ନୀଳଗିରିରେ ନିର୍ବାଚନ ପ୍ରଚାର କରି ବିଜେପି ଉପରେ ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ; କହିଲେ ସବୁ କ୍ଷେତ୍ରରେ ଫେଲ୍ ମାରିଛି କେନ୍ଦ୍ର ସରକାର
ଭୁବନେଶ୍ବର – ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଧାନ ସଭା କ୍ଷେତ୍ରରେ ମାରାଥଧ ପ୍ରଚାର କରିଛନ୍ତି । ପ୍ରଚାରରେ ସେ ବିଜେପିକୁ ଶାଣିତ ସ୍ୱରରେ ଆକ୍ରମଣ କରିବା ସହିତ ଗତ ୧୦ ବର୍ଷରେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା ବିଷୟରେ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ [...]
ଭୁବନେଶ୍ବର – ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଧାନ ସଭା କ୍ଷେତ୍ରରେ ମାରାଥଧ ପ୍ରଚାର କରିଛନ୍ତି । ପ୍ରଚାରରେ ସେ ବିଜେପିକୁ ଶାଣିତ ସ୍ୱରରେ ଆକ୍ରମଣ କରିବା ସହିତ ଗତ ୧୦ ବର୍ଷରେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା ବିଷୟରେ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ କାମର ହିସାବ ଦେବା ପାଇଁ ଲୋକଙ୍କ ପାଖକୁ ପଠାଇଛନ୍ତି । ପଞ୍ଚଲିଙ୍ଗେଶ୍ବର ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୬ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ, ନୀଳଗିରି ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି, ଶାଳନ୍ଦୀ ବାମପାର୍ଶ୍ବ କେନାଲ ପାଇଁ ୨୭୦ କୋଟି ଟଙ୍କା ମଞ୍ଜୁର କରି ନୀଳଗିରି ଅଞ୍ଚଳର ବିକାଶକୁ ଆହୁରି ଆଗକୁ ନେଇଛନ୍ତି ।
ଜୁନ ୯ ତାରିଖରେ ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ କଥା ଶୁଣି ବିରୋଧୀଙ୍କର ନିଦ ହଜିଯାଇଛି । ସେମାନେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଆଶାଳୀନ ଭାଷାରେ ଗାଳିଗୁଲଜ କରୁଛନ୍ତି । ଜନତା ଏହି ଔଦ୍ଧତ୍ୟର ଉଚିତ ଜବାବ ଦେବେ ବୋଲି ପାଣ୍ଡିଆନ ଆଶାବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ନୀଳଗିରି ଅଞ୍ଚଳରେ ଆମର ଜନଜାତି ଭାଇଭଉଣୀ ଳମାନେ ବହୁ ସଂଖ୍ୟାରେ ବାସ କରନ୍ତି । ସେମାନଙ୍କର କଳା, ସଂସ୍କୃତି, ଭାଷା, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ଆଜି ପର୍ଯ୍ୟନ୍ତ କେହି ଏ ବିଷୟରେ ଚିନ୍ତା କରୁ ନଥିବା ବେଳେ, ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅଭିନବ ପଦକ୍ଷେପ ନେଇଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ – ଏସଡିସି ଭଳି ବ୍ୟବସ୍ଥା ଅନ୍ୟ କୌଣସି ରାଜ୍ୟରେ କରାଯାଇନାହିଁ ବୋଲି ପାଣ୍ଡିଆନ କହିଥିଲେ।
ରାଜ୍ୟ ସରକାରଙ୍କର ‘ଲାଭ’ ଯୋଜନା ସଂପର୍କରେ ଆଲୋକପାତ କରି ପାଣ୍ଡିଆନ କହିଥିଲେ ଯେ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ହିତାଧିକାରୀମାନେ ଠିକ୍ ଦାମ୍ ପାଇବେ । କେହି ଠକି ପାରିବେ ନାହିଁ । କାରଣ ଏହା ହେଉଛି ନବୀନ ସରକାର।
