ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର; ବିକାଶମୂଳକ କାର୍ଯ୍ୟ ପାଇଁ ବିଜେଡିକୁ ଭୋଟ୍ ଦେବାକୁ ଅପିଲ୍, ବିରୋଧୀଙ୍କୁ କଟାକ୍ଷ
ଭୁବନେଶ୍ୱର – ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲିରେ ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଥିଲେ ବିଜେଡି ସଭାପତି। ବିପୁଳ ଜନସମାବେଶକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯଥା ବି.ଏସ୍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, କାଳିଆ, ମଧୁବାବୁ ପେନ୍ସନ ଯୋଜନା, ଚାଉଳ କାର୍ଡ, ପୁରୀ ମନ୍ଦିରର [...]
ଭୁବନେଶ୍ୱର – ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲିରେ ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଥିଲେ ବିଜେଡି ସଭାପତି।
ବିପୁଳ ଜନସମାବେଶକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯଥା ବି.ଏସ୍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, କାଳିଆ, ମଧୁବାବୁ ପେନ୍ସନ ଯୋଜନା, ଚାଉଳ କାର୍ଡ, ପୁରୀ ମନ୍ଦିରର କାମ ଆଦି କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ସବୁ ପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଉପସ୍ଥିତ ଜନସାଧାରଣ କହିଥିଲେ ବହୁତ ଭଲ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ । ବିଜେଡି ସରକାର ମାଗଣା ବିଜୁଳି ଦେବ, ସମସ୍ତଙ୍କୁ ବି.ଏସ୍.କେ.ୱାଇ କାର୍ଡ ମିଳିବ, ମିଶନଶକ୍ତି ମା’ମାନଙ୍କୁ ପେନ୍ସନ ମିଳିବ, ଆପଣମାନେ ଖୁସି ତ ବୋଲି ମୁଖ୍ୟମନ୍ତ୍ରୀ ପଚାରିବା ପରେ ଆନନ୍ଦ ଉଲ୍ଲାସର ଓ କରତାଳି ସହିତ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ ।
ନବୀନ ପଟ୍ଟନାୟକ ଭଲ କି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଭାବବିହ୍ୱଳ ହୋଇ ଉଚ୍ଚସ୍ୱରରେ ବହୁତ ଭଲ ବୋଲି କହିଥିଲେ ଜନତା ।
ବିରୋଧୀ ଦଳକୁ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
ବିଜୁ ଜନତା ଦଳ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ।
ଏହି ଅବସରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ଓଡ଼ିଶାବାସୀଙ୍କ ସ୍ନେହ ତଥା ମୁଖ୍ୟମନ୍ତ୍ରୀଙ୍କ କଠିନ ପରିଶ୍ରମକୁ ସମ୍ମାନ ଦେଇ ସେ ରାଜନୀତିକୁ ଆସିଲେ ।ସେ ଏବେ ମଧ୍ୟ ରାଜନୀତି ଶିଖିନାହାନ୍ତି । କିନ୍ତୁ ଲୋକଙ୍କ ଭଲପାଇବା ପାଇଛି ବୋଲି ପାଣ୍ଡିଆନ କହିଥିଲେ।
ଆପଣମାନଙ୍କ ଆଶୀର୍ବାଦ, ମହାପ୍ରଭୁଙ୍କ ଆଶୀର୍ବାଦ ଓ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ପୁଣିଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ସମସ୍ତଙ୍କୁ ବିଜୁଳି ବିଲ୍ରୁ ମୁକ୍ତ କରିବେ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍.କେ.ୱାଇ କାର୍ଡ ସମସ୍ତେ ପାଇବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ପେନ୍ସନ ବ୍ୟବସ୍ଥା କରିବେ । ତା’ପରେ ଯୁବପିଢ଼ିଙ୍କ ପାଳି । କଲେଜ ପିଲାମାନଙ୍କ ନୂଆ-ଓ ସ୍କଲାରସିପ୍କୁ ମଧ୍ୟ ବୃଦ୍ଧି କରିବେ, ପୁଅ ପିଲା ୯ ହଜାର ପରିବର୍ତ୍ତେ ପାଇବେ ୧୨ ହଜାର, ଝିଅ ପିଲା ୧୦ ହଜାର ପରିବର୍ତ୍ତେ ପାଇବେ ୧୪ ହଜାର ଟଙ୍କା ପାଇବେ ବୋଲି ପାଣ୍ଡିଆନ କହିଥିଲେ।
ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା, ମାଗଣା ବିଜୁଳି, ଲକ୍ଷ୍ମୀ ବସରେ ୫ ଟଙ୍କାରେ ଯିବା ଆସିବା, ସ୍କଲାରସିପ୍, ମଧ୍ୟମ ବର୍ଗଙ୍କ ପାଇଁ କମ୍ ସୁଧରେ ଶିକ୍ଷାଋଣ ଇତ୍ୟାଦି ଆପଣମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରି ଏହାର ଜବାବ ମଧ୍ୟ ରଖିଥିଲେ ପାଣ୍ଡିଆନ । କାରଣ ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର, ସେ ହେଉଛନ୍ତି ପରିବାରର ମୁଖିଆ, ଆପଣମାନଙ୍କୁ ଖୁସିରେ ରଖିବା ପାଇଁ ଓ ମୁଣ୍ଡ ଉପରୁ ବୋଝ ହାଲ୍କା କରିବା ପାଇଁ ମୁଖ୍ୟମନ୍ତ୍ରୀ ଏ ସବୁ କରୁଛନ୍ତି ବୋଲି ପାଣ୍ଡିଆନ କହିଥିଲେ।
ସମସ୍ତଙ୍କର ନିଜ ପିଲାଙ୍କୁ ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ଆଇ.ଏ.ଏସ୍. କରିବାର ଗୋଟେ ସ୍ୱପ୍ନ ଥାଏ, ପିଲାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଆତ୍ମବିଶ୍ୱାସ ଦେଉଛନ୍ତି । ଆପଣମାନଙ୍କ ପାଖରେ ଟଙ୍କା ଟିକେ ବଞ୍ଚିଲେ ପିଲାମାନଙ୍କ ପାଠପଢ଼ାରେ ଖର୍ଚ୍ଚ ହୋଇପାରିବ, ପିଲାମାନେ ଭଲ ପାଠ ପଢ଼ି ପାରିବେ, ପିଲାଙ୍କ ଭବିଷ୍ୟତ ଉଜ୍ୱଳ ହେବା ସହିତ ଓଡ଼ିଶାର ଭବିଷ୍ୟତ ଉଜ୍ୱଳ ହେବ, ଏହା ହେଉଛି ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମହାନ୍ ଚିନ୍ତାଧାରା ବୋଲି ପାଣ୍ଡିଆନ କହିଥିଲେ।
ବିଜେପି ୧୦ ବର୍ଷ ଆଗରୁ କହିଥିଲା ଯେ, ତେଲ ଦର କମାଇବୁ, କମିଲା କି ? ଏଲ୍.ପି.ଜି. କମାଇବୁ, କମିଲା କି ? ରୋଜଗାର ମିଳିବ ବୋଲି, ମିଳିଲା କି ବୋଲି ସେ ପ୍ରଶ୍ନ କରିଥିଲେ। ବରଂ ଆପଣଙ୍କ ମୁଣ୍ଡ ଉପର ବୋଝକୁ ଅଧିକରୁ ଅଧିକ କରିଦେଲେ ବିଜେପି ସରକାର । ଆମେ ତାଙ୍କୁ ଛାଡ଼ିବା କି ? ଭୋଟରେ ଜବାବ ଦେବା ।
ଏବେ ନିଷ୍ପତ୍ତି ଆପଣଙ୍କର ।ଆପଣଙ୍କ କେଉଁ ସରକାର ଦରକାର ? ନବୀନ ସରକାର ? ନା ଡବଲ ଇଞ୍ଜିନ ସରକାର ? ଆନ୍ତରିକତାର ସହ ରାଜନୀତିରେ ସେବା ମନୋଭାବକୁ ନେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ, ଅନ୍ୟପଟେ ବିଜେପି ନେତା କ୍ଷମତା ପାଇଁ ରାଜନୀତି କରୁଛନ୍ତି ବୋଲି ପାଣ୍ଡିଆନ କହିଥିଲେ।
ଆରପଟରେ ବାହାରୁ ଆସୁଥିବା ନେତାମାନେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି, ଅସମ୍ମାନିତ କରୁଛନ୍ତି, ଆମେ ତାକୁ ସହିବା କି ? ୧ ତାରିଖ ଭୋଟରେ ତା’ର ଜବାବ ଆପଣମାନେ ଦେବେ କି ବୋଲି ଲୋକଙ୍କୁ ପଚାରିଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ପାଣ୍ଡିଆନ କହିଥିଲେ ଯେ, ସେ ତାଙ୍କୁ ରାଜ୍ୟର ୧୪୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯାଇ ଲୋକଙ୍କ ଆଶୀର୍ବାଦ ଆଣିବା ପାଇଁ ସୁଯୋଗ ଦେଲେ । ସେଥିପାଇଁ ସେ ଚିର ଋଣୀ ବୋଲି ପାଣ୍ଡିଆନ କହିଥିଲେ।
ବିଜୁ ପରିବାରକୁ ସେ ଧନ୍ୟବାଦ୍ ଦେଇ କହିଥିଲେ ଯେ, ବିଜୁ ପରିବାର ଗୋଟେ ସଶକ୍ତ ପରିବାର ନୂଆ ଓଡ଼ିଶା ଗଠନ କରିବା ପାଇଁ ଏକ ସମର୍ପିତ ପରିବାର । ମାଲକାନ୍ଗିରି ରୁ, ମୟୂରଭଞ୍ଜ ଓ ଝାରସୁଗୁଡ଼ାରୁ ଜଗତସିଂହପୁର ପର୍ଯ୍ୟନ୍ତ ସବୁ ବିଜେଡି କର୍ମୀ ଓ ନେତା ବହୁତ ପରିଶ୍ରମ କରିଛନ୍ତି, ଖରା ବର୍ଷାରେ ଏମିତି ବିରାଟ କାର୍ଯ୍ୟକ୍ରମ କରିଛନ୍ତି, ସେମାନଙ୍କ ପାଖରେ ସେ ଋଣୀ ।
ଖରା ବର୍ଷାରେ ଆପଣମାନେ ଏତେ ସଂଖ୍ୟାରେ ଆସିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସଭାରେ ବହୁସଂଖ୍ୟାରେ ସମର୍ଥନ ଦେଇଛନ୍ତି । ମତେ ମଧ୍ୟ ବହୁତ ଭଲପାଇବା ଦେଇଛନ୍ତି, ସେଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ବୋଲି ପାଣ୍ଡିଆନ କହିଥିଲେ।
Odisha Elections 2024: Naveen Campaigns in Chandabali, Seeks Votes for BJD Candidates
Next Articleଟାଇମ୍ ମାଗାଜିନର ଟପ୍ ୧୦୦ ପ୍ରଭାବଶାଳୀ କମ୍ପାନୀ ତାଲିକାରେ ରିଲାଏନ୍ସ, ଟାଟା ଓ ସେରମ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
