ମ୍ୟୁନିକରୁ ବାଙ୍ଗାଲୋର ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କଲେ ପ୍ରଜ୍ବଳ ରେଭନ୍ନା, ପହଞ୍ଚିବା କ୍ଷଣି ହେବେ ଗିରଫ
ବେଙ୍ଗାଲୁରୁ: ନିଲମ୍ବିତ ଜେଡିଏସ୍ ନେତା ପ୍ରଜ୍ବଳ ରେଭନ୍ନା ମେ ୩୦ରେ ଜର୍ମାନୀର ମ୍ୟୁନିକରୁ ବେଙ୍ଗାଲୁରୁ ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କରିଛନ୍ତି। ସରକାରୀ ସୂତ୍ରରୁ ଏହି ସୂଚନା ଜଣାପଡ଼ିଛି। ରେଭନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ସୂତ୍ର ମୁତାବକ, ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ୩୩ ବର୍ଷୀୟ ନାତି ପ୍ରଜ୍ବଳ ରେଭନ୍ନା ମେ ୩୧ରେ ବେଙ୍ଗାଲୁରୁରେ [...]
ବେଙ୍ଗାଲୁରୁ: ନିଲମ୍ବିତ ଜେଡିଏସ୍ ନେତା ପ୍ରଜ୍ବଳ ରେଭନ୍ନା ମେ ୩୦ରେ ଜର୍ମାନୀର ମ୍ୟୁନିକରୁ ବେଙ୍ଗାଲୁରୁ ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କରିଛନ୍ତି। ସରକାରୀ ସୂତ୍ରରୁ ଏହି ସୂଚନା ଜଣାପଡ଼ିଛି। ରେଭନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ଏହି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ସୂତ୍ର ମୁତାବକ, ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ୩୩ ବର୍ଷୀୟ ନାତି ପ୍ରଜ୍ବଳ ରେଭନ୍ନା ମେ ୩୧ରେ ବେଙ୍ଗାଲୁରୁରେ ପହଞ୍ଚିବା ସମ୍ଭାବନା ରହିଛି। ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା କ୍ଷଣି ରେଭନ୍ନାଙ୍କୁ ଗିରଫ କରାଯିବ। ଏଥିପାଇଁ ଏସ୍ଆଇଟି ବେଙ୍ଗାଲୁରୁର କେମ୍ପେଗୌଡା ବିମାନବନ୍ଦର ଉପରେ ନଜର ରଖିଛି।
ଏନଡିଏ ପ୍ରାର୍ଥୀ ଭାବ ହାସନ ଲୋକସଭା ଆସନରୁ ପୁଣି ନିର୍ବାଚନ ଲଢୁଥିବା ପ୍ରଜ୍ବଳ ରେଭନ୍ନା ଯୌନ ନିର୍ଯାତନା ଭିଡ଼ିଓ ସାମ୍ନାକୁ ଆସିବା ପରେ ବିଦେଶ ପଳାୟନ କରିଥିଲେ। କର୍ଣ୍ଣାଟକ ରାଜ୍ୟ ମହିଳା କମିଶନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ରେଭନ୍ନାଙ୍କ ସେହି ଭାଇରାଲ୍ ଭିଡ଼ିଓ ଗୁଡ଼ିକର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଥିରେ ସେ ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ରେଭାନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନାର ଦୁଇଟି ମାମଲା ରୁଜୁ ହୋଇଛି।
ଦୁଇ ଦିନ ତଳେ ହାସନ ସାଂସଦ ଏକ ଭିଡିଓ ବାର୍ତ୍ତା ଜାରି କରି କହିଥିଲେ ଯେ, ସେ ମେ ୩୧ରେ ଏସ୍ଆଇଟି ସମ୍ମୁଖରେ ହାଜର ହେବେ ଏବଂ ତଦନ୍ତରେ ସହଯୋଗ କରିବେ ।
ଇତି ମଧ୍ୟରେ, ଏସ୍ଆଇଟି ମଙ୍ଗଳବାର ହାସନର ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରଜ୍ବଳ ରେଭନ୍ନାଙ୍କ ବାସଭବନରେ ତଲାସି କରିଥିଲା, ଯାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା ତାଙ୍କ ବାସଭବନରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।
Kartik Pandian Campaigns in Jashipur, Highlights Development Works of Naveen Govt
Next Articleନୂଆ ଫୌଜଦାରୀ ଆଇନର ନାମ ହିନ୍ଦୀ, ସଂସ୍କୃତରେ ରଖିବା ବିରୋଧରେ ଜନସ୍ବାର୍ଥ ମାମଲା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
