न्यूज़रूम ओडिशा
ब्रेकिंग
ओडिया समाचार

ପୁରୀ ବାଣ ଦୁର୍ଘଟଣାରେ ୧ ମୃତ, ୩୦ରୁ ଅଧିକ ଆହତ; ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୁରୀ – ପୁରୀରେ ବାଣ ବିସ୍ଫୋରଣଜନିତ ଦୁର୍ଘଟଣା । ଗତକାଲି ନରେନ୍ଦ୍ର ପୁଷ୍କରିଣୀର ଦେବୀ ଘାଟରେ ଚନ୍ଦନଯାତ୍ରାର ଚାପ ଖେଳ ସମୟରେ ବାଣରେ ନିଆଁ ଲାଗିଯାଇ ଭୟଙ୍କର ବିସ୍ଫୋରଣ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଟକ ଏସସିବିରେ ଚିକିତ୍ସାଧୀନ ଜଣେ ଆହତଙ୍କ ମୃତ୍ୟୁ ହୋଇଛି। ବାଣ ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର [...]

Admin•30 मई 2024
Share Article:

ପୁରୀ – ପୁରୀରେ ବାଣ ବିସ୍ଫୋରଣଜନିତ ଦୁର୍ଘଟଣା । ଗତକାଲି ନରେନ୍ଦ୍ର ପୁଷ୍କରିଣୀର ଦେବୀ ଘାଟରେ ଚନ୍ଦନଯାତ୍ରାର ଚାପ ଖେଳ ସମୟରେ ବାଣରେ ନିଆଁ ଲାଗିଯାଇ ଭୟଙ୍କର ବିସ୍ଫୋରଣ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଟକ ଏସସିବିରେ ଚିକିତ୍ସାଧୀନ ଜଣେ ଆହତଙ୍କ ମୃତ୍ୟୁ ହୋଇଛି। ବାଣ ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବହନ କରାଯିବ ।

#Odia#Odisha#News
Share Article:

Related Articles