ରାସ୍ତାକଡରୁ ୩ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ
ଫୁଲବାଣୀ – ବୁଧବାର ବିଳମ୍ବିତ ରାତିରେ ଫୁଲବାଣୀ ସହର ଏଫସି ଆଇ ଗୋଦାମ ନିକଟସ୍ଥ ଅରବିନ୍ଦ ନଗର ଗଳିରୁ ୩ ଜଣ ଶିଶୁଙ୍କୁ ଉଦ୍ଧାର କରିଛି କନ୍ଧମାଳ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ। ୧୦୯୮ ନମ୍ବରର କଣ୍ଟ୍ରୋଲ ରୁମର ସୂଚନା ମୁତାବକ ସ୍ଥାନୀୟ ଆଦର୍ଶ ଟାଉନ ଥାନା ପୋଲିସର ସହାୟତାରେ ୩ ଶିଶୁଙ୍କୁ କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ଉଦ୍ଧାର କରାଯାଇଥିବା ଶିଶୁଙ୍କ ମଧ୍ୟରୁ ୨ ଜଣ ଶିଶୁ କନ୍ୟା ଅଛନ୍ତି ।ଶିଶୁମାନେ [...]
ଫୁଲବାଣୀ – ବୁଧବାର ବିଳମ୍ବିତ ରାତିରେ ଫୁଲବାଣୀ ସହର ଏଫସି ଆଇ ଗୋଦାମ ନିକଟସ୍ଥ ଅରବିନ୍ଦ ନଗର ଗଳିରୁ ୩ ଜଣ ଶିଶୁଙ୍କୁ ଉଦ୍ଧାର କରିଛି କନ୍ଧମାଳ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ। ୧୦୯୮ ନମ୍ବରର କଣ୍ଟ୍ରୋଲ ରୁମର ସୂଚନା ମୁତାବକ ସ୍ଥାନୀୟ ଆଦର୍ଶ ଟାଉନ ଥାନା ପୋଲିସର ସହାୟତାରେ ୩ ଶିଶୁଙ୍କୁ କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ଉଦ୍ଧାର କରାଯାଇଥିବା ଶିଶୁଙ୍କ ମଧ୍ୟରୁ ୨ ଜଣ ଶିଶୁ କନ୍ୟା ଅଛନ୍ତି ।ଶିଶୁମାନେ ଫିରିଙ୍ଗିଆ ବ୍ଲକ ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ଶିଶୁମାନଙ୍କୁ ଅଖିଆ ଅପିଆ ଓ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ଯଥା ଶୀଘ୍ର ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଇଁ ଭର୍ତ୍ତି କରାଯାଇଥିଲା। ଉଦ୍ଧାର ଶିଶୁମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି। ସେମାନଙ୍କ ପିତାମାତାଙ୍କ ଠିକଣା ମିଳିନାହିଁ। ବଡ଼ ଝିଅକୁ ‘ ସଖୀ ସେଣ୍ଟର୍ ରେ , ପୁଅକୁ ମୂଳଗୁଦାରୀ ସ୍ଥିତ ‘ ସଧନ ଶିଶୁ ଯତ୍ନ ଅନୁଷ୍ଠାନରେ ଅସ୍ଥାୟୀ ଥଇଥାନ କରାଯାଇଥିଲା। ଉଦ୍ଧାର ଟିମ୍ ରେ ଚାଇଲ୍ଡ ହେଲ୍ପ ଲାଇନର ସଂଯୋଜକ କ୍ଷୀରୋଦ ପ୍ରସାଦ ନାୟକ , ବରୁଣ ବେହେରା ,ଟାଉନ ପୋଲିସ ଏସ ଆଇ ସରୋଜ ସାହୁ,ଟିମ୍ ହ୍ୟୁମାନିଟିର ଲୋକନାଥ ରାଜୁ ପ୍ରମୁଖ ସହଯୋଗ କରିଥିଲେ। ଆଜି ଉଦ୍ଧାର ଶିଶୁମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜିର କରାଯିବା ପରେ ବାଲିଗୁଡ଼ା ବନବାସୀ ସେବା ସମିତିର ସ୍ଵତନ୍ତ୍ର ପୋଷ୍ୟ ଏଜେନ୍ସୀ ଠାରେ ଅସ୍ଥାୟୀ ଥଇଥାନ ବ୍ୟବସ୍ଥା କରାଯାଇଛି ।
ଏୟାର ଇଣ୍ଡିଆର ଦାୟିତ୍ବହୀନତା ଯୋଗୁଁ ତୀବ୍ର ଅସନ୍ତୋଷ, ବିନା ଏସିରେ ବିମାନ ଭିତରେ ବସିବା ଯୋଗୁଁ ଅନେକ ଯାତ୍ରୀ ଅଚେତ
Next Articleଗ୍ରୀଷ୍ମ ପ୍ରବାହ: ଆଉ ତିନି ଦିନ ଗୁରୁତ୍ୱପୂର୍ଣ୍ଣ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
