ସନରାଇଜର୍ସ-କେକେଆର୍ ଆଇପିଏଲ୍ ଫାଇନାଲ
ଚେନ୍ନାଇ: ହାଇନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ପରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଏବଂ ଅଭିଷେକ ଶର୍ମାଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଶୁକ୍ରବାର ଆଇପିଏଲର ଦ୍ୱିତୀୟ କ୍ବାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦ ୩୬ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ହାଇଦ୍ରାବାଦ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ସନରାଇଜର୍ସର ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ ସହିତ ହେବ । ଧ୍ରୁବ ଜୁରେଲ (୩୫ ବଲରେ ୫୬ ନଟ୍ ଆଉଟ୍, ୭ [...]
ଚେନ୍ନାଇ: ହାଇନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ପରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଏବଂ ଅଭିଷେକ ଶର୍ମାଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଶୁକ୍ରବାର ଆଇପିଏଲର ଦ୍ୱିତୀୟ କ୍ବାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦ ୩୬ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ହାଇଦ୍ରାବାଦ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ସନରାଇଜର୍ସର ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ ସହିତ ହେବ ।
ଧ୍ରୁବ ଜୁରେଲ (୩୫ ବଲରେ ୫୬ ନଟ୍ ଆଉଟ୍, ୭ ଚୌକା, ଦୁଇଟି ଛକା) ଏବଂ ଓପନର୍ ଯଶସ୍ବୀ ଜୈସୱାଲ (୪୨)ଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ୧୭୬ ରନ୍ର ଟାର୍ଗେଟ୍ ଜବାବରେ ରୟାଲ୍ସ ଦଳ ୭ ୱିକେଟ୍ ହରାଇ କେବଳ ୧୩୯ ରନ୍ କରିବାକୁ ସମର୍ଥ ହୋଇଥିଲା।
ସନରାଇଜର୍ସ ତରଫରୁ ଶାହବାଜ ୨୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିବାବେଳେ ଅଭିଷେକ ୨୪ ରନ୍ ବ୍ୟୟ କରି ୨ଟି ୱିକେଟ୍ ହାସଲ କରିଥିଲେ।
ଏହା ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ସନରାଇଜର୍ସ କ୍ଲାସେନ୍ (୩୪ ବଲରେ ୪ ଛକା ସହ ୫୦ ରନ୍)ଙ୍କ ଅର୍ଦ୍ଧଶତକ ସହାୟତାରେ ୯ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । କ୍ଲାସେନ୍ ଚତୁର୍ଥ ୱିକେଟ୍ ପାଇଁ ଓପନର ଟ୍ରାଭିସ୍ ହେଡ୍ (୩୪) ଏବଂ ସପ୍ତମ ୱିକେଟ୍ ପାଇଁ ଶାହବାଜ (୧୮)ଙ୍କ ସହ ୪୩ ରନ୍ ଯୋଡ଼ିଥିଲେ। ରାହୁଲ ତ୍ରିପାଠୀ (୩୭) ମଧ୍ୟ ଏକ ଉପଯୋଗୀ ଇନିଂସ୍ ଖେଳିଥିଲେ ।
ରୟାଲ୍ସ ତରଫରୁ ଆବେଶ ଖାନ (୨୭ ରନରେ ୩ ୱିକେଟ୍) ଏବଂ ଟ୍ରେଣ୍ଟ ବୋଲ୍ଟ (୪୫ ରନ୍ ବିନିମୟରେ ୩ ୱିକେଟ୍) ୩ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ସନ୍ଦୀପ ଶର୍ମା (୨୫ ରନରେ ୨ଟି ୱିକେଟ୍) ଦୁଇଟି ୱିକେଟ୍ ନେଇଥିଲେ।ରବିବାର ଏହି ଗ୍ରାଉଣ୍ଡରେ ହିଁ ଫାଇନାଲ ଖେଳାଯିବ |
ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ, ୮ ରାଜ୍ୟର ୫୮ ଆସନରେ ଚାଲିଛି ଭୋଟ ଗ୍ରହଣ
Next ArticleKartik Pandian Rides Auto to Polling Booth, Exercises His Franchise Like A Common Man
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
