न्यूज़रूम ओडिशा
ब्रेकिंग
ओडिया समाचार

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର – ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା – ଓଜେଇଇ-୨୪ର ଫଳାଫଳ ପ୍ରକାଶ ପାଇଛି। ଚଳିତବର୍ଷ ଓଜେଇଇ ମେ’ ୬ ତାରିଖରୁ ୧୦ ତାରିଖ ମଧ୍ୟରେ ହୋଇଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଇଞ୍ଜିନିୟରିଂ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଚଳିତ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ୬୫ ହଜାର ୭୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୫୬ ହଜାର [...]

Admin•3 जून 2024
Share Article:

ଭୁବନେଶ୍ୱର – ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା – ଓଜେଇଇ-୨୪ର ଫଳାଫଳ ପ୍ରକାଶ ପାଇଛି। ଚଳିତବର୍ଷ ଓଜେଇଇ ମେ’ ୬ ତାରିଖରୁ ୧୦ ତାରିଖ ମଧ୍ୟରେ ହୋଇଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଇଞ୍ଜିନିୟରିଂ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଚଳିତ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଚଳିତବର୍ଷ ୬୫ ହଜାର ୭୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୫୬ ହଜାର ୪୭ ପରୀକ୍ଷାର୍ଥୀଙ୍କୁ ରାଙ୍କ୍ ମିଳିଛି। ପରୀକ୍ଷାର୍ଥୀମାନେ www.ojee.nic.inରେ ନିଜର ର଼୍ୟାଙ୍କ କାର୍ଡ ପାଇପାରିବେ।

ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଏ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୫୭ଟି କେନ୍ଦ୍ର ସହିତ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା।

#Odia#Odisha#News
Share Article:

Related Articles