ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ, ୮ ରାଜ୍ୟର ୫୮ ଆସନରେ ଚାଲିଛି ଭୋଟ ଗ୍ରହଣ
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଶନିବାର (ମେ ୨୫) ଆରମ୍ଭ ହୋଇଛି । ୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୫୮ ଆସନରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ଜାତୀୟ ରାଜଧାନୀ ଦିଲ୍ଲୀର ସମସ୍ତ ୭ଟି ଆସନ ବ୍ୟତୀତ ଉତ୍ତର ପ୍ରଦେଶର ୧୪, ହରିୟାଣାର ୧୦, ବିହାର ଏବଂ ପଶ୍ଚିମବଙ୍ଗର ୮-୮, ଓଡ଼ିଶାର ୬, ଝାଡ଼ଖଣ୍ଡର ୪, ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ [...]
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଶନିବାର (ମେ ୨୫) ଆରମ୍ଭ ହୋଇଛି । ୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୫୮ ଆସନରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଜାରି ରହିଛି।
ଏହି ପର୍ଯ୍ୟାୟରେ ଜାତୀୟ ରାଜଧାନୀ ଦିଲ୍ଲୀର ସମସ୍ତ ୭ଟି ଆସନ ବ୍ୟତୀତ ଉତ୍ତର ପ୍ରଦେଶର ୧୪, ହରିୟାଣାର ୧୦, ବିହାର ଏବଂ ପଶ୍ଚିମବଙ୍ଗର ୮-୮, ଓଡ଼ିଶାର ୬, ଝାଡ଼ଖଣ୍ଡର ୪, ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ ହେବ। ଏହାଛଡ଼ା ଓଡ଼ିଶାର ୪୨ଟି ବିଧାନସଭା ଆସନରେ ମଧ୍ୟ ଶନିବାର ଭୋଟ୍ ଗ୍ରହଣ ହେବ।
ଏହି ପର୍ଯ୍ୟାୟରେ ତିନି କେନ୍ଦ୍ର ମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ, କୃଷ୍ଣ ପାଲ ସିଂ ଗୁର୍ଜାର ଏବଂ ରାଓ ଇନ୍ଦରଜିତ ସିଂ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏହାଛଡ଼ା ତିନିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ମନୋହର ଲାଲ ଖଟ୍ଟର ଏବଂ ଜଗଦମ୍ବିକା ପାଲ ମଧ୍ୟ ଏହି ପର୍ଯ୍ୟାୟରେ ଲଢ଼ୁଛନ୍ତି। ଏମାନଙ୍କ ବ୍ୟତୀତ ମନୋଜ ତିୱାରୀ, ମେନକା ଗାନ୍ଧୀ, ନବୀନ ଜିନ୍ଦଲ, ବାଂସୁରୀ ସ୍ୱରାଜ, ସମ୍ବିତ ପାତ୍ର, ରାଜ ବବର ପ୍ରମୁଖ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଷଷ୍ଠ ପର୍ଯ୍ୟାୟରେ ୮୮୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୯୭ ଜଣ ପୁରୁଷ ଏବଂ ୯୨ ଜଣ ମହିଳା ପ୍ରାର୍ଥୀ।
ଷଷ୍ଠ ପର୍ଯ୍ୟାୟରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ହରିୟାଣାର କୁରୁକ୍ଷେତ୍ର ଆସନରୁ ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲ। ତାଙ୍କ ପାଖରେ ୧୨୪୧ କୋଟି ଟଙ୍କା ସମ୍ପତ୍ତି ରହିଛି।
ଜାମ୍ମୁ କାଶ୍ମୀରର ଅନନ୍ତନାଗ-ରାଜୌରୀ ଆସନରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାର ଥିଲା, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହି ଆସନ ପାଇଁ ମଧ୍ୟ ଆଜି ମତଦାନ ହେବ।
ଏହି ୫୮ ଆସନ ମଧ୍ୟରୁ ୨୦୧୯ରେ ବିଜେପି ସର୍ବାଧିକ ୪୦ଟି ସିଟ୍ ଜିତିଥିବା ବେଳେ କଂଗ୍ରେସ ଏବଂ ଆପ୍ ଖାତା ଖୋଲି ପାରିନଥିଲେ।
୫୪୩ ଲୋକସଭା ଆସନ ମଧ୍ୟରୁ ପଞ୍ଚମ ପର୍ଯ୍ୟାୟ ସୁଦ୍ଧା ୪୨୯ ଆସନରେ ଭୋଟ୍ ଗ୍ରହଣ ସରିଛି। ଷଷ୍ଠ ପର୍ଯ୍ୟାୟ ପରେ ୪୮୭ ଆସନରେ ମତଦାନ ଶେଷ ହେବ। ଜୁନ୍ ୧ରେ ଶେଷ ଏବଂ ସପ୍ତମ ପର୍ଯ୍ୟାୟରେ ଅବଶିଷ୍ଟ ୫୬ ଆସନରେ ଭୋଟ୍ ଗ୍ରହଣ ହେବ।
ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଓଡ଼ିଶା ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ବିଭିନ୍ନ ପାହ୍ୟାର ୩୫ ହଜାର ପୋଲିସ କର୍ମଚାରୀ ମୁତୟନ
Next Articleସନରାଇଜର୍ସ-କେକେଆର୍ ଆଇପିଏଲ୍ ଫାଇନାଲ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
