न्यूज़रूम ओडिशा
ब्रेकिंग
ओडिया समाचार

ପଞ୍ଜାବର ଫତେହଗଡ ସାହିବରେ ଦୁଇ ମାଲଗାଡ଼ି ମଧ୍ୟରେ ଧକ୍କା,‌ ଟଳିଲା ବାହାନଗା ଭଳି ଟ୍ରେନ୍ ଦୁର୍ଘଟଣା

ଚଣ୍ଡିଗଡ଼: ପଞ୍ଜାବର ଫତେହଗଡ ସାହିବରେ ଆଜି ଭୋର୍ ପ୍ରାୟ ୪ଟା ସମୟରେ ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି। ଏଥି ମଧ୍ୟରୁ ଗୋଟିଏର ଇଞ୍ଜିନ୍ ଓଲଟି ପାଖ ଟ୍ରାକରେ ପଡ଼ିବାରୁ ସେହି ଟ୍ରାକରେ ଆସୁଥିବା ଏକ ପାସେଞ୍ଜର ଟ୍ରେନ ସହ ଏହା ପିଟି ହୋଇଯାଇଥିଲା । ସୌଭାଗ୍ୟବଶତଃ ପାସେଞ୍ଜର ଟ୍ରେନ ଗତି ଧୀର ଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ତେବେ ମାଲଗାଡ଼ିର ଦୁଇ ଡ୍ରାଇଭର ଆହତ ହୋଇଛନ୍ତି। ସେମାନଙ୍କୁ ପଟିଆଲାର ରାଜୀନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି [...]

Admin•2 जून 2024
Share Article:

ଚଣ୍ଡିଗଡ଼: ପଞ୍ଜାବର ଫତେହଗଡ ସାହିବରେ ଆଜି ଭୋର୍ ପ୍ରାୟ ୪ଟା ସମୟରେ ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି। ଏଥି ମଧ୍ୟରୁ ଗୋଟିଏର ଇଞ୍ଜିନ୍ ଓଲଟି ପାଖ ଟ୍ରାକରେ ପଡ଼ିବାରୁ ସେହି ଟ୍ରାକରେ ଆସୁଥିବା ଏକ ପାସେଞ୍ଜର ଟ୍ରେନ ସହ ଏହା ପିଟି ହୋଇଯାଇଥିଲା । ସୌଭାଗ୍ୟବଶତଃ ପାସେଞ୍ଜର ଟ୍ରେନ ଗତି ଧୀର ଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ତେବେ ମାଲଗାଡ଼ିର ଦୁଇ ଡ୍ରାଇଭର ଆହତ ହୋଇଛନ୍ତି। ସେମାନଙ୍କୁ ପଟିଆଲାର ରାଜୀନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଟ୍ରେନ୍ ଦୁର୍ଘଟଣା ଆଜିକୁ ଠିକ୍ ବର୍ଷକ ତଳେ ଓଡ଼ିଶାର ବାଲେଶ୍ବରର ବାହାନଗା ଠରେ ଘଟିଥିବା ଭୟାନକ ଟ୍ରିପଲ ଟ୍ରେନ୍ ଦୁର୍ଘଟଣାକୁ ମନେ ପକାଇ ଦେଇଛି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୪ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦୦ ଲୋକ ଆହତ ହୋଇଥିଲେ। ଫତେହଗଡ ସାହିବରେ ଟ୍ରେନ୍ ଗତି ଧୀର ଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି ।

ସୂଚନାନୁସାରେ ନ୍ୟୁ ସରହିନ୍ଦ୍ ଷ୍ଟେସନ ଷ୍ଟେସନ ନିକଟରେ କୋଇଲା ଭର୍ତ୍ତି ଏକ ଟ୍ରେନ୍ ଛିଡ଼ା ହୋଇଥିଲା। ସେହି ଟ୍ରାକରେ ଆଉ ଏକ କୋଇଲା ବୋଝେଇ ଟ୍ରେନ୍ ପଛପଟୁ ଆସି ଠିଆ ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ମାଲଗାଡ଼ିର ଇଞ୍ଜିନ ଓଲଟି ପାଖ ଟ୍ରାକରେ ପଡ଼ିଥିଲା। ଏହି ସମୟରେ କୋଲକାତାରୁ ଜମ୍ମୁ ତାୱି ଅଭିମୁଖେ ଯାଉଥିବା ସ୍ୱତନ୍ତ୍ର ଟ୍ରେନ୍ (୦୪୬୮୧) ଓଲଟି ପଡ଼ିଥିବା ମାଲବାହୀ ଟ୍ରେନ୍ ଇଞ୍ଜିନ ସହ ଧକ୍କା ହୋଇଥିଲା।ସୌଭାଗ୍ୟବଶତଃ ଟ୍ରେନର ଗତି ଧୀର ଥିବାରୁ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଥିଲା।

#Odia#Odisha#News
Share Article:

Related Articles