କନ୍ଧମାଳ ଜିଲ୍ଲାରେ ମାଓ ଶକ୍ତିକୁ କ୍ଷୀଣ କରିପାରିଛି ପୋଲିସ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମାଓ ଦମନ ଅଭିଯାନରେ ଲଗାତାର ସଫଳତା ହାସଲ କରି ଆସୁଛି ପୋଲିସ ବାହିନୀ। ଲାଲ ବାହିନୀର ଶକ୍ତି କ୍ଷୀଣ ହେବା ସହ ହିଂସାକାଣ୍ଡ ହ୍ରାସ ପାଇଛି। ଫଳ ସ୍ବରୂପ ଗତ ଥରର ସାଧାରଣ ନିର୍ବାଚନରେ ଏକ ପୋଲିଂ ଗାଡ଼ି ଉପରେ ଆକ୍ରମଣ କରି ଜଣେ ପୋଲିଂ କର୍ମଚାରୀଙ୍କୁ ହତ୍ୟା କରିଥିବା ମାଓବାଦୀମାନେ ଏଥର କୈାଣସି ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ମଧ୍ୟ ସମର୍ଥ ହୋଇପାରି ନାହାନ୍ତି। ଓଲଟି ସୁରକ୍ଷା ବାହିନୀକୁ ଲକ୍ଷ୍ୟ କରି [...]
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମାଓ ଦମନ ଅଭିଯାନରେ ଲଗାତାର ସଫଳତା ହାସଲ କରି ଆସୁଛି ପୋଲିସ ବାହିନୀ। ଲାଲ ବାହିନୀର ଶକ୍ତି କ୍ଷୀଣ ହେବା ସହ ହିଂସାକାଣ୍ଡ ହ୍ରାସ ପାଇଛି। ଫଳ ସ୍ବରୂପ ଗତ ଥରର ସାଧାରଣ ନିର୍ବାଚନରେ ଏକ ପୋଲିଂ ଗାଡ଼ି ଉପରେ ଆକ୍ରମଣ କରି ଜଣେ ପୋଲିଂ କର୍ମଚାରୀଙ୍କୁ ହତ୍ୟା କରିଥିବା ମାଓବାଦୀମାନେ ଏଥର କୈାଣସି ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ମଧ୍ୟ ସମର୍ଥ ହୋଇପାରି ନାହାନ୍ତି। ଓଲଟି ସୁରକ୍ଷା ବାହିନୀକୁ ଲକ୍ଷ୍ୟ କରି ସେମାନେ ବାରମ୍ବାର ରକ୍ତପାତ ଘଟାଇବାକୁ ଉଦ୍ୟମ କରି ଆସିଥିଲେ ହେଁ ସଜାଗ ସୁରକ୍ଷା ବାହିନୀ ତାକୁ ପଣ୍ଡ କରି ଦେଇଛନ୍ତି। ଦୁଇ ଦିନ ବ୍ୟବଧାନରେ ଦୁଇଟି ସମ୍ଭାବ୍ୟ ମାଓ ହିଂସାକୁ ବିଫଳ କରିଦେଇଛି ପୋଲିସ ବାହିନୀ। ଏବେ ନିର୍ବାଚନ ପ୍ରକ୍ରିୟା ସରିବାକୁ ଥିବାବେଳେ ମାଓବାଦୀଙ୍କ ବଳ କମିଥିବା ସ୍ପଷ୍ଟ।
କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା ଟିଫିନ୍ ବୋମା ସହିତ ଲ୍ୟାଣ୍ଡମାଇନ୍ ଉଦ୍ଧାର କରାଯାଇଥିଲା। ପୁଣି ଗୋଚ୍ଛାପଡା ଥାନା ଅନ୍ତର୍ଗତ ପାହିରେଜୁ ପଞ୍ଚାୟତ ତିଳକପଙ୍ଗା ଗାଁ ନିକଟ ଜଙ୍ଗଲରୁ ବିଏସ୍ଏଫ୍ ଦ୍ବାରା ଶକ୍ତିଶାଳୀ ଆଇଇଡି ଠାବ କରାଯାଇଥିଲା। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିବା ନେଇ ସୂଚନା ପାଇଥିଲା ବିଏସ୍ଏଫ୍ ଗୁଇନ୍ଦା ୟୁନିଟ୍। ପାହିରେଜୁ ଠାରେ କ୍ୟାମ୍ପ କରିଥିବା ୯୯ ବିଏସ୍ଏଫ୍ ବାହିନୀ ପକ୍ଷରୁ ସ୍ଥାନୀୟ ପୋଲିସ ସହାୟତାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଜଙ୍ଗଲ ଭିତରେ ମାଟି ତଳେ ଲୁଚାଇ ରଖାଯାଇଥିବା ଆଇଇଡିକୁ ବୋମା ନିଷ୍କ୍ରିୟକାରୀ ଦଳ ନିଷ୍କ୍ରିୟ କରିଥିଲା। ଫଳରେ ଏକ ବଡ଼ ଧରଣର ବିପଦକୁ ଟାଳି ଦିଆଯାଇଥିଲା। ସମ୍ଭାବ୍ୟ ହିଂସାକୁ ଏଡାଇବା ପାଇଁ ପୋଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯିବା ସହ ଅପରେସନ୍ ଜୋରଦାର କରାଯାଇଥିବା କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।
ସେହିପରି କୋଟଗଡ଼ ଥାନା ଡ଼େଙ୍ଗାଗୁଡ଼ା ଗାଁ ନିକଟସ୍ଥ ଲାସେରୀ ସଂରକ୍ଷିତ ଜଙ୍ଗଲରେ କୋମ୍ବିଂ ଅପରେସନ୍ ବେଳେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଥିଲେ ଯବାନ। ଦୁଇଟି ଟିଫିନ୍ ବୋମା ସହ ବହୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ସୁରକ୍ଷା ବାହିନୀ। କୋଟଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବା ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଏସ୍ଓଜି, ସିଆରପିଏଫ୍ ଓ ଡିଭିଏଫ୍ ଯବାନ୍ କୋମ୍ବିଂ ଅପରେସନ୍ ଜାରି ରଖିଛନ୍ତି। କୋଟଗଡ଼ ଥାନା ଅଞ୍ଚଳରେ ନିର୍ବାଚନ ପୂର୍ବରୁ ଭୋଟ ବର୍ଜନ ନେଇ ପୋଷ୍ଟର ମାରିଥିଲେ ମାଓବାଦୀ। ଯଦିଓ ତାହାର ବିଶେଷ ପ୍ରଭାବ ପଡି ନଥିଲା। ତେବେ ଦୁର୍ଗାପଙ୍ଗା ପଞ୍ଚାୟତର ବାଡ଼ିପଙ୍ଗା ଗାଁର ମେଟଲା ରଇତ ମାଝୀ ନାମକ ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବା ପରେ ମାଓବାଦୀଙ୍କ ଦୁଇଟି ହିଂସା ଯୋଜନାକୁ ପଣ୍ଡ କରି ଦିଆଯାଇଛି।
ପଶ୍ଚିମରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି; ୮ ସହରର ତାପମାତ୍ରା ୪୫ ଡିଗ୍ରୀ କିମ୍ବା ଅଧିକ, ଟିଟିଲାଗଡ଼ ଉତ୍ତପ୍ତ ସହର
Next Articleଯୌନ ନିର୍ଯାତନା ମାମଲା: ପ୍ରଜ୍ବଳ ରେଭନ୍ନାଙ୍କୁ ୬ ଦିନିଆ ପୋଲିସ ରିମାଣ୍ଡ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
