न्यूज़रूम ओडिशा
ब्रेकिंग
ओडिया समाचार

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର, ଜୁନ ପହିଲାରେ ଭୋଟ୍

ଭୁବନେଶ୍ବର – ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଜୁନ ପହିଲାରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଆଜି ସଂଧ୍ୟାରେ ଶେଷ ହେବ ପ୍ରଚାର। ଆଜି ଶେଷଥର ପାଇଁ ବିଭିନ୍ନ ଦଳ ଓ ପ୍ରାର୍ଥୀ ମତଦାତାଙ୍କୁ ଆକର୍ଷିତ କରିବାକୁ ଜୋରଦାର ଉଦ୍ୟମ କରିବେ । ଜୁନ୍ ପହିଲାରେ ରାଜ୍ୟର ମୟୂରଭଞ୍ଜ, ଜଗତସିଂପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଯାଜପୁର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ୪୨ [...]

Admin•30 मई 2024
Share Article:

ଭୁବନେଶ୍ବର – ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଜୁନ ପହିଲାରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଆଜି ସଂଧ୍ୟାରେ ଶେଷ ହେବ ପ୍ରଚାର। ଆଜି ଶେଷଥର ପାଇଁ ବିଭିନ୍ନ ଦଳ ଓ ପ୍ରାର୍ଥୀ ମତଦାତାଙ୍କୁ ଆକର୍ଷିତ କରିବାକୁ ଜୋରଦାର ଉଦ୍ୟମ କରିବେ । ଜୁନ୍ ପହିଲାରେ ରାଜ୍ୟର ମୟୂରଭଞ୍ଜ, ଜଗତସିଂପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଯାଜପୁର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ହେବ ।

ଆଜି ପ୍ରଚାରର ଶେଷ ଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି । ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ରାହୁଲ ।

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବେ । ଭଦ୍ରକର ଚାନ୍ଦବାଲିରେ ବିଶାଳ ସଭାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ । ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବାଲେଶ୍ୱରରେ ଦଳ ପାଇଁ ପ୍ରଚାର କରିବେ । ବିଜେପି ନେତା ଧର୍ମେନ୍ଦ୍ର୍ ପ୍ରଧାନ ଓ ଅନ୍ୟ ବରିଷ୍ଠ ବିଜେପି ନେତା ବିଭିନ୍ନ ସ୍ଥାନରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଏକାଧିକ ଆସନରେ ଲଢେଇ ରୋମାଞ୍ଚକର ହେବା ଆଶା କରାଯାଉଛି। ବିଭିନ୍ନ ଦଳର ଏକାଧିକ ହେଭିୱଟ ଏହି ପର୍ଯ୍ୟାୟରେ ପ୍ରାର୍ଥୀ ହୋଇଛନ୍ତି।

ବାଲେଶ୍ୱର ଲୋକସଭା ଆସନ ଉପରେ ସମସ୍ତଙ୍କର ନଜର ରହିଛି। ବିଜେଡି ଏଠାରୁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସର ଜାତୀୟ ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ନେତା ଶ୍ରୀକାନ୍ତ ଜେନାଙ୍କୁ ଟିକଟ ଦେଇଛି। ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଛି ।

ମୟୂରଭଞ୍ଜରେ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବିଜେଡ଼ିର ଅଂଶୁମାନ ମହାନ୍ତିଙ୍କ ମଧ୍ଯରେ ଟକ୍କର ହେଉଛି ।

#Odia#Odisha#News
Share Article:

Related Articles