न्यूज़रूम ओडिशा
ब्रेकिंग
ओडिया समाचार

ରାଜନୀତିରୁ ଉର୍ଦ୍ଧ୍ବରେ ରହି ପୁଣି ଉଦାରତାର ପରିଚୟ ଦେଲେ ନବୀନ; ବାତ୍ୟା ପ୍ରଭାବିତ ଆସାମକୁ ସହାୟତାର ପ୍ରସ୍ତାବ

ଭୁବନେଶ୍ୱର – ପୁଣି ଥରେ ରାଜନୀତିରୁ ଉର୍ଦ୍ଧ୍ବରେ ରହି ମୁଖ୍ୟମନ୍ତ୍ରୀ ନିଜ ବଦାନ୍ୟତାର ପରିଚୟ ଦେଇଛନ୍ତି। ଗୋଟିଏ ପଟେ ଆସାମ ମୁଖ୍ୟମନ୍ତ୍ରୀ ବିଜେପିର ତାରକା ପ୍ରଚାରକ ଭାବେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ପ୍ରଚାରରେ ଅଶାଳୀନ ମନ୍ତବ୍ୟ ଦେଇ ସମାଲୋଚନା କରୁଛନ୍ତି । କିନ୍ତୁ ଭାରତର ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଆସୁଥିବା ନବୀନ ଆସାମକୁ ବିପଦ ବେଳେ ସହାୟତାର ପ୍ରସ୍ତାବ ଦେଇଛନ୍ତି। ବାତ୍ୟା ରେମାଳ ଯୋଗୁଁ ଆସାମ ପ୍ରଭାବିତ ହୋଇଥିବା ବେଳେ ରାଜନୀତିକୁ [...]

Admin•28 मई 2024
Share Article:

ଭୁବନେଶ୍ୱର – ପୁଣି ଥରେ ରାଜନୀତିରୁ ଉର୍ଦ୍ଧ୍ବରେ ରହି ମୁଖ୍ୟମନ୍ତ୍ରୀ ନିଜ ବଦାନ୍ୟତାର ପରିଚୟ ଦେଇଛନ୍ତି। ଗୋଟିଏ ପଟେ ଆସାମ ମୁଖ୍ୟମନ୍ତ୍ରୀ ବିଜେପିର ତାରକା ପ୍ରଚାରକ ଭାବେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ପ୍ରଚାରରେ ଅଶାଳୀନ ମନ୍ତବ୍ୟ ଦେଇ ସମାଲୋଚନା କରୁଛନ୍ତି । କିନ୍ତୁ ଭାରତର ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଆସୁଥିବା ନବୀନ ଆସାମକୁ ବିପଦ ବେଳେ ସହାୟତାର ପ୍ରସ୍ତାବ ଦେଇଛନ୍ତି। ବାତ୍ୟା ରେମାଳ ଯୋଗୁଁ ଆସାମ ପ୍ରଭାବିତ ହୋଇଥିବା ବେଳେ ରାଜନୀତିକୁ ପଛରେ ପକାଇ ସମସ୍ତ ପ୍ରକାର ସହାୟତା ପାଇଁ ଆସାମ ସରକାରଙ୍କ ପ୍ରସ୍ତାବ ଦେଇଛନ୍ତି । ଆସାମରେ ବାତ୍ୟା ଯୋଗୁଁ ଧନଜୀବନ ହାନି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଏପରି ଏକ ବିପର୍ଯ୍ୟୟ ସମୟରେ ଓଡ଼ିଶା ଆସାମବାସୀଙ୍କ ସହ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ କହିଛନ୍ତି। ଏଥିସହ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଆସାମକୁ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

#Odia#Odisha#News
Share Article:

Related Articles