ଆଜି ଦ୍ୱିତୀୟ କ୍ବାଲିଫାୟର: ଫାଇନାଲରେ ସ୍ଥାନ ପାଇଁ ରାଜସ୍ଥାନ ରୟାଲ୍ସ – ସନରାଇଜର୍ସ ମଧ୍ୟରେ ଲଢ଼େଇ
ଚେନ୍ନାଇ: ଆଜି ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ୍ ୨୦୨୪ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍)ରେ ଖେଳାଯିବ। ଏହି ମ୍ୟାଚରେ ବିଜେତା ଦଳ ଫାଇନାଲକୁ ଉନ୍ନୀତ ହେବ। ୨୦୧୬ ଚାମ୍ପିୟନ ସନରାଇଜର୍ସ ହାଇଦ୍ରାବାଦ ସପ୍ତମ ଥର ପାଇଁ ଆଇପିଏଲ୍ ପ୍ଲେ ଅଫ୍ ରେ ପହଞ୍ଚିଛି | ଦଳ ୨୦୧୩ରେ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ଖେଳିଥିଲା, ଯାହା ଏହାର ଡେବ୍ୟୁ ସିଜନ୍ ଥିଲା | ହାଇଦ୍ରାବାଦ ୪ [...]
ଚେନ୍ନାଇ: ଆଜି ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ୍ ୨୦୨୪ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍)ରେ ଖେଳାଯିବ। ଏହି ମ୍ୟାଚରେ ବିଜେତା ଦଳ ଫାଇନାଲକୁ ଉନ୍ନୀତ ହେବ।
୨୦୧୬ ଚାମ୍ପିୟନ ସନରାଇଜର୍ସ ହାଇଦ୍ରାବାଦ ସପ୍ତମ ଥର ପାଇଁ ଆଇପିଏଲ୍ ପ୍ଲେ ଅଫ୍ ରେ ପହଞ୍ଚିଛି | ଦଳ ୨୦୧୩ରେ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ଖେଳିଥିଲା, ଯାହା ଏହାର ଡେବ୍ୟୁ ସିଜନ୍ ଥିଲା | ହାଇଦ୍ରାବାଦ ୪ ବର୍ଷ ପରେ ପ୍ଲେ ଅଫରେ ପହଞ୍ଚିଛି | ଏପର୍ଯ୍ୟନ୍ତ ହାଇଦ୍ରାବାଦ ୬ଟି ପ୍ଲେ ଅଫ୍ ଖେଳିଥିବା ବେଳେ ୨ଥର ଫାଇନାଲରେ ପ୍ରବେଶ କରିଛି | ଦଳ ୨୦୧୬ରେ ଟାଇଟଲ୍ ଜିତିଥିଲା ଏବଂ ୨୦୧୮ରେ ରନର୍ସ ଅପ୍ ହୋଇଥିଲେ |
ଅନ୍ୟପକ୍ଷରେ ଆଇପିଏଲର ପ୍ରଥମ ସିଜନର ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ୨୦୨୨ରେ ରନର୍ଅ ଅପ୍ ହୋଇଥିଲା | ଦଳ ଷଷ୍ଠ ଥର ପାଇଁ ପ୍ଲେ ଅଫ୍ ରାଉଣ୍ଡରେ ପହଞ୍ଚିଛି। ରୟାଲ୍ସ ତୃତୀୟ ଥର ପାଇଁ କ୍ୱାଲିଫାୟର-୨ ମ୍ୟାଚ୍ ଖେଳିବ।
ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ ୧୯ଟି ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ ରାଜସ୍ଥାନ ୯ଟି ମ୍ୟାଚ୍ ଜିତିଥିବା ବେଳେ ହାଇଦ୍ରାବାଦ ୧୦ଟି ମ୍ୟାଚ୍ ଜିତିଛି । ଏଥିରୁ ଉଭୟ ଦଳ ମଧ୍ୟରେ ବିଶେଷ ଫରକ୍ ନଥିବା ସ୍ପଷ୍ଟ ହୋଇଛି।
ଏହି ସିଜନରେ ଦୁଇ ଦଳ ମଧ୍ୟରେ ଥରେ ମୁକାବିଲା ହୋଇଥିଲା | ହାଇଦ୍ରାବାଦ ନିଜ ଘରୋଇ ଗ୍ରାଉଣ୍ଡରେ ମାତ୍ର ୧ ରନରେ ଏହି ମ୍ୟାଚ୍ ଜିତିଥିଲା। ଉଭୟ ଦଳ ପ୍ରଥମ ଥର ପାଇଁ ଚେନ୍ନାଇରେ ମୁହାଁମୁହିଁ ହେବେ।
ଲୋକସଭା ନିର୍ବାଚନରେ ୧୨୧ ପ୍ରାର୍ଥୀ ନିରକ୍ଷର
Next ArticleDepression Formed Over Central Bay of Bengal, Likely to Intensify Into Cyclone Over Eastcentral BoB Tomorrow
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
