न्यूज़रूम ओडिशा
ब्रेकिंग
ओडिया समाचार

ଲୋକସଭା ନିର୍ବାଚନରେ ୧୨୧ ପ୍ରାର୍ଥୀ ନିରକ୍ଷର

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଲଢୁଥିବା ମୋଟ ୮,୩୬୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ ଜଣ ନିଜକୁ ନିରକ୍ଷର ବୋଲି ଘୋଷଣା କରିଛନ୍ତିି। ଆଉ ୩୫୯ ଜଣ ପ୍ରାର୍ଥୀ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବେଳେ ୬୪୭ ଜଣ ପ୍ରାର୍ଥୀ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ରିପୋର୍ଟ ମୁତାବକ ୧,୩୦୩ ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି ଏବଂ ୧,୫୦୨ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା [...]

Admin•24 मई 2024
Share Article:

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଲଢୁଥିବା ମୋଟ ୮,୩୬୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ ଜଣ ନିଜକୁ ନିରକ୍ଷର ବୋଲି ଘୋଷଣା କରିଛନ୍ତିି। ଆଉ ୩୫୯ ଜଣ ପ୍ରାର୍ଥୀ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବେଳେ ୬୪୭ ଜଣ ପ୍ରାର୍ଥୀ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି।

ରିପୋର୍ଟ ମୁତାବକ ୧,୩୦୩ ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି ଏବଂ ୧,୫୦୨ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସ୍ନାତକ। ସାଧାରଣ ନିର୍ବାଚନ ରଣାଙ୍ଗନରେ ୧୯୮ ଜଣ ଡକ୍ଟରେଟ୍ ପ୍ରାର୍ଥୀ ଅଛନ୍ତି।

ଏପ୍ରିଲ ୧୯ ରୁ ଆରମ୍ଭ ହୋଇଥିବା ୭ ପର୍ଯ୍ୟାୟ ଲୋକସଭା ନିର୍ବାଚନର ଇତିମଧ୍ୟରେ ୫ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ଯଥାକ୍ରମେ ମେ ୨୫ ଓ ଜୁନ୍ ୧ରେ ଅନୁଷ୍ଠିତ ହେବ । ଭୋଟ୍ ଗଣତି ସହ ଫଳାଫଳ ଜୁନ୍ ୪ରେ ପ୍ରକାଶ ପାଇବ।

#Odia#Odisha#News
Share Article:

Related Articles