ଟାଇମ୍ ମାଗାଜିନର ଟପ୍ ୧୦୦ ପ୍ରଭାବଶାଳୀ କମ୍ପାନୀ ତାଲିକାରେ ରିଲାଏନ୍ସ, ଟାଟା ଓ ସେରମ୍
ନୂଆଦିଲ୍ଲୀ: ଆମେରିକାର ଟାଇମ୍ ମାଗାଜିନ ତରଫରୁ ୨୦୨୪ର ବିଶ୍ବର ପ୍ରଭାବଶାଳୀ କମ୍ପାନୀ ଗୁଡିକର ଏକ ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାରେ ତିନୋଟି ଭାରତୀୟ କମ୍ପାନୀ ସ୍ଥାନ ପାଇଛନ୍ତି। ଟାଇମ୍ ମାଗାଜିନର ଟପ୍ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ସ୍ଥାନ ପାଇଥିବା ତିନି ଭାରତୀୟ କମ୍ପାନୀ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଅଦର ପୁନାୱାଲାଙ୍କ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଟାଟା ଗ୍ରୁପ୍ । ଏହି ତାଲିକାକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି ଯଥା – [...]
ନୂଆଦିଲ୍ଲୀ: ଆମେରିକାର ଟାଇମ୍ ମାଗାଜିନ ତରଫରୁ ୨୦୨୪ର ବିଶ୍ବର ପ୍ରଭାବଶାଳୀ କମ୍ପାନୀ ଗୁଡିକର ଏକ ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାରେ ତିନୋଟି ଭାରତୀୟ କମ୍ପାନୀ ସ୍ଥାନ ପାଇଛନ୍ତି। ଟାଇମ୍ ମାଗାଜିନର ଟପ୍ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ସ୍ଥାନ ପାଇଥିବା ତିନି ଭାରତୀୟ କମ୍ପାନୀ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଅଦର ପୁନାୱାଲାଙ୍କ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଟାଟା ଗ୍ରୁପ୍ ।
ଏହି ତାଲିକାକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି ଯଥା – ଲିଡର୍ସ, ଡିସରପ୍ଟର୍ସ, ଇନୋଭେଟର୍ସ, ଟାଇଟନ୍ସ ଏବଂ ପାୟୋନିୟର୍ସ । ରିଲାଏନ୍ସ ଏବଂ ଟାଟା ଗ୍ରୁପ୍ ଟାଇଟନ୍ସ ବର୍ଗରେ ସ୍ଥାନ ପାଇଛନ୍ତି । ଯେତେବେଳେ କି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାୟୋନିୟର୍ସ ବର୍ଗରେ ମନୋନୀତ ହୋଇଛି । ପ୍ରତ୍ୟେକ ବର୍ଗରେ ୨୦ଟି କମ୍ପାନୀକୁ ସାମିଲ କରାଯାଇଛି ।
ଟାଇମ୍ ମାଗାଜିନ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କୁ ଭାରତର ‘ଜଗର୍ନଟ୍’ ଆଖ୍ୟା ଦେଇଛି | ଏହି ତାଲିକା ସେୟାର କରିବା ଟାଇମ୍ ମାଗାଜିନ୍ ରିଲାଏନ୍ସ ବିଷୟରେ ଲେଖିଛି ଯେ, ଏହା ଏକ କପଡ଼ା ଏବଂ ପଲିଷ୍ଟର କମ୍ପାନୀ ଭାବେ ଆରମ୍ଭ ହୋଇଥିଲା, ଯାହା ଆଜି ବିଶ୍ବର ଅଗ୍ରଣୀ କମ୍ପାନୀ ସମୂହ ମଧ୍ୟରେ ସ୍ଥାନ ପାଇଛି | ଏହାଛଡ଼ା ଏହା ଭାରତର ସବୁଠାରୁ ମୂଲ୍ୟବାନ କମ୍ପାନୀ ହୋଇପାରିଛି |
ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଗ୍ରୁପ୍ ଦ୍ବିତୀୟ ଥର ଟାଇମ୍ ତାଲିକାରେ ସ୍ଥାନ ପାଇଛି । ଏହା ପୂର୍ବରୁ ଜିଓ ପ୍ଲାଟଫର୍ମକୁ ୨୦୨୧ରେ ଟାଇମ୍ ର ଟପ୍ ୧୦୦ ପ୍ରଭାବଶାଳୀ କମ୍ପାନୀଙ୍କ ପ୍ରାଥମିକ ତାଲିକାରେ ସାମିଲ କରାଯାଇଥିଲା |
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବ୍ୟତୀତ ଭାରତର ଟାଟା ଗ୍ରୁପକୁ ମଧ୍ୟ ବିଶ୍ବର ୧୦୦ ପ୍ରଭାବଶାଳୀ କମ୍ପାନୀ ଭିତରୁ ଗୋଟିଏ ବୋଲି ଟାଇମ୍ କହିଛି | ଟାଇମ୍ ମାଗାଜିନ୍ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ଭାବେ ନିଜ ତାଲିକାରେ ସାମିଲ କରିଛି। ସେରମ୍ ପ୍ରତିବର୍ଷ ୩.୫ ବିଲିୟନ ଡୋଜ୍ ଟିକା ଉତ୍ପାଦନ କରିଥାଏ |
କରୋନା ମହାମାରୀ ସମୟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟିକା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଥିଲା। ଟାଟା ଗ୍ରୁପ୍ ବିଷୟରେ ଟାଇମ୍ କହିଛି ଯେ ଟାଟା ଗ୍ରୁପ୍ ହେଉଛି ଭାରତର ଅନ୍ୟତମ ପୁରାତନ କମ୍ପାନୀ। ଏହାର ବିସ୍ତୃତ ପୋର୍ଟଫୋଲିଓ ଇସ୍ପାତ, ସଫ୍ଟୱେର୍, ଘଣ୍ଟା ଏବଂ ରାସାୟନିକ ପଦାର୍ଥଠାରୁ ଲୁଣ, ଖାଦ୍ୟଶସ୍ୟ ଏବଂ ଏୟାର କଣ୍ଡିସନର ପର୍ଯ୍ୟନ୍ତ ବିସ୍ତାରିତ | ଏହା ପ୍ରଥମ ଭାରତୀୟ କମ୍ପାନୀ ଭାବେ ୨୦୨୩ ମସିହାରେ ଆଇଫୋନ୍ ଆସେମ୍ବଲ୍ କରିଥିଲା ।
ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର; ବିକାଶମୂଳକ କାର୍ଯ୍ୟ ପାଇଁ ବିଜେଡିକୁ ଭୋଟ୍ ଦେବାକୁ ଅପିଲ୍, ବିରୋଧୀଙ୍କୁ କଟାକ୍ଷ
Next Articleଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଜ୍ଞାନ କର୍ମ ସନ୍ଯାସ ଯୋଗ ସମ୍ବନ୍ଧରେ କହୁଛନ୍ତି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