ଦରଦାମ ପରିସ୍ଥିତି ଉପରେ ଆଲୋକପାତ କରି ପାଣ୍ଡିଆନ କହିଥିଲେ ଯେ ଦରଦାମ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କର ସବୁଠାରୁ ବଡ ଦାୟିତ୍ବ। ଡାଲି ଦର କମିଲା କି ? ତେଲ ଦର କମିଲା କି ? ଏଲପିଜି ଦର କମିଲା କି ବୋଲି ପାଣ୍ଡିଆନ ଜନତାଙ୍କୁ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣରେ ସଂପୂର୍ଣ୍ଣ ଫେଲ୍ ମାରିଛି ।
ବେକାରୀ ସମସ୍ୟା ଉପରେ ସେ କହିଲେ ଯେ କେନ୍ଦ୍ର ସରକାର କହିଥିଲେ ପ୍ରତିବର୍ଷ ଦୁଇ କୋଟି ଚାକିରୀ ଦେବେ । ଦଶ ବର୍ଷରେ କୋଡିଏ କୋଟି । ଓଡିଶା ଭାଗ ପଡିଥାନ୍ତା ୮୦ ଲକ୍ଷ । ବାଲେଶ୍ବରର ଭାଗ ପଡିଥାନ୍ତା ୬ ଲକ୍ଷ । ନୀଳଗିରି ଭାଗ ପଡିଥାନ୍ତା ୧ ଲକ୍ଷ । କେନ୍ଦ୍ର ସରକାରଙ୍କ ଚାକିରୀ ନୀଳଗିରିରୁ କିଏ ପାଇଲେ କି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ । ଯଦି ହଜାର ଲୋକ ନୀଳଗିରିରୁ ପାଇଥିବେ, ତେବେ ସେ ଚାକିରୀ ଛାଡିଦେବି ବୋଲି କହିଥିଲେ ।
ବୁଢାବୁଢୀଙ୍କ ଭତ୍ତା ବିଷୟରେ ଆଲୋଚନା କରି ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ର ୩୦୦ ଟଙ୍କା ଦେଉଥିବା ବେଳେ, ରାଜ୍ୟ ଦେଉଛି ୧୦୦୦ ଟଙ୍କା । ଏହା ହେଉଛି ନବୀନ ଇଞ୍ଜିନ । ତେଣୁ ନିର୍ବାଚନ ହେଲେ ବିରୋଧୀ ଦଳ ନେତାମାନେ ଆସୁଛନ୍ତି, ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନିର୍ବାଚନ ଆସିଲେ ସେମାନଙ୍କର ଅଭିନୟ ଆରମ୍ଭ ହୋଇଥାଏ । ସେମାନେ କଥା କଥାରେ କାନ୍ଦି ପକାଇବେ । କିନ୍ତୁ ନିର୍ବାଚନ ସରିଲେ ଆଉ ସେମାନଙ୍କର ଦେଖା ମିଳିବ ନାହିଁ।
ବାଲେଶ୍ବର ସାଂସଦଙ୍କ କାର୍ଯ୍ୟଶୈଳୀ ସଂପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ବାଲେଶ୍ବର ସାଂସଦ ୧୦ ବର୍ଷ ସାଂସଦ ରହିଲେ, କେନ୍ଦ୍ରମନ୍ତ୍ରୀ ରହିଲେ। କିନ୍ତୁ ଏ ଅଞ୍ଚଳ ପାଇଁ କିଛି କଲେ ନାହିଁ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହେଉ, ବା ଜବାହର ନବୋଦୟ ବିଦ୍ୟାଳୟ ହେଉ, କିଛି କଲେ ନାହିଁ । ମୋବାଇଲ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ ମଧ୍ୟ କିଛି କଲେ ନାହିଁ । ସେ ଲୋକଙ୍କର ସୁଖଦୁଃଖ ଠାରୁ ଦୂରରେ ଥିଲେ । କିନ୍ତୁ ବର୍ତ୍ତମାନ ବିଜୁ ଜନତା ଦଳର ନୀଳଗିରି ବିଧାନସଭା ପ୍ରାର୍ଥୀ ସୁକାନ୍ତ ବାବୁ ବିଜେପି ଦଳରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସି ଏ ଅଞ୍ଚଳର ଲୋକଙ୍କ ପାଇଁ କାମ କରନ୍ତି ।
ଶେଷରେ କାର୍ତ୍ତିକ ପାଣ୍ଡିଆନ ଜୁନ ପହିଲା ଦିନ ବହୁ ସଂଖ୍ୟାରେ ଭୋଟ କେନ୍ଦ୍ରକୁ ଆସି ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ରାଜନୀତିରୁ ଉର୍ଦ୍ଧ୍ବରେ ରହି ପୁଣି ଉଦାରତାର ପରିଚୟ ଦେଲେ ନବୀନ; ବାତ୍ୟା ପ୍ରଭାବିତ ଆସାମକୁ ସହାୟତାର ପ୍ରସ୍ତାବ
Next Articleବିଜେପି ନେତାଙ୍କ ଅପଶବ୍ଦ ଓ ମିଥ୍ୟା ଅଭିଯୋଗ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ: ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
