न्यूज़रूम ओडिशा
ब्रेकिंग
ओडिया समाचार

ପଶ୍ଚିମରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି; ୮ ସହରର ତାପମାତ୍ରା ୪୫ ଡିଗ୍ରୀ କିମ୍ବା ଅଧିକ, ଟିଟିଲାଗଡ଼ ଉତ୍ତପ୍ତ ସହର

ଭୁବନେଶ୍ୱର -ଅସହ୍ୟ ଗ୍ରୀଷ୍ମ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଲଗାତର ତୃତୀୟ ଦିନରେ ପ୍ରଚଣ୍ଡ ଖରାରେ ଛଟପଟ ହୋଇଛନ୍ତି ଲୋକେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ୮ଟି ସହରର ଦିନ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି । ୧୨ ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ୪୬.୫ ଡିଗ୍ରୀ ସେଲସିୟସ ସହ [...]

Admin•31 मई 2024
Share Article:
ପଶ୍ଚିମରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି; ୮ ସହରର ତାପମାତ୍ରା ୪୫ ଡିଗ୍ରୀ କିମ୍ବା ଅଧିକ, ଟିଟିଲାଗଡ଼ ଉତ୍ତପ୍ତ ସହର

ଭୁବନେଶ୍ୱର -ଅସହ୍ୟ ଗ୍ରୀଷ୍ମ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଲଗାତର ତୃତୀୟ ଦିନରେ ପ୍ରଚଣ୍ଡ ଖରାରେ ଛଟପଟ ହୋଇଛନ୍ତି ଲୋକେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ୮ଟି ସହରର ଦିନ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି । ୧୨ ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ୪୬.୫ ଡିଗ୍ରୀ ସେଲସିୟସ ସହ ଆଜି ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ବଲାଙ୍ଗୀର। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬.୪ ଡିଗ୍ରୀ ସେଲସିୟସ ଥିଲା । ସୋନପୁରରେ ୪୬.୨, ବରଗଡରେ ୪୬, ସମ୍ବଲପୁରରେ ୪୫.୨, ନୂଆପଡା, ଭବାନୀପାଟଣା ଓ ଝାରସୁଗୁଡାରେ ୪୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ବୃଦ୍ଧି ସହ ପ୍ରଚଣ୍ଡ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଉପକୂଳ ଓଡ଼ିଶାରେ ଆର୍ଦ୍ରତା ଅଧିକ ଯୋଗୁଁ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି।

#Odia#Odisha#News
Share Article:

Related Articles