न्यूज़रूम ओडिशा
ब्रेकिंग
ओडिया समाचार

ନୂଆ ଫୌଜଦାରୀ ଆଇନର ନାମ ହିନ୍ଦୀ, ସଂସ୍କୃତରେ ରଖିବା ବିରୋଧରେ ଜନସ୍ବାର୍ଥ ମାମଲା

କୋଚି: ଇଂରାଜୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ବିଲ୍ ଗୁଡ଼ିକର ନାମକରଣ କରିବାର ଅଧିକାର ସଂସଦର ନାହିଁ ବୋଲି ଦାବି କରି କେରଳ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଜଣେ ଓକିଲଙ୍କ ଦ୍ବାରା ଏହି ପିଟିସନ ଦାଖଲ କରାଯାଇଛି। ତିନି ନୂଆ ଫୌଜଦାରୀ ଆଇନ – ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ ୨୦୨୩ର ନାମ ଇଂରାଜୀରେ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ [...]

Admin•29 मई 2024
Share Article:

କୋଚି: ଇଂରାଜୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ବିଲ୍ ଗୁଡ଼ିକର ନାମକରଣ କରିବାର ଅଧିକାର ସଂସଦର ନାହିଁ ବୋଲି ଦାବି କରି କେରଳ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି।

ଜଣେ ଓକିଲଙ୍କ ଦ୍ବାରା ଏହି ପିଟିସନ ଦାଖଲ କରାଯାଇଛି। ତିନି ନୂଆ ଫୌଜଦାରୀ ଆଇନ – ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ ୨୦୨୩ର ନାମ ଇଂରାଜୀରେ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତିି ଆବେଦନକାରୀ। ଏହି ନୂଆ ଆଇନ ଯଥାକ୍ରମେ ବ୍ରିଟିଶ ଅମଳର ତିନି ଫୌଜଦାରୀ ଆଇନ – ଦଣ୍ଡ ପ୍ରକ୍ରିୟା ସଂହିତା, ଭାରତୀୟ ଦଣ୍ଡ ସଂହିତା , ଭାରତୀୟ ସାକ୍ଷ୍ୟ ଆଇନର ସ୍ଥାନ ନେବ।

ଏହି ବିଲର ନାମ ହିନ୍ଦୀ ଏବଂ ସଂସ୍କୃତରେ ରଖାଯିବା ସମ୍ବିଧାନର ଉଲ୍ଲଂଘନ ବୋଲି ଘୋଷଣା କରିବାକୁ ମଧ୍ୟ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଆବେଦନକାରୀ ଓକିଲ ପିଭି ଜୀବେଶ କହିଛନ୍ତି ଯେ, କେନ୍ଦ୍ର ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୁଡ଼ିକର ଶୀର୍ଷକ ହିନ୍ଦୀ ଏବଂ ସଂସ୍କୃତରେ ରଖିଛି । କିନ୍ତୁ ଦକ୍ଷିଣ ଭାରତର ଅଧିକାଂଶ ଲୋକ ଏହି ଦୁଇଟି ଭାଷା ବୁଝିପାରନ୍ତି ନାହିଁ।

#Odia#Odisha#News
Share Article:

Related Articles