न्यूज़रूम ओडिशा
ब्रेकिंग
ओडिया समाचार

ଅରୁଣାଚଳରେ ବିଜେପି, ସିକ୍କିମରେ ଏସକେଏମକୁ ବହୁମତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ତେବେ ଉଭୟ ରାଜ୍ୟରେ କେଉଁ ଦଳ ସରକାର ଗଢ଼ିବ ତାହା ସ୍ପଷ୍ଟ ହେବାରେ ଲାଗିଛି। ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ସିକ୍କିମରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍) ବହୁମତ ହାସଲ କରିଥିବା ବେଳେ ଅରୁଣାଚଳ ପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢ଼ିବା ନିଶ୍ଚିତ ହୋଇଛି । ଅରୁଣାଚଳ ପ୍ରଦେଶରେ ୬୦ ଆସନ ମଧ୍ୟରୁ ବିଜେପି ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ୪୧ଟି ଆସନ [...]

Admin•2 जून 2024
Share Article:

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ତେବେ ଉଭୟ ରାଜ୍ୟରେ କେଉଁ ଦଳ ସରକାର ଗଢ଼ିବ ତାହା ସ୍ପଷ୍ଟ ହେବାରେ ଲାଗିଛି। ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ସିକ୍କିମରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍) ବହୁମତ ହାସଲ କରିଥିବା ବେଳେ ଅରୁଣାଚଳ ପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢ଼ିବା ନିଶ୍ଚିତ ହୋଇଛି ।

ଅରୁଣାଚଳ ପ୍ରଦେଶରେ ୬୦ ଆସନ ମଧ୍ୟରୁ ବିଜେପି ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ୪୧ଟି ଆସନ ଜିତିଥିବାବେଳେ ୪ଟି ଆସନରେ ଆଗୁଆ ରହିଛି। ଏଥିମଧ୍ୟରୁ ଦଳ ଏଠାରେ ନିର୍ବାଚନ ପୂର୍ବରୁ ହିଁ ୧୦ଟି ସିଟ୍ ନିର୍ଦ୍ବନ୍ଦ୍ବରେ ଜିତିସାରିଥିଲା। ଅନ୍ୟପକ୍ଷରେ ନ୍ୟାସନାଲ ପିପୁଲ୍ସ ପାର୍ଟି ୪ଟି ଆସନ ଜିତି ୨ଟିରେ ଆଗୁଆ ରହିଛି। ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ ୨ଟି ସିଟ୍ ଜିତିଛି।

ସିକ୍କିମରେ ୩୨ ବିଧାନସଭା ଆସନ ମଧ୍ୟରୁ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍) ଏଯାବତ୍ ୨୧ଟି ସିଟ୍ ପୂର୍ଣ୍ଣ ବହୁମତ ହାସଲ କରିଛି | ଦଳ ଆଉ ୧୦ଟି ଆସନରେ ଆଗୁଆ ରହିଛି। ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ୍)କୁ ଗୋଟିଏ ଆସନ ମିଳିଛି।

ଅରୁଣାଚଳ ଏବଂ ସିକ୍କିମ୍ ବିଧାନସଭା ପାଇଁ ଏପ୍ରିଲ ୧୯ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ଉଭୟ ରାଜ୍ୟରେ କଂଗ୍ରେସର ଖାତା ଖୋଲିପାରି ନାହିଁ।

୨୦୧୯ ନିର୍ବାଚନ ପରେ ଏସକେଏମ୍ ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା । କିନ୍ତୁ ଏଥର ନିର୍ବାଚନ ପୂର୍ବରୁ ସିକ୍କିମରେ ଏକାକୀ ଲଢ଼ିବାକୁ ଘୋଷଣା କରି ବିଜେପି ଏସକେଏମ୍ ସହ ମେଣ୍ଟ ଭାଙ୍ଗି ଦେଇଥିଲା।

୨୦୧୯ରେ ବିଜେପି ଅରୁଣାଚଳରେ ୪୨ଟି ଆସନ ଜିତି ସରକାର ଗଢ଼ିଥିଲା। ଅପରପକ୍ଷରେ ସିକ୍କିମରେ ୩୨ ଆସନ ମଧ୍ୟରୁ ଏସକେଏମ୍ ୧୭ଟି ଆସନ ସହ କ୍ଷମତାକୁ ଆସିଥିଲା।

#Odia#Odisha#News
Share Article:

Related Articles