବୁଥରେ କ୍ୟାପଚର ଖବର ପୋଲିସକୁ ମିଳିଥିଲା। ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଟିମ୍‌ ପହଞ୍ଚି ଥିଲେ। ଇଭିଏମ୍‌ ଓ ଭିଭିପ୍ୟାଟ ଜବତ କରିଥିଲେ।

#Odia#Odisha#News
Share Article:

Related Articles