न्यूज़रूम ओडिशा
ब्रेकिंग
ओडिया समाचार

ଇଭିଏମ ଭଙ୍ଗା ମାମଲାରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଖୋର୍ଦ୍ଧା – ବର୍ତ୍ତମାନର ଚିଲିକା ବିଧାୟକ ତଥା ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି । ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଜଗଦ୍ଦେବ ବୋଲଗଡ଼ କାଉଁରିପାଟଣା ବୁଥରେ ପଶି ଇଭିଏମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା । ସେ ମଧ୍ୟ ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଜଗଦ୍ଦେବଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ। ପରେ ତାଙ୍କୁ ଗିରଫ କରାଯାଇ ଖୋର୍ଦ୍ଧା ଜେଲକୁ [...]

Admin•26 मई 2024
Share Article:

ଖୋର୍ଦ୍ଧା – ବର୍ତ୍ତମାନର ଚିଲିକା ବିଧାୟକ ତଥା ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି । ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଜଗଦ୍ଦେବ ବୋଲଗଡ଼ କାଉଁରିପାଟଣା ବୁଥରେ ପଶି ଇଭିଏମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା । ସେ ମଧ୍ୟ ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଜଗଦ୍ଦେବଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ। ପରେ ତାଙ୍କୁ ଗିରଫ କରାଯାଇ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ସୂଚନା ମିଳିଛି।

#Odia#Odisha#News
Share Article:

Related Articles