न्यूज़रूम ओडिशा
ब्रेकिंग
ओडिया समाचार

ଦିଲ୍ଲୀ ମେଟ୍ରୋରେ କେଜ୍ରିୱାଲଙ୍କ ବିରୋଧରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଜଣେ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ମେ ୧୯ରେ ପଟେଲ ନଗର ଓ ରାଜୀବ ଚୌକ୍ ମେଟ୍ରୋ ଷ୍ଟେସନ ଏବଂ ଟ୍ରେନ୍ କୋଚରେ କେଜ୍ରିୱାଲଙ୍କ ବିରୋଧରେ ଇଂରାଜୀରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିଲା। ଦିଲ୍ଲୀ ପୋଲିସର ସୂଚନାନୁସାରେ ଅଭିଯୁକ୍ତଙ୍କ ନାମ ଅଙ୍କିତ ଗୋୟଲ (୩୨) ଏବଂ ସେ ବରେଲିର ବାସିନ୍ଦା। ସେ ଗ୍ରେଟର ନୋଏଡା ସ୍ଥିତ ନୂଆ ଘର ପଞ୍ଜିକରଣ କରିବାକୁ ଆସିଥିଲେ। [...]

Admin•22 मई 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଜଣେ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ମେ ୧୯ରେ ପଟେଲ ନଗର ଓ ରାଜୀବ ଚୌକ୍ ମେଟ୍ରୋ ଷ୍ଟେସନ ଏବଂ ଟ୍ରେନ୍ କୋଚରେ କେଜ୍ରିୱାଲଙ୍କ ବିରୋଧରେ ଇଂରାଜୀରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିଲା।

ଦିଲ୍ଲୀ ପୋଲିସର ସୂଚନାନୁସାରେ ଅଭିଯୁକ୍ତଙ୍କ ନାମ ଅଙ୍କିତ ଗୋୟଲ (୩୨) ଏବଂ ସେ ବରେଲିର ବାସିନ୍ଦା। ସେ ଗ୍ରେଟର ନୋଏଡା ସ୍ଥିତ ନୂଆ ଘର ପଞ୍ଜିକରଣ କରିବାକୁ ଆସିଥିଲେ। ଅଙ୍କିତ ଏଠାରେ ଏକ ପଞ୍ଚ ତାରକା ହୋଟେଲରେ ରହିଥିଲେ । ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବା ସମୟରେ ସେ କେଜ୍ରିୱାଲଙ୍କ ବିରୋଧରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିଲେ।

ପୋଲିସ ସୂତ୍ର ଅନୁଯାୟୀ, ଅଙ୍କିତ ଜଣେ ଉଚ୍ଚଶିକ୍ଷିତ ଯୁବକ। ସେ ଏକ ପ୍ରସିଦ୍ଧ ବ୍ୟାଙ୍କରେ ଚାକିରି କରନ୍ତି। ସେ କୌଣସି ରାଜନୈତିକ ଦଳ ସହ ସଂଶ୍ଳିଷ୍ଟ ନୁହଁନ୍ତି। ଅଭିଯୁକ୍ତର ମାନସିକ ସ୍ଥିତି ଠିକ୍ ଅଛି କି ନାହିଁ ଡାକ୍ତରୀ ପରୀକ୍ଷା କରିବ ପୋଲିସ।

#Odia#Odisha#News
Share Article:

Related Articles