ଏୟାର ଇଣ୍ଡିଆର ଦାୟିତ୍ବହୀନତା ଯୋଗୁଁ ତୀବ୍ର ଅସନ୍ତୋଷ, ବିନା ଏସିରେ ବିମାନ ଭିତରେ ବସିବା ଯୋଗୁଁ ଅନେକ ଯାତ୍ରୀ ଅଚେତ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଦିଲ୍ଲୀ-ସାନଫ୍ରାନ୍ସିସ୍କୋ ଫ୍ଲାଇଟ୍ ବିଳମ୍ବ ଯୋଗୁଁ ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ବିମାନ ପ୍ରାୟ ୮ ଘଣ୍ଟା ବିଳମ୍ବ ଥିଲା । ହେଲେ ପ୍ରବଳ ଗରମ ମଧ୍ୟରେ ଯାତ୍ରୀଙ୍କୁ ବିମାନ ଭିତରେ ଏତେ ଘଣ୍ଟା ଧରି ବିନା ଏସିରେ ବସିବାକୁ ପଡ଼ିଥିଲା । ଫଳରେ ଅନେକ ଯାତ୍ରୀ ଅଚେତ ହୋଇଯାଇଥିଲେ | କମ୍ପାନୀର ଏଭଳି ଦାୟିତ୍ବହୀନତା ଓ ଅବ୍ୟବସ୍ଥା ନେଇ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବାରୁ ସେମାନଙ୍କୁ ଫ୍ଲାଇଟରୁ ବାହାର କରି ଦିଆଯାଇଥିଲା । [...]
ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଦିଲ୍ଲୀ-ସାନଫ୍ରାନ୍ସିସ୍କୋ ଫ୍ଲାଇଟ୍ ବିଳମ୍ବ ଯୋଗୁଁ ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ବିମାନ ପ୍ରାୟ ୮ ଘଣ୍ଟା ବିଳମ୍ବ ଥିଲା । ହେଲେ ପ୍ରବଳ ଗରମ ମଧ୍ୟରେ ଯାତ୍ରୀଙ୍କୁ ବିମାନ ଭିତରେ ଏତେ ଘଣ୍ଟା ଧରି ବିନା ଏସିରେ ବସିବାକୁ ପଡ଼ିଥିଲା । ଫଳରେ ଅନେକ ଯାତ୍ରୀ ଅଚେତ ହୋଇଯାଇଥିଲେ | କମ୍ପାନୀର ଏଭଳି ଦାୟିତ୍ବହୀନତା ଓ ଅବ୍ୟବସ୍ଥା ନେଇ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବାରୁ ସେମାନଙ୍କୁ ଫ୍ଲାଇଟରୁ ବାହାର କରି ଦିଆଯାଇଥିଲା । ଗୁରୁବାର (ମେ ୩୦) ଦିଲ୍ଲୀ ବିମାନବନ୍ଦରରେ ଏହି ଘଟଣା ଘଟିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗତକାଲି ଅପରାହ୍ନ ୩:୨୦ରେ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଏଆଇ ୧୮୩ ପ୍ରାୟ ୨୦ ଘଣ୍ଟା ବିଳମ୍ବ ପରେ ଆଜି ଉଡ଼ାଣ ଭରିବ | ହେଲେ ଏଭଳି ସମସ୍ୟା ନେଇ ସୋସିଆଲ ମିଡିଆରେ ଏୟାର ଇଣ୍ଡିଆ ଓ ବେସାମରିକ ଚଳାଚଳ ମନ୍ତ୍ରାଳୟକୁ ଟ୍ୟାଗ୍ କରି ଅନେକ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଶ୍ବେତା ପୁଞ୍ଜ ନାମକ ଜଣେ ମହିଳା ଯାତ୍ରୀ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ ବିଳମ୍ବିତ ରାତିରେ ଆମକୁ ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ଆଜି (ଶୁକ୍ରବାର) ସକାଳ ୮ଟାରେ ବିମାନବନ୍ଦରରେ ପହଞ୍ଚିବାକୁ ସୂଚନା ଦିଆଯାଇଥିଲା। ହେଲେ ବିମାନ ବନ୍ଦରରେ ପହଞ୍ଚିବା ପରେ ଆମକୁ ପୁଣି ହୋଟେଲକୁ ଫେରିବାକୁ କୁହାଯାଇଛି।
ଅଭିଷେକ ଶର୍ମା ନାମକ ଆଉ ଜଣେ ୟୁଜର କହିଛନ୍ତି ଯେ ତାଙ୍କ ପିତାମାତା ଏହି ବିମାନରେ ଯାତ୍ରା କରୁଛନ୍ତି। ଗୁରୁବାର (ମେ ୩୦) ଦିନ ଯାତ୍ରୀମାନଙ୍କୁ ବିନା ଏସିରେ ବିମାନରେ ବସିବାକୁ ପଡ଼ିଥିଲା। ତା’ପରେ ସେମାନଙ୍କୁ ବିମାନରୁ ବାହାର କରି ଦିଆଯାଇଥିଲା ଓ ଟର୍ମିନାଲରେ ପ୍ରବେଶ କରିବାକୁ ଦିଆଯାଇନଥିଲା କାରଣ ଇମିଗ୍ରେସନ ପୂର୍ବରୁ ହୋଇସାରିଥିଲା।
ସେ କହିଛନ୍ତି, ଯାତ୍ରୀମାନଙ୍କୁ ରାତି ୨ଟାରେ ହୋଟେଲ ରୁମ ଦିଆଯାଇଥିଲା। ଏକ ନୂଆ ବୋର୍ଡିଂ ପାସ୍ ଦିଆଯାଇଥିଲା ଏବଂ କୁହାଯାଇଥିଲା ଯେ ଆଜି ଦିନ ୧୧ ଟାରେ ବିମାନ ଉଡ଼ାଣ ଭରିବ | ମୋର ବାପାମା’ ବିମାନ ବନ୍ଦରରେ ପହଞ୍ଚିଛନ୍ତି, କିନ୍ତୁ ଲାଗୁଛି ଏହି ଫ୍ଲାଇଟ୍ ମଧ୍ୟ ବାତିଲ ହୋଇଯିବ। ଏୟାର ଇଣ୍ଡିଆ ପକ୍ଷରୁ କେହି ସାହାଯ୍ୟ କରୁନାହାଁନ୍ତି।
ଅନ୍ୟପକ୍ଷରେ ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଏୟାର ଇଣ୍ଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ କ୍ଷମା ମାଗିଛି। କମ୍ପାନୀ କହିଛି ଯେ ଫ୍ଲାଇଟ୍ ବିଳମ୍ବ ସମସ୍ୟାର ସମାଧାନ ପାଇଁ ଆମ ଟିମ୍ କାମ କରୁଛି । ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ମଧ୍ୟ ଆମ ଟିମକୁ ସଚେତନ କରୁଛୁ |
Fourth and Final Phase Voting: 460 Candidates in Fray For Six Lok Sabha and 42 Assembly Seats In Odisha
Next Articleରାସ୍ତାକଡରୁ ୩ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
