न्यूज़रूम ओडिशा
ब्रेकिंग
ओडिया समाचार

ଭଞ୍ଜନଗର: ବେତାର ଗାଁ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ୯ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେତାର ଗ୍ରାମରେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ପୋଲିସ ୯ ଜଣଙ୍କୁ ଆଜି ଗିରଫ କରିଛି। ରାଜ୍ୟ ତଥା ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଗତ ରବିବାର ରାତିରେ ଏହି ହିଂସାକାଣ୍ଡ ଘଟିଥିଲା। ଚିରିକୁଟି ବାଣ୍ଟିବାକୁ ନେଇ ଭଞ୍ଜନଗର ବ୍ଲକର ଏହି ଗାଁରେ ଦୁଇ ରାଜନୈତିକ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଡିହପଢାଳ ସରପଞ୍ଚଙ୍କ ସ୍ବାମୀ ସୁବାସ ବରାଡ ଓ ତାଙ୍କ ଭାଇ ଶିବାନନ୍ଦ [...]

Admin•22 मई 2024
Share Article:

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେତାର ଗ୍ରାମରେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ପୋଲିସ ୯ ଜଣଙ୍କୁ ଆଜି ଗିରଫ କରିଛି। ରାଜ୍ୟ ତଥା ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଗତ ରବିବାର ରାତିରେ ଏହି ହିଂସାକାଣ୍ଡ ଘଟିଥିଲା। ଚିରିକୁଟି ବାଣ୍ଟିବାକୁ ନେଇ ଭଞ୍ଜନଗର ବ୍ଲକର ଏହି ଗାଁରେ ଦୁଇ ରାଜନୈତିକ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଡିହପଢାଳ ସରପଞ୍ଚଙ୍କ ସ୍ବାମୀ ସୁବାସ ବରାଡ ଓ ତାଙ୍କ ଭାଇ ଶିବାନନ୍ଦ ବରାଡଙ୍କ ମୁଣ୍ଡ ଫାଟି ସେମାନେ ରକ୍ତାକ୍ତ ହୋଇଯାଇଥିଲେ। ଅନ୍ୟ କିଛି କର୍ମୀ ମଧ୍ୟ ଆହତ ହୋଇଥିଲେ। ପ୍ରାୟ ୨ ଘଣ୍ଟା କାଳ ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ। ଖୁବ ଶୀଘ୍ର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ସୁରକ୍ଷା ଦାୟିତ୍ବରେ ଥିବା ଗଜପତି ଏସପି ଏସ୍.ସ୍ବାତୀ କୁମାର ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଏହି ଘଟଣାରେ ପୋଲିସ ଆଜି ଡିହପଢାଳ ପଞ୍ଚାୟତର ୯ ଜଣ ରାଜନୈତିକ କର୍ମୀଙ୍କୁ ଗିରଫ କରିଛି। ତେବେ ଗିରଫଦାରୀ ବାବଦରେ ଶୀଘ୍ର ବରିଷ୍ଠ ପୋଲିସ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେବେ ବୋଲି କହିଛନ୍ତି।

#Odia#Odisha#News
Share Article:

Related Articles